Advertisment

ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

ଭୁବନେଶ୍ୱର: ବିନା କୌଣସି କୋଚିଂ କ୍ଲାସ୍ ଏବଂ ସହଯୋଗରେ ଚଳିବ ବର୍ଷ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଖୋର୍ଦ୍ଧାର ଅମିତ ନାରାୟଣ ଦାସ। ମୋଟ ୭୨୦ ନମ୍ବରରୁ ଅମିତ୍‌ ୬୮୬ ନମ୍ବର ରଖିଛନ୍ତି। ଏହି ନମ୍ବର ରଖିବା ଦ୍ୱାରା ଅମିତ୍‌ ଓଡ଼ିଶାରେ ଦ୍ୱିତୀୟ ସବୁଠୁ ଅଧିକ ନମ୍ବର ରଖିଥିବା ଛାତ୍ର ହୋଇଛନ୍ତି। ୧୯ ବର୍ଷୀୟ ଅମିତ୍‌ କେବଳ ନିଟ୍‌ ନୁହେଁ, ଆଇଆଇଟି ଜେଇଇରେ କୃତକାର୍ଯ୍ୟ ହାସଲ୍‌ କରିବା ସହ ନାଇଜର୍‌ରେ ଅଲ୍‌ ଇଣ୍ଡିଆ ୩୦୪ରାଙ୍କ ରଖିଛନ୍ତି। ଆଗକୁ […]

ଅଦ୍ୟତନ ହୋଇଛି
ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

topper

Advertisment

ଭୁବନେଶ୍ୱର: ବିନା କୌଣସି କୋଚିଂ କ୍ଲାସ୍ ଏବଂ ସହଯୋଗରେ ଚଳିବ ବର୍ଷ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଖୋର୍ଦ୍ଧାର ଅମିତ ନାରାୟଣ ଦାସ। ମୋଟ ୭୨୦ ନମ୍ବରରୁ ଅମିତ୍‌ ୬୮୬ ନମ୍ବର ରଖିଛନ୍ତି। ଏହି ନମ୍ବର ରଖିବା ଦ୍ୱାରା ଅମିତ୍‌ ଓଡ଼ିଶାରେ ଦ୍ୱିତୀୟ ସବୁଠୁ ଅଧିକ ନମ୍ବର ରଖିଥିବା ଛାତ୍ର ହୋଇଛନ୍ତି।

Advertisment

୧୯ ବର୍ଷୀୟ ଅମିତ୍‌ କେବଳ ନିଟ୍‌ ନୁହେଁ, ଆଇଆଇଟି ଜେଇଇରେ କୃତକାର୍ଯ୍ୟ ହାସଲ୍‌ କରିବା ସହ ନାଇଜର୍‌ରେ ଅଲ୍‌ ଇଣ୍ଡିଆ ୩୦୪ରାଙ୍କ ରଖିଛନ୍ତି।

ଆଗକୁ ଅମିତ୍‌ ଜଣେ ଡାକ୍ତର ହେବାକୁ ଇଚ୍ଛା ରଖିଛନ୍ତି। ଡାକ୍ତର ହୋଇ ସେ ରୋଗୀ ସେବା କରିବେ ବୋଲି ପିଲାଦିନରୁ ଲକ୍ଷ୍ୟ ରଖିଥିଲେ। ଏବେ ସେ ତାଙ୍କ ସ୍ନପ୍ନର ପଥେ ଆଗକୁ ବଢୁଥିବାରୁ ବେଶ୍‌ ଖୁସି ଥିବା କହିଛନ୍ତି।

Advertisment

ତେବେ ଅମିତ୍‌ ଜଣେ ମେଧାବୀ ଛାତ୍ର। ଯୁକ୍ତ ଦୁଇରେ ସେ ୯୩ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଥିଲେ। ଡିଏଭି ସ୍କୁଲ୍‌ରେ ପଢୁଥିବା ବେଳେ ଅମିତ୍‌ ପାଠ ପଢା ସହ ଖେଳରେ ମଧ୍ୟ ଆଗରେ ରହୁଥିଲେ।

ଯୁକ୍ତ ଦୁଇ ପରେ ଅମିତ୍‌ ଗୋଟେ ବର୍ଷ ପାଇଁ ପାଠ ପଢା ଛାଡି ଘରେ ରହି ନିଟ୍‌ ପାଇଁ ପ୍ରସ୍ତୁତ ହୋଇଥିଲେ। ଦିନ ତମାମ ସେ‌ ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ଅମିତ୍‌ ଢେର୍‌ ପରିଶ୍ରମ କରିଛନ୍ତି। ଘର ଲୋକ ମଧ୍ୟ ଅମିତ୍‌ଙ୍କର ଏହି ସଫଳତା ପାଇଁ ବେଶ୍‌ ଖୁସିଥିବା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ