/odishatv-khabar/media/post_attachments/uploadimage/library/16_9/16_9_0/jio-airtel_1625293442.jpg)
jio-airtel
ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓକୁ ଜବରଦସ୍ତ ଝଟ୍କା ଲାଗିଛି। ଜୁନ୍ ମାସରେ ଜିଓକୁ କଡ଼ା ଟକ୍କର ଦେଇଛି ଏୟାର୍ଟେଲ୍। ଜୁନ ମାସରେ ଜିଓର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା କମିଥିବା ବେଳେ ଏୟାର୍ଟେଲ୍ର କିନ୍ତୁ ସକ୍ରିୟ ଗ୍ରାହକ(ଆକ୍ଟିଭ୍ ୟୁଜର୍ସ)ଙ୍କ ସଂଖ୍ୟା ବଢ଼ିଛି। ଜୁନ ମାସରେ ଏୟାର୍ଟେଲ୍ର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ୩୭ ଲକ୍ଷ ବଢ଼ିଥିବା ବେଳେ ଜିଓର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ୨୧ ଲକ୍ଷ କମିଛି। ସେହିଭଳି ଭୋଡ଼ାଫୋନ୍-ଆଇଡିଆର ସକ୍ରିୟ ଗ୍ରାହକଙ୍କ ସଂଖ୍ୟାରେ ବି ହ୍ରାସ ହୋଇଛି। ଜୁନ୍ ମାସରେ ଏହି ମିଳିତ କମ୍ପାନୀର ୩୭ ସକ୍ରିୟ ଗ୍ରାହକ କମିଛନ୍ତି। ଏଭଳି ରିପୋର୍ଟ ପ୍ରକାଶ କରିଛି ଟେଲିକମ୍ପ ରେଗୁଲେଟୋରୀ ଅଥୋରିଟି ଟ୍ରାଇ। କେବଳ ସେତିକି ନୁହେଁ ଜୁନ ମାସରେ ଆକ୍ଟିଭ୍ ମୋବାଇଲ୍ ବ୍ୟବହାରକାରୀଙ୍କ ସଂଖ୍ୟାରେ ବି ହ୍ରାସପାଇଥିବା ଟ୍ରାଇ ରିପୋର୍ଟ ପ୍ରକାଶ କରିଛି। ଜୁନ୍ ମାସରେ ଏହି ସଂଖ୍ୟା କମିଯାଇ ୯୫.୮ କରୋନା ହୋଇଛି।
ତେବେ ସକ୍ରିୟ ଗ୍ରାହକଙ୍କ ସଂଖ୍ୟା କମିବା ଜିଓକୁ ଏକ ଶକ୍ତ ଝଟ୍କା ଲାଗିଛି। ଗତ କିଛିମାସ ହେବ ଜିଓ ଗ୍ରାହକଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା। ଭଳି ଭଳି ଅଫର୍ ଦେଇ ଜିଓ ଗ୍ରାହକଙ୍କ ଆକର୍ଷଣ କରୁଥିଲା। କିନ୍ତୁ ଏବେ ସ୍ଥିତି ପ୍ରାୟ ସମାନ ହେବାରୁ ଗ୍ରାହକ ପୁଣି ଜିଓରୁ ମୁହଁ ଫେରାଇ ନେଉଛନ୍ତି।
ଟ୍ରାଇର ରିପୋର୍ଟ ଅନୁସାରେ, ମେ’ ମାସରେ ଏୟାର୍ଟେଲ୍ର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ୩୦.୭ କୋଟି ଥିଲା। ଏବେ ଜୁନ୍ ମାସରେ ଏହା ବଢ଼ି ୩୧.୧ କୋଟି ହୋଇଛି। ସେହିଭଳି ମେ’ ମାସରେ ଜିଓର ଆକ୍ଟିଭ ୟୁଜର୍ସଙ୍କ ସଂଖ୍ୟା ୩୧.୩ କୋଟି ଥିଲା, କିନ୍ତୁ ଜୁନ୍ ମାସରେ ଏହା କମି ୩୧ କୋଟି ହୋଇଛି। ଭୋଡ଼ାଫୋନ୍-ଆଇଡିଆରେ ବି ଆକ୍ଟିଭ୍ ୟୁଜର୍ସଙ୍କ ସଂଖ୍ୟା କମିଯାଇଛି। ଏହି ଦୁଇ କମ୍ପାନୀର ମ’ ମାସରେ ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ଥିଲା ୨୭.୭ କୋଟି, ଏବେ ଜୁନ ମାସରେ ଏହା କମିଯାଇ ୨୭.୩ କୋଟି ହୋଇଛି। ଦୁର୍ବଳ ନେଟ୍ୱାର୍କ ଯୋଗୁ ଧୀରେ ଧୀରେ ଭୋଡ଼ା-ଆଇଡିଆର ଗ୍ରାହକଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳୁଛି।
ସକ୍ରିୟ ଗ୍ରାହକ ସଂଖ୍ୟାରେ ଏୟାର୍ଟେଲ୍ ଦେଶରେ ନମ୍ବର ୱାନ୍ ଟେଲିକମ୍ କମ୍ପାନୀ ହୋଇଥିବା ବେଳେ ଜିଓ ଦ୍ୱିତୀୟ ଓ ଭୋଡା-ଆଇଡିଆ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ମୋଟ ଗ୍ରାହକଙ୍କ ସଂଖ୍ୟା ଓ ମାର୍କେଟ୍ ଶେୟାର କ୍ଷେତ୍ରରେ ଜିଓ ଏବେବି ନମ୍ବର ୱାନ୍ ରହିଛି। ଟେଲିକମ୍ ମାର୍କେଟ୍ରେ ଜିଓର ମାର୍କେଟ୍ ଶେୟାର୍(ବଜାର ଅଂଶଧନ) ୩୭.୮% ରହିଥିବା ବେଳେ ଏୟାର୍ଟେଲ୍ର ୨୭.୮% ଓ ଭୋଡ଼ା-ଆଇଡିଆର ୨୬.୮% ପ୍ରତିଶତ ମାର୍କେଟ୍ ଶେୟାର ରହିଛି । ତେବେ କମ୍ପାନୀ ପାଇଁ ଆକ୍ଟିଭ୍ ୟୁଜର୍ସ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଏମାନଙ୍କଠାରୁ ହିଁ କମ୍ପାନୀର ଆୟ ହୋଇଥାଏ। ତେଣୁ ଏହି ଦୃଷ୍ଟିରୁ ଦେଖିଲେ ଏୟାର୍ଟେଲ୍ ଦେଶର ନମ୍ବର ୱାନ୍ କମ୍ପାନୀ ହୋଇଛି।
ତେବେ ଜିଓର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା କମିବା ପରେ ପୁଣିଥରେ ଗ୍ରାହକଙ୍କୁ ଆକର୍ଷଣ କରିବା ପାଇଁ ଜିଓ ଆଉ କିଛି ନୂଆ ନୂଆ ଅଫର୍ ଦେଇପାରେ ବୋଲି କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)