/odishatv-khabar/media/post_attachments/uploadimage/library/16_9/16_9_0/nilagiri-home-pkg_1625180372.jpg)
nilagiri home pkg
ବାଲେଶ୍ୱର: ପର ଘରେ ୩ବର୍ଷ ମୁଣ୍ଡ ଗୁଞ୍ଜିଛନ୍ତି ଗୋଟେ ପରିବାର। ଔପଦା ବ୍ଲକ ଈଶ୍ୱରପୁର ପଞ୍ଚାୟତ ମର୍ଦରାଜପୁର ଗାଁର କାର୍ତ୍ତିକ ରାଉତ ଅର୍ଥ ଅଭାବରୁ ପଡୋଶୀ ଘରେ ରହିଛନ୍ତି। ମର୍ଦରାଜପୁର ଗାଁରେ ତିନି ବର୍ଷ ପୂର୍ବେ ପକ୍କା ରାସ୍ତା ନଥିଲା। ସେତେବେଳେ ପକ୍କା ସଡ଼କରେ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ହୋଇନଥିବା ଯୋଗୁ ଗାଁରେ ଲୋକଙ୍କ ଘରେ ପାଣି ପଶୁଥିଲା। ପାଣି ପସି କାର୍ତ୍ତକ ରାଉତଙ୍କ ମାଟି ଘର ଭାଙ୍ଗିଗଲା। ଏଥିରେ ସାଙ୍ଗହୋଇ ରହୁଥିବା ତିନି ଭାଇ ରହିବା ପାଇଁ ହଇରାଣ ହେଲେ। ଦୁଇଭାଇ ଝାଟିମାଟିର ଘର କରି ରହିଲେ। ହେଲେ ସାନଭାଇ ଅର୍ଥାଭାବ ଯୋଗୁ ଘରଖଣ୍ଡିଏ କରିନପାରି ପର ଘରେ ୩ ବର୍ଷ ହେଲା ମୁଣ୍ଡ ଗୁଞ୍ଜି ରହିଆସୁଛନ୍ତି।
ନିଜଘର ଭାଙ୍ଗିଯିବାପରେ ତାଙ୍କ ଦୁର୍ଦ୍ଦଶା ସହିନପାରି ସମ୍ପର୍କୀୟ ବଡବାପା ତାଙ୍କ ପୁରୁଣା ଘରେ ରହିବାକୁ ଦେଇଥିଲେ। ହେଲେ ସେଠି ବି ଦୁର୍ଦ୍ଦଶା ପିଛା ଛାଡିଲାନି। ଟିକିଏ ବର୍ଷା ହେଲେ ଘରକଡ଼ରେ ଡ୍ରେନ ଯୋଗୁଁ ଘରଚୁଲିରେ ପାଣି ପଶିଯାଉଛି। ଶୋଇବା ଜାଗାରେ ପାଣି ହୋଇଯାଉଛି। ପିଲାଏ ପାଠପଢିବା ଠୁଁ ଆରମ୍ଭକରି ଶୋଇବା ଯାଏ ନାନାଦି ହଇରାଣ ହେଉଛନ୍ତି।
ତେବେ ପାଣି ଜମି ଘର ଭାଙ୍ଗିବା ନେଇ ସେତେବେଳେ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲା।ପ୍ରଶାସନିକ ଅଧିକାରୀ ବି ଆସିଥିଲେ।ଘର ଦେବେ ବୋଲି ପ୍ରତିଶୁତି ବି ମିଳିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇନାହାନ୍ତି ସେ। ଘର ଖଣ୍ଡେ ପାଇଁ ଦୌଡି ଦୌଡି ଥକିପଡିଲେଣି କାର୍ତ୍ତିକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)