Advertisment

ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ସାଇକେଲ ଧରି ୨୨ଶହ କିଲୋମିଟର ଯାତ୍ରା କଲେ ୬୮ ବର୍ଷୀୟା ମହିଳା

ନୂଆଦିଲ୍ଲୀ: ଭକ୍ତିରେ ଅନେକ ଶକ୍ତି ଥାଏ। ଆଉ ଏକଥାକୁ ପ୍ରମାଣ କରିଦେଖାଇଛନ୍ତି ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାର ୬୮ ବର୍ଷୀୟା ଜଣେ ମହିଳା। ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ସେ  ସାଇକେଲ ଧରି ୨୨ ଶହ କିଲୋମିଟର ଯାତ୍ରା କରିଛନ୍ତି। ଏହି ବୃଦ୍ଧ ମହିଳାଙ୍କ ସାହାସ ଏବଂ ଶକ୍ତିକୁ ନେଇ ସୋଶାଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। ସୋଶାଲ୍‌ ମିଡିଆରେ ମହିଳାଙ୍କର ଯାତ୍ରା ସମୟର ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି। ଭିଡିଓରେ ଧଳା ଓ କମଳା ରଙ୍ଗର ଶାଢ଼ି […]

ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ସାଇକେଲ ଧରି ୨୨ଶହ କିଲୋମିଟର ଯାତ୍ରା କଲେ ୬୮ ବର୍ଷୀୟା ମହିଳା

old-women

Advertisment

ନୂଆଦିଲ୍ଲୀ: ଭକ୍ତିରେ ଅନେକ ଶକ୍ତି ଥାଏ। ଆଉ ଏକଥାକୁ ପ୍ରମାଣ କରିଦେଖାଇଛନ୍ତି ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାର ୬୮ ବର୍ଷୀୟା ଜଣେ ମହିଳା। ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ସେ  ସାଇକେଲ ଧରି ୨୨ ଶହ କିଲୋମିଟର ଯାତ୍ରା କରିଛନ୍ତି। ଏହି ବୃଦ୍ଧ ମହିଳାଙ୍କ ସାହାସ ଏବଂ ଶକ୍ତିକୁ ନେଇ ସୋଶାଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି।

Advertisment

ସୋଶାଲ୍‌ ମିଡିଆରେ ମହିଳାଙ୍କର ଯାତ୍ରା ସମୟର ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି। ଭିଡିଓରେ ଧଳା ଓ କମଳା ରଙ୍ଗର ଶାଢ଼ି ପିନ୍ଧିଥିବା ଏହି ମହିଳା  ସାଇକେଲ୍‌ ଧରି ଯାଉଥିବାର ଦେଖିବାକୁ ମିଳିଛି।

ରତନ ଶାରଦ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ବୃଦ୍ଧଙ୍କ ଭିଡିଓକୁ ଶେଆର କରିଛନ୍ତି। ଭିଡିଓ ଶେଆର କରି ରତନ ଲେଖିଛନ୍ତି, ୬୮ବର୍ଷୀୟ ମରାଠି ମହିଳା ବୈଷ୍ଣୋ ଦେବୀ ଯାଉଛନ୍ତି।  ସାଇକାଲ୍‌ରେ ସେ ୨୨ଶହ କିଲୋମିଟର ଯାଇଛନ୍ତି। ମା ଶକ୍ତି।

Advertisment

ସୋଶାଲ ମିଡିଆ ବ୍ୟବହାରକାରୀ ବୃଦ୍ଧଙ୍କ ଏହି ଭିଡିଓ ଦେଖି ତାଙ୍କର ସୁରକ୍ଷିତ ଯାତ୍ରା କାମନା କରିଛନ୍ତି। କିଛି ଲୋକ ୬୮ବର୍ଷୀୟ ବୃଦ୍ଧାଙ୍କର ଏଭଳି ଶକ୍ତି ଦେଖି ବିଶ୍ୱାସ ହେଉନି ବୋଲି କହିଛନ୍ତି। ଆଉ ଜଣେ ସୋଶାଲ୍‌ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ଅତୁଳନୀୟ, ବୃଦ୍ଧାଙ୍କ ଯାତ୍ରା ସଫଳ ହେଉ।

Advertisment

ରତନଙ୍କର ଏହି ଭିଡିଓକୁ ୧ଲକ୍ଷ ୭୦ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ୭ହଜାରରୁ ଅଧିକ ଲୋକ ଏହାକୁ ରିଟ୍ୱିଟ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ