Advertisment

କମାଲ୍‌ କରୁଛି କୁନି ଝିଅ: ଲଗାତାର ଦୌଡୁଛି ୧୦ କିଲୋମିଟର

ଆଳି(ବନମାଳୀ ସାହୁ): ପ୍ରତିଭା ଯାହା ଭିତରେ ଥାଉନା କାହିଁକି ସେ ଦିନେନା ଦିନେ ଲୋକଲୋଚନକୁ ଆସିଯାଏ। ଏଇ ଯେମିତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ନିଆଳ ତେଟାସାହି ଗାଁର ପ୍ରଦୀପ ମଳିକଙ୍କ ୫ବର୍ଷର ଝିଅ ମାମୁନି। ଏବେ ଲଗାତାର ୧୦କିଲୋମିଟର ଦୌଡ଼ି ସେ ଚର୍ଚ୍ଚାକୁ ଆସିଛନ୍ତି। ଆଉ ତାଙ୍କ ଦୌଡ଼ ଏବେ ଦେଖଣାହାରୀଙ୍କୁ ଚକିତ କରିଛି। ଏକାଧିକ ବାର ଆଳି ହାଇସ୍କୁଲ ମିନିଷ୍ଟାଡିୟମରୁ ଦୃତ ଗତିରେ ଦୌଡ ଆରମ୍ଭ କରିଥିବା ମାମୁନି କଟକ-ଚାନ୍ଦବାଲି ରାସ୍ତାରେ ଆଳିରୁ […]

author-image
Biswobandita Swain
ଅଦ୍ୟତନ ହୋଇଛି
କମାଲ୍‌ କରୁଛି କୁନି ଝିଅ: ଲଗାତାର ଦୌଡୁଛି ୧୦ କିଲୋମିଟର

Mamuni

ଆଳି(ବନମାଳୀ ସାହୁ): ପ୍ରତିଭା ଯାହା ଭିତରେ ଥାଉନା କାହିଁକି ସେ ଦିନେନା ଦିନେ ଲୋକଲୋଚନକୁ ଆସିଯାଏ। ଏଇ ଯେମିତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ନିଆଳ ତେଟାସାହି ଗାଁର ପ୍ରଦୀପ ମଳିକଙ୍କ ୫ବର୍ଷର ଝିଅ ମାମୁନି। ଏବେ ଲଗାତାର ୧୦କିଲୋମିଟର ଦୌଡ଼ି ସେ ଚର୍ଚ୍ଚାକୁ ଆସିଛନ୍ତି। ଆଉ ତାଙ୍କ ଦୌଡ଼ ଏବେ ଦେଖଣାହାରୀଙ୍କୁ ଚକିତ କରିଛି।

Advertisment

ଏକାଧିକ ବାର ଆଳି ହାଇସ୍କୁଲ ମିନିଷ୍ଟାଡିୟମରୁ ଦୃତ ଗତିରେ ଦୌଡ ଆରମ୍ଭ କରିଥିବା ମାମୁନି କଟକ-ଚାନ୍ଦବାଲି ରାସ୍ତାରେ ଆଳିରୁ ୧୫ କିମି ଅତିକ୍ରମ କରି ପଟ୍ଟାମୁଣ୍ଡାଇରେ ପହଞ୍ଚିବାର ସାମର୍ଥ୍ୟ ଦେଖାଇପାରିଛନ୍ତି। ପ୍ରତିଦିନ ସେ ଦୌଡ ଅଭ୍ୟାସ କରିବାକୁ ଆଳି ହାଇସ୍କୁଲ ମିନିଷ୍ଟାଡିୟମକୁ ଆସିଥାନ୍ତି। ଆଉ ସବୁଦିନ ମିନିଷ୍ଟାଡିୟମରେ ୨୫ ରାଉଣ୍ଡ ଦୌଡି ନିଜର ଦୌଡ ଅଭ୍ୟାସ ଜାରି ରଖିଛନ୍ତି ବୋଲି କୁହନ୍ତି ଆଳି ହାଇସ୍କୁଲ ମିନି ଷ୍ଟାଡିୟମର କୋଚ୍ ସୁଶାନ୍ତ ମଳିକ। ଏହି ୨୫ ରାଉଣ୍ଡରେ ମାମୁନି ହାରାହାରି ୮ ରୁ ୧୦ କିମି ଦୌଡୁଛନ୍ତି। ଭବିଷ୍ୟତରେ ମାମୁନି ଜଣେ ଭଲ ଖେଳାଳି ହେବା ପାଇଁ ଅଭ୍ୟସ ଜାରି ରଖିଛନ୍ତି।

ମାମୁନି ଏପର୍ଯ୍ୟନ୍ତ ସ୍କୁଲ ଯାଇନାହାନ୍ତି। ଗାଁ ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢୁଛନ୍ତି। ତେବେ ଦୌଡ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ଭଲ ଖେଳାଳୀଟିଏ ହେବାର ଲକ୍ଷ ରଖିଥିବା ମାମୁନିଙ୍କୁ ଉପଯୁକ୍ତ କୋଚିଂ,ପ୍ରଶିକ୍ଷଣ ଓ ଖାଦ୍ୟପେୟ ମିଳି ପାରୁନି। ବାପା ପ୍ରଦୀପ ଜଣେ ଟେଣ୍ଟ ହାଉସ କର୍ମଚାରୀ ଭାବେ କାମ କରି ନିଜର ପରିବାର ପତିପୋଷଣ କରିଥାନ୍ତି। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ମାମୁନିଙ୍କୁ ଠିକ୍‌ ଭାବେ ସାଧନ ଯୋଗାଇ ହେଉନି। ରାଜ୍ୟ ସରକାର ଓ କ୍ରୀଡା ବିଭାଗ ପଦାଧିକାରୀ କୁନିଝିଅ ମାମୁନିକୁ ଆବଶ୍ୟକୀୟ ସାଧନ ଯୋଗାଇଦେଲେ ମାମୁନିର ପ୍ରତିଭା ନିଶ୍ଚିତ ବିକଶିତ ହୋଇପାରିବ ବୋଲି କ୍ରୀଡାବିତ ଓ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।

Advertisment

Advertisment
Advertisment