Advertisment

ଗ୍ରାହକଙ୍କୁ ଆଣ୍ଠେଇ ଦେଲେ ପେଟ୍ରୋଲ ପମ୍ପ୍‌ କର୍ମଚାରୀ

ସୋର(ଶଶିକାନ୍ତ ବେହେରା): ମାତ୍ର ୫ ଟଙ୍କାକୁ ନେଇ ଗଣ୍ଡଗୋଳ ଓ ହାତାହାତି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଉତ୍ତରେଶ୍ୱର ବଜାରରେ ଥିବା ପେଟ୍ରୋଲ ପମ୍ପ୍‌ରେ। ୫ ଟଙ୍କା ଖୁଚୁରାକୁ ନେଇ ଗ୍ରାହକ ଓ ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀଙ୍କ ମଧ୍ୟରେ ପ୍ରଥମେ ବଚସା ଓ ତା’ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। କିଛି ସମୟ ପାଇଁ ପେଟ୍ରୋଲ୍‌ ପମ୍ପ୍‌ ପରିସର ରଣକ୍ଷେତ୍ର ପାଲଟି ଯାଇଥିଲା। ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀ ୩ ଜଣ ଗ୍ରାହରକଙ୍କୁ ମାଡ଼ […]

author-image
Sangita Sahu
ଗ୍ରାହକଙ୍କୁ ଆଣ୍ଠେଇ ଦେଲେ ପେଟ୍ରୋଲ ପମ୍ପ୍‌ କର୍ମଚାରୀ

boy

ସୋର(ଶଶିକାନ୍ତ ବେହେରା): ମାତ୍ର ୫ ଟଙ୍କାକୁ ନେଇ ଗଣ୍ଡଗୋଳ ଓ ହାତାହାତି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଉତ୍ତରେଶ୍ୱର ବଜାରରେ ଥିବା ପେଟ୍ରୋଲ ପମ୍ପ୍‌ରେ। ୫ ଟଙ୍କା ଖୁଚୁରାକୁ ନେଇ ଗ୍ରାହକ ଓ ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀଙ୍କ ମଧ୍ୟରେ ପ୍ରଥମେ ବଚସା ଓ ତା’ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। କିଛି ସମୟ ପାଇଁ ପେଟ୍ରୋଲ୍‌ ପମ୍ପ୍‌ ପରିସର ରଣକ୍ଷେତ୍ର ପାଲଟି ଯାଇଥିଲା। ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀ ୩ ଜଣ ଗ୍ରାହରକଙ୍କୁ ମାଡ଼ ମାରିବା ସହ ଆଣ୍ଠେଇ ଦେଇଥିଲେ।

Advertisment

publive-imageମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱରର ତିନି ଜଣ ଯୁବକ ଗୋଟିଏ ବାଇକ୍‌ରେ ମାର୍ପୋଣା ଯାଇଥିଲେ। ରାତିରେ ସେଠାରୁ ଫେରିବା ବେଳେ ଉତ୍ତରେଶ୍ୱର ବଜାର ନିକଟରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ପେଟ୍ରୋଲ୍ ପମ୍ପରେ ତେଲ ପକାଇଥିଲେ। ସେମାନେ ୯୫ ଟଙ୍କାର ତେଲ ପକାଇଥିଲେ ଓ ୧୦୦ ଟଙ୍କା ଦେଇଥିଲେ। ଉପସ୍ଥିତ ପେଟ୍ରୋଲ୍ ପମ୍ପ୍‌ କର୍ମଚାରୀ ତାଙ୍କୁ ୫ ଟଙ୍କା ଫେରାଇଥିଲେ। ତେବେ ସେ ୫ ଟଙ୍କିଆ କଏନ ନଦେଇ ୨ଟଙ୍କିଆ ଓ ୧ ଟଙ୍କିଆ କଏନ୍ ଦେଇଥିଲେ। ଉକ୍ତ ଯୁବକମାନେ ଖୁଚୁରା ନ ଦେଇ ୫ ଟଙ୍କିଆ କଏନ୍‌ଟିଏ ଦେବାକୁ କହିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ମାରପିଟ୍‌ ପର୍ଯ୍ୟନ୍ତ ଯାଇଥିଲା। ପରେ ପେଟ୍ରୋଲ୍‌ ଟାଙ୍କିର ମାଲିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ଏହି ତିନି ଯୁବକଙ୍କୁ ମାରିବା ସହ ଦୀର୍ଘ ସମୟ ଧରି ସେମାନଙ୍କୁ ସେଠାରେ ଆଣ୍ଠେଇ ଦେଇଥିଲେ।

ସୋର ପୁଲିସ୍ ଖବର ପାଇଁ ସେଠାରେ ପହଞ୍ଚିଥିଲା ଓ ଉକ୍ତ ଯୁବକମାନଙ୍କୁ ଉଦ୍ଧାର କରିଥିଲା।

Advertisment

Advertisment
Advertisment