Advertisment

ସାମାନ୍ୟ ବଚସାରୁ ଗୁଳିକାଣ୍ଡ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କଣିଆ ଠାରେ ସାମାନ୍ୟ ବଚସାରୁ ଗୁଳିକାଣ୍ଡ ହୋଇଛି। ଏଥିରେ କାହାର କିଛି କ୍ଷତି ହୋଇନାହିଁ। ସୂଚନାଅନୁସାରେ, ଅଲାଭର ଗାଁର ସାଗର ମଲ୍ଲିକ ଓ ରାକେଶ ଦାସ ତାଙ୍କର ଅନ୍ୟ ୨ ସାଙ୍ଗଙ୍କ ସହିତ କଣିଆରେ ଥିଲେ। ତେବେ କୌଣସି କାରଣରୁ କୁଳିଆଗାଁ ଗ୍ରାମର କୁଳମଣି ଦାସଙ୍କ ସହିତ ସେମାନଙ୍କର ବଚସା ହୋଇଥିଲା। ପରେ ସାଗର ବନ୍ଧୁକ ବାହାର କରି କୁଳମଣିଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତେବେ  ସେ ନଇଁ […]

ସାମାନ୍ୟ ବଚସାରୁ ଗୁଳିକାଣ୍ଡ

gun-attack

Advertisment

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କଣିଆ ଠାରେ ସାମାନ୍ୟ ବଚସାରୁ ଗୁଳିକାଣ୍ଡ ହୋଇଛି। ଏଥିରେ କାହାର କିଛି କ୍ଷତି ହୋଇନାହିଁ।

Advertisment

ସୂଚନାଅନୁସାରେ, ଅଲାଭର ଗାଁର ସାଗର ମଲ୍ଲିକ ଓ ରାକେଶ ଦାସ ତାଙ୍କର ଅନ୍ୟ ୨ ସାଙ୍ଗଙ୍କ ସହିତ କଣିଆରେ ଥିଲେ। ତେବେ କୌଣସି କାରଣରୁ କୁଳିଆଗାଁ ଗ୍ରାମର କୁଳମଣି ଦାସଙ୍କ ସହିତ ସେମାନଙ୍କର ବଚସା ହୋଇଥିଲା। ପରେ ସାଗର ବନ୍ଧୁକ ବାହାର କରି କୁଳମଣିଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତେବେ  ସେ ନଇଁ ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେଠାରେ ଥିବା ଲୋକେ ସାଗର ଓ ରାକେଶକୁ କାବୁ କରି ର୍ନିଧୁମ ପିଟିଥିଲେ।

ଏନେଇ ବାଲିକୁଦା ପୁଲିସ୍‌ ଖବର ପାଇ ରାକେଶକୁ ଗିରଫ କରିଥିବା ବେଳେ ସାଗର ଓ ତାର  ୨ ସହଯୋଗୀ ଫେରାର ହୋଇଯାଇଥିଲେ। ଲୋକଙ୍କ ମାଡ଼ରେ ଆହତ ରାକେଶକୁ ବାଲିକୁଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ