/odishatv-khabar/media/post_attachments/uploadimage/library/16_9/16_9_0/8-1_1625227536.jpg)
crab
- କଳା କଳା ଛୋଟ ପ୍ଲାଷ୍ଟିକ ବକ୍ସରେ କଙ୍ଗଡ଼ା ଚାଷ
- ଆଧୁନିକ ଜ୍ଞାନ କୌଶଳ ଆପଣାଇ ହେଉଛି ଭଳି ଭଳିକା କଙ୍କଡ଼ା
- ବର୍ଷକୁ ରୋଜଗାର ହେଉଛି ୫ ଲକ୍ଷ ଟଙ୍କା
- ବେକାର ଯୁବକ ଯୁବତୀଙ୍କୁ କାମ ବି ଯୋଗାଉଛନ୍ତି
କୃଷ୍ଣପ୍ରସାଦ : ପ୍ଲାଷ୍ଟିକର ଛୋଟ ଛୋଟ ବାକ୍ସରେ କଙ୍କଡ଼ା ଚାଷ । ସ୍ୱଳ୍ପ ଖର୍ଚ୍ଚ ଓ ଅଳ୍ପ ପରିଶ୍ରମରେ ଅଧିକ ରୋଜଗାର । ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଚିଲିକା କୂଳରେ ପ୍ରାକୃତିକ ପ୍ରଣାଳୀରେ କଙ୍କଡା ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ କାମ ଯୋଗାଇଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ଜଣେ ।
ଚିଲିକାର ଜଳରେ ନିଆରା ଚାଷ । ବର୍ଷ ବର୍ଷ ଧରି ଚିଙ୍ଗୁଡି ଘେରି କରି ଚାଷ ହେଉଥିବା ସ୍ଥାନରେ ଏବେ ମାଳ ମାଳ କଙ୍କଡା ଚିଙ୍ଗୁଡି ବଦଳରେ ଚାଲିଛି କଙ୍କଡା ଚାଷ । ତାପୁଣି ପ୍ରାକୃତିକ ପ୍ରଣାଳୀରେ ଏବଂ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି । ପ୍ରଥମେ ଛୋଟ ଛୋଟ କଙ୍କଡାକୁ ଏକ ବକ୍ସରେ ରଖାଯାଉଛି । ତାପରେ ବକ୍ସକୁ କିଛି ଦିନ ପାଇଁ ପାଣିରେ ଛାଡି ଦିଆଯାଉଛି । ମଝିରେ ମଝିରେ କଙ୍କଡାଙ୍କୁ ଛୋଟ ମାଛ ଖାଇବାକୁ ଦେଇ ତାଉପରେ ନଜର ରଖୁଛନ୍ତି କର୍ମଚାରୀ ।
ଚିଲିକା କୂଳରେ ୧ ଏକର ଜମିରେ ପୋଖରୀ ଖୋଳି ସେଥିରେ କଙ୍କଡା ଚାଷ ଆରମ୍ଭ କରିଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଆଲୁପାଟଣା ଗାଁର ତାନସେନ୍ ବେହେରା । ବୟସ ୩୫ ବର୍ଷ, ଯୁକ୍ତ ଦୁଇ ବିଜ୍ଞାନ ପଢିଛନ୍ତି, କମ୍ପ୍ୟୁଟର ଶିକ୍ଷା ବି ନେଇଛନ୍ତି । ତେବେ ଚାକିରି ନପାଇ ଚିଲିକାରେ ମାଛ ଧରିବାକୁ ବେଉଷା କରିଥିଲେ । ଏହାପରେ ମୁଣ୍ଡକୁ ଜୁଟିଥିଲା କଙ୍କଡା ଚାଷ କଥା । ଏବେ ସେ ଜଣେ ପ୍ରତିଷ୍ଠିତ କଙ୍କଡା ଚାଷୀ । ବର୍ଷକୁ ୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏବଂ ବେକାର ଯୁବକ ଯୁବତୀଙ୍କୁ କାମ ଯୋଗାଉଛନ୍ତି ।
ପ୍ରତି ଦୁଇରୁ ଅଢେଇ ମାସ ମଧ୍ୟରେ ଥରେ , ଏଭଳି ବର୍ଷକୁ ୩ରୁ ୪ ଥର କଙ୍କଡା ଚାଷ ହୋଇପାରିବ । କଙ୍କଡା ଛାଡିବାରୁ ଅମଳ ମଧ୍ୟରେ ଥରକୁ ଲକ୍ଷେରୁ ଦେଢଲକ୍ଷ ଖର୍ଚ୍ଚ ହେବ ଏବଂ ପ୍ରତିଥରରେ ୩ରୁ ୪ ଲକ୍ଷ ଟଙ୍କା ରୋଜଗାର ହୋଇପାରିବ ବୋଲି ସେ କହିଛନ୍ତି ।
#ନୀଳ_ଜଳରାଶିରେ_ନିଆରା_ପ୍ରୟାସ#ପ୍ରାକୃତିକ_ପ୍ରଣାଳୀରେ_କଙ୍କଡ଼ା_ଚାଷ
ଅଳ୍ପ ଖର୍ଚ୍ଚ ଓ ଅଳ୍ପ ପରିଶ୍ରମରେ ଅଧିକ ରୋଜଗାର। ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଚିଲିକା କୂଳରେ ପ୍ରାକୃତିକ ପ୍ରଣାଳୀରେ କଙ୍କଡା ଚାଷ। ନିଜେ ସ୍ଵାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ କାମ ଯୋଗାଇଛନ୍ତି ଜଣେ ଯୁବକ। #Puripic.twitter.com/jdgsRSnQFB— ଓଟିଭି (@otvkhabar) April 19, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)