Advertisment

ସ୍କୁଲ ଭିତରୁ ମିଳିଲା ମୃତଦେହ

ରେଢ଼ାଖୋଲ : ସ୍କୁଲ ଭିତରୁ ମିଳିଲା ମୃତଦେହ। ଏହି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରି ନାହିଁ। ବାସକୁସନ ବେପାରୀ ଅନୁଗୋଳ ଜିଲ୍ଲା କନ୍ଧଳ ଗାଁର ରାଜୁ ଜାନି ଗତକାଲି ସଞ୍ଜବେଳେ ଚାରମାଳ ଥାନା ଚାଟୁଣୀ ପ୍ରାଥମିକ ସ୍କୁଲରେ ଆଶ୍ରୟ ନେଇଥିଲେ। ଆଜି ସକାଳେ ତାଙ୍କ […]

author-image
Pradesh Pratyush
ସ୍କୁଲ ଭିତରୁ ମିଳିଲା ମୃତଦେହ

cycle

ରେଢ଼ାଖୋଲ : ସ୍କୁଲ ଭିତରୁ ମିଳିଲା ମୃତଦେହ। ଏହି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରି ନାହିଁ।

Advertisment

ବାସକୁସନ ବେପାରୀ ଅନୁଗୋଳ ଜିଲ୍ଲା କନ୍ଧଳ ଗାଁର ରାଜୁ ଜାନି ଗତକାଲି ସଞ୍ଜବେଳେ ଚାରମାଳ ଥାନା ଚାଟୁଣୀ ପ୍ରାଥମିକ ସ୍କୁଲରେ ଆଶ୍ରୟ ନେଇଥିଲେ। ଆଜି ସକାଳେ ତାଙ୍କ ମୃତଦେହ ସ୍କୁଲ ପରିସରରେ ପଡ଼ିଥିଲା। ଏହା ଦେଖି ସ୍କୁଲର ପ୍ରଧାନ ଶିକ୍ଷକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମୃତଦେହ ନିକଟରୁ ସାଇକେଲ୍ ଓ ବାସନକୁସନ୍ ପଡ଼ି ଥିବା ରାଜୁ ଜଣେ ବାସକୁସନ ବେପାରୀ ବୋଲି ଜଣାପଡ଼ିଛି। ଲୁଟ୍‌ ଉଦ୍ଦେଶ୍ୟରେ ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି। ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରୁଛି।

Advertisment
Advertisment
Advertisment