Advertisment

ମୋବାଇଲ ଫାଟି ଯୁବକ ଆହତ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ବାଇକରେ ଯାଉଥିବା ବେଳେ ପକେଟ୍‌ରେ ଥିବା ମୋବାଇଲ ଫୋନ୍‌ ଫାଟିଲା। ଫଳରେ ଜଣେ ଯୁବକ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆଜି ଏମିତି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଘଟିଛି। ମହାଦେବପାଟଣା ଗାଁର ଚନ୍ଦ୍ରମଣି ସେଠୀ ଆଜି ଅପରାହ୍ନରେ ବାଇକରେ ଯାଉଥିଲେ। ଗରାପୁର୍ ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟ ନିକଟରେ ତାଙ୍କ ପ୍ୟାଣ୍ଟ ପକେଟ୍‌ରେ ଥିବା ସ୍ମାର୍ଟ ଫୋନ୍‌ ହଠାତ ଫାଟି ଯାଇଥିଲା। ଫଳରେ ବାଇକ୍‌ରୁ ତଳେ ପଡ଼ିଯାଇଥିଲେ ଚନ୍ଦ୍ରମଣି। […]

author-image
Pradesh Pratyush
ମୋବାଇଲ ଫାଟି ଯୁବକ ଆହତ

MOBILE

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ବାଇକରେ ଯାଉଥିବା ବେଳେ ପକେଟ୍‌ରେ ଥିବା ମୋବାଇଲ ଫୋନ୍‌ ଫାଟିଲା। ଫଳରେ ଜଣେ ଯୁବକ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆଜି ଏମିତି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଘଟିଛି।

Advertisment

ମହାଦେବପାଟଣା ଗାଁର ଚନ୍ଦ୍ରମଣି ସେଠୀ ଆଜି ଅପରାହ୍ନରେ ବାଇକରେ ଯାଉଥିଲେ। ଗରାପୁର୍ ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟ ନିକଟରେ ତାଙ୍କ ପ୍ୟାଣ୍ଟ ପକେଟ୍‌ରେ ଥିବା ସ୍ମାର୍ଟ ଫୋନ୍‌ ହଠାତ ଫାଟି ଯାଇଥିଲା। ଫଳରେ ବାଇକ୍‌ରୁ ତଳେ ପଡ଼ିଯାଇଥିଲେ ଚନ୍ଦ୍ରମଣି। ଆଉ ପ୍ୟାଣ୍ଟ ପୋଡ଼ି ଯିବା ସହିତ ଜଙ୍ଘରେ କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment
Advertisment