/odishatv-khabar/media/post_attachments/uploadimage/library/16_9/16_9_0/odisha-girl_1626161310.jpg)
odisha-girl
ବାରିପଦା (ମାନିକ ଲାଲ ପାଣି): ମଣିଷ ମାତ୍ରେ ସୌନ୍ଦର୍ଯ୍ୟପ୍ରିୟ। ବିଶେଷକରି ମହିଳାମାନେ। ମହିଳାମାନେ ନିଜ ସୌନ୍ଦର୍ଯ୍ୟ ପ୍ରତି ଖାଲି ସଚେତନ ନୁହଁନ୍ତି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଉପଚାର କରନ୍ତି। ହେଲେ ପ୍ରକୃତ ସୌନ୍ଦର୍ଯ୍ୟ ଶରୀରରେ ନୁହେଁ, ଥାଏ ମନର ଉଦାରତାର, କାମର ମହାନତାରେ....। ଏହା ପ୍ରମାଣିତ କରିଛନ୍ତି ବାରିପଦାର ଯୁବତୀ ଶ୍ରୁତି ସ୍ୱପ୍ନା ମାଇତି।
ଦିନେ ସେ ଲମ୍ବା ବାଳ ରଖି ଏନ.ଏସ.ଏସ. ତରଫରୁ ଜାତୀୟ ସ୍ତରୀୟ ପ୍ୟାରେଡ଼ରେ ଭାଗ ନେଇଥିଲେ । ଲମ୍ବା ବାଳ ସହିତ ସେ ସୌନ୍ଦର୍ଯ୍ୟର ହକଦାର ମଧ୍ୟ ଥିଲେ । ହଠାତ ମନ ବଳିଲା ନିଜର ବାଳ କ୍ୟାନସର ରୋଗୀ ପାଇଁ ଦାନ କରିବେ । ନିଜେ ଲଣ୍ଡା ହେଲେ ସତ ହେଲେ ଏବେ ତାଙ୍କର ଅଭିନବ ଚିନ୍ତାଧାରା ପାଇଁ ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ପାରିଲେ । ସେ ହେଉଛନ୍ତି ବାରିପଦା ଏମ.ପି.ସି. ଅଟୋନମାସ କଲେଜ ର +୩ ଶେଷ ବର୍ଷର ଛାତ୍ରୀ ଶ୍ରୁତି ସ୍ୱପ୍ନା ମାଇତି ।
/odishatv-khabar/media/post_attachments/wp-content/uploads/2020/12/baripada-3.jpg)
୨୦ ବର୍ଷୀୟା ଶ୍ରୁତି ନିଜ ବାଳ ପାଇଁ ଏବେ ଖୁବ ଚର୍ଚ୍ଚିତ । ଶ୍ରୁତିଙ୍କର ସୁନ୍ଦର ଚେହେରା ସାଙ୍ଗକୁ ମୁଣ୍ଡରେ ଲମ୍ବା ବାଳ । ହେଲେ ଏବେ ମୁଣ୍ଡରେ ସେ ଲମ୍ବା ବାଳ ଆଉ ନାହିଁ । ତଥାପି ଲଣ୍ଡା ମୁଣ୍ଡରେ ତାଙ୍କର ହସ ହସ ମୁହଁ ତାଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି। ପ୍ରଥମେ ସେ ଭାବିଥିଲେ ସାଙ୍ଗ ସାଥି ତାଙ୍କୁ ଥଟ୍ଟା ମଜା କରିବେ । ହେଲେ ତାଙ୍କ ମନୋବଳ ଭାଙ୍ଗିଲା ନାହିଁ । ସେ ଲଣ୍ଡାହୋଇ ଜଣେ କ୍ୟାନସର ରୋଗୀଙ୍କ ପାଇଁ ତାଙ୍କର ସୁନ୍ଦର ବାଳ ଗୁଡିକୁ ଦାନ କରିଛନ୍ତି ।
/odishatv-khabar/media/post_attachments/wp-content/uploads/2020/12/baripafa-2.jpg)
ନିଜର ବାଳ ଦାନ କରିବା ପରେ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପୂର୍ବରୁ କ୍ୟାନସର ରୋଗୀମାନେ କେମୋ ଥେରାପି ଯୋଗୁଁ ନିଜର ସବୁଦିନ ପାଇଁ ବାଳ ହରାଉ ଥିବା ବେଳେ ଶ୍ରୁତିଙ୍କ ଭଳି କେହି ବାଳ ଦାନ କଲେ କ୍ୟାନସର ରୋଗୀଙ୍କ ବାଳ କୁ ପୁନଃ ରୋପଣ କରାଯାଇ ପାରେ । ଆଉ ସେଇଥି ପାଇଁ ପ୍ରଭାବିତ ହୋଇ ଶ୍ରୁତି ବାଳ ଦାନ ପାଇଁ ମନ ଦେଇଥିବା କହିଛନ୍ତି ।
/odishatv-khabar/media/post_attachments/wp-content/uploads/2020/12/baripada-4.jpg)
ଶ୍ରୁତି ଏମ.ପି.ସି. ଅଟୋନମାସ କଲେଜ ର +୩ ଶେଷ ବର୍ଷର ଛାତ୍ରୀ ଥିବା ବେଳେ ସେ ଏନ.ଏସ.ଏସ. ପ୍ରତି ମନ ବଳାଇ ଥିଲେ । ସେ ଏନ.ଏସ.ଏସ. ର ସର୍ବ ଭାରତୀୟ ସ୍ତରରେ ବିଭିନ୍ନ କ୍ୟାମ୍ପରେ ଯୋଗ ଦେବା ସହ ଜାତୀୟ ସ୍ତରୀୟ ପ୍ୟାରେଡ଼ରେ ମଧ୍ୟ ଭାଗ ନେଇ ଅନେକ ମେଡାଲ ହାସଲ କରିଛନ୍ତି । ଶ୍ରୁତି ପୂର୍ବରୁ ନିଜର ଆଖି ଦାନ ପାଇଁ ଲେଖି ସାରିଥିବା ବେଳେ ଆଗକୁ ଅଙ୍ଗ ଦାନ ପାଇଁ ମଧ୍ୟ ମନ ବଳାଇଛନ୍ତି । ଶ୍ରୁତି ଛୁଆ ବେଳୁ ନିଜ ଅଜାଆଈଙ୍କ ଘରେ ରହି ବଡ଼ ହୋଇଛନ୍ତି। ଶ୍ରୁତିଙ୍କ ଏହିଭଳି କାର୍ଯ୍ୟ ପାଇଁ ଅଜାଆଈ ଏବଂ ସାଙ୍ଗସାଥୀ ବେଶ୍ ଖୁସି ।
/odishatv-khabar/media/post_attachments/wp-content/uploads/2020/12/baripada.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)