/odishatv-khabar/media/post_attachments/uploadimage/library/16_9/16_9_0/mother-4_1626688555.jpg)
mother
ଯାଜପୁର (ଅଭୟ ପତି): ମାଆ ଓ ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଯୁବକ। ଆଜି ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଘଟିଛି। ଉଭୟଙ୍କ ମାଆ ଓ ପତ୍ନୀଙ୍କୁ ଗୁରୁତର ମେଡିକାଲରେ ଭର୍ତ୍ତି କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଭିଯୋଗରୁ ପ୍ରକାଶ ମଧୁବନ ଗାଁର ଟିମା ଦେହୁରୀଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ। ସେଥିପାଇଁ ଅନେକ ସମୟରେ ପରିବାର ଲୋକଙ୍କୁ ଗାଳି ଗୁଲଜ କରନ୍ତି। ଆଜି କୌଣସି କଥାକୁ ନେଇ ଟିମା ନିଜ ପତ୍ନୀ ବିଜୁଳି ଦେହୁରୀଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଟିମା ଏକ ଧାରୁଆ କଟୁରୀରେ ତାଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇ ଥିଲେ। ଏହା ଦେଖି ତାଙ୍କ ମାଆ ଲାବଣ୍ୟ ଦେହୁରୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।
ତେବେ ରାଗରେ ଜର୍ଜରିତ ଥିବା ଟିମା ନିଜ ମାଆଙ୍କ ମୁଣ୍ଡକୁ କଟୁରୀରେ ଆକ୍ରମଣ କରିଥିଲେ। ପରେ ନିଜ ପତ୍ନୀ ବିଜୁଳିଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଫଳରେ ମାଆ ଓ ପତ୍ନୀ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ସୁକିନ୍ଦା ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଟିମାକୁ ଅଟକ ରଖି ପଚରାଉଚରା କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)