Advertisment

ହସ୍ପିଟାଲରେ ନିଶାସକ୍ତ ଯୁବକଙ୍କ ଦାଦାଗିରି

ଖୋର୍ଦ୍ଧା: ହସ୍ପିଟାଲରେ ଯୁବକଙ୍କ ଦାଦାଗିରି। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ରାତିରେ ଏପରି ଘଟଣା ଘଟିଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ୍‌ କରିଛି। ଖବର ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଶଲ୍ୟ ବିଭାଗ ଡାକ୍ତର ଶ୍ୟାମା ପ୍ରସନ୍ନ ମିତ୍ର, ଡାକ୍ତର ଶୁଭ୍ରାଶୁଂ କୁମାର ସାହୁ ଓ ଡାକ୍ତର ଶୁକ୍ଲା ଡ୍ୟୁଟିରେ ଥିଲେ। ଏହି ସମୟରେ ନିଶାସକ୍ତ ଥିବା ଜଣେ ଯୁବକ ଏକ ପାଇପ୍‌ ଧରି ସେମାନଙ୍କୁ ଆକ୍ରମଣ କରିବା ସହିତ ଗାଲିଗୁଲଜ କରିଥିଲେ। ନିଶାଶକ୍ତ ବ୍ୟକ୍ତିଙ୍କ […]

author-image
Mahasweta Baral
ହସ୍ପିଟାଲରେ ନିଶାସକ୍ତ ଯୁବକଙ୍କ ଦାଦାଗିରି

khurdaaa

ଖୋର୍ଦ୍ଧା: ହସ୍ପିଟାଲରେ ଯୁବକଙ୍କ ଦାଦାଗିରି। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ରାତିରେ ଏପରି ଘଟଣା ଘଟିଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ୍‌ କରିଛି।

Advertisment

ଖବର ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଶଲ୍ୟ ବିଭାଗ ଡାକ୍ତର ଶ୍ୟାମା ପ୍ରସନ୍ନ ମିତ୍ର, ଡାକ୍ତର ଶୁଭ୍ରାଶୁଂ କୁମାର ସାହୁ ଓ ଡାକ୍ତର ଶୁକ୍ଲା ଡ୍ୟୁଟିରେ ଥିଲେ। ଏହି ସମୟରେ ନିଶାସକ୍ତ ଥିବା ଜଣେ ଯୁବକ ଏକ ପାଇପ୍‌ ଧରି ସେମାନଙ୍କୁ ଆକ୍ରମଣ କରିବା ସହିତ ଗାଲିଗୁଲଜ କରିଥିଲେ। ନିଶାଶକ୍ତ ବ୍ୟକ୍ତିଙ୍କ ଜଣେ ସମ୍ପର୍କୀୟଙ୍କୁ ଠିକ୍‌ ଭାବେ ଚିକିତ୍ସା କରିନଥିବା ଅଭିଯୋଗରେ ସେ ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ।

ଯୁବକଙ୍କ ଏଭଳି ଆଚରଣ ଯୋଗୁ ହସ୍ପିଟାଲରେ ରୋଗୀ ସେବା କିଛି ସମୟ ବାଧାପ୍ରାପ୍ତ ହୋଇଥିଲା। ଏନେଇ ଡାକ୍ତର ଶ୍ୟାମା ପ୍ରସନ୍ନ ମିତ୍ର, ଡାକ୍ତର ଶୁଭ୍ରାଶୁଂ କୁମାର ସାହୁ ଯୁବକଙ୍କ ବିରୋଧରେ ଖୋର୍ଦ୍ଧା ଟାଉନ୍‌ ଥାନାରେ ଏତଲା ଦେଇଥିଲେ। ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ହସ୍ପିଟାଲର ସିସିଟିଭ ଯାଞ୍ଚ କରି ଯୁବକଙ୍କୁ ଚିହ୍ନଟ କରିଥିଲା। ତାଙ୍କ ନାଁ ଶେଖ୍‌ ଅମିନ୍‌। ପୋଲିସ ତାଙ୍କୁ ଗିରଫ୍‌ କରିଛି।

Advertisment
Advertisment
Advertisment