Advertisment

୩ ଦିନ ଭିଜାଇବା ପରେ ଝାଡ଼ଖଣ୍ଡ ଗଲା ଲଘୁଚାପ

ଭୁବନେଶ୍ୱର: ୩ ଦିନ କାଳ ଓଡ଼ିଶାକୁ ଭସାଉଥିବା ଲଘୁଚାପ ଝାଡ଼ଖଣ୍ଡ ଅଭିମୁଖେ ଗତି କରିଛି। ଲଘୁଚାପ ଏବେ ଦକ୍ଷିଣ ପଶ୍ଚିମ ଝାଡ଼ଖଣ୍ଡ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ତଥାପି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଏନେଇ  ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକା ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା- ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ସୋନପୁର ଓ  ନବରଙ୍ଗପୁର। ତେବେ ଲଘୁଚାପ କାରଣରୁ ରାଜ୍ୟରେ ରାଜ୍ୟରେ ୫୫.୮ […]

୩ ଦିନ ଭିଜାଇବା ପରେ ଝାଡ଼ଖଣ୍ଡ ଗଲା ଲଘୁଚାପ

odisha-rain

Advertisment

ଭୁବନେଶ୍ୱର: ୩ ଦିନ କାଳ ଓଡ଼ିଶାକୁ ଭସାଉଥିବା ଲଘୁଚାପ ଝାଡ଼ଖଣ୍ଡ ଅଭିମୁଖେ ଗତି କରିଛି। ଲଘୁଚାପ ଏବେ ଦକ୍ଷିଣ ପଶ୍ଚିମ ଝାଡ଼ଖଣ୍ଡ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ତଥାପି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଏନେଇ  ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକା ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା- ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ସୋନପୁର ଓ  ନବରଙ୍ଗପୁର।

Advertisment

ତେବେ ଲଘୁଚାପ କାରଣରୁ ରାଜ୍ୟରେ ରାଜ୍ୟରେ ୫୫.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।  ୪୧ ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି

ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ସହିତ ଭଦ୍ରକ, କେନ୍ଦୁଝର, ଯାଜପୁରରେ ବନ୍ୟା ହୋଇଥିବା ମନ୍ତ୍ରୀ କହିଛନ୍ତି। ସେହିପରି ବାଲେଶ୍ୱର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ବନ୍ୟା କାରଣରୁ ମୟୂରଭଞ୍ଜରେ ୨, କେନ୍ଦୁଝରରେ ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ