Advertisment

୧୨ ଘଣ୍ଟା ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେବ ୟାସ୍

ଭୁବନେଶ୍ୱର: ଘଣ୍ଟାକୁ ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ୟାସ୍। ଏବେ ପାରାଦୀପ ଠାରୁ ୪୫୦ କିଲୋମିଟର ଦୂରରେ ୟାସ୍ ରହିଛି। ବାଲେଶ୍ୱରଠୁ ୫୫୦ ଓ ଦୀଘା ଠାରୁ ୫୪୦ କିମି ଦୂରରେ ରହିଛି। ୧୨ ଘଣ୍ଟାରେ ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  ସେହିପରି ୨୬ ତାରିଖ(ବୁଧବାର, ସକାଳେ) ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ(ଅତି ଭୀଷଣ ବାତ୍ୟା)ର ରୂପ ନେଇ ଉତ୍ତର-ପଶ୍ଚିମ […]

୧୨ ଘଣ୍ଟା ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେବ ୟାସ୍

next-level

Advertisment

ଭୁବନେଶ୍ୱର: ଘଣ୍ଟାକୁ ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ୟାସ୍। ଏବେ ପାରାଦୀପ ଠାରୁ ୪୫୦ କିଲୋମିଟର ଦୂରରେ ୟାସ୍ ରହିଛି। ବାଲେଶ୍ୱରଠୁ ୫୫୦ ଓ ଦୀଘା ଠାରୁ ୫୪୦ କିମି ଦୂରରେ ରହିଛି। ୧୨ ଘଣ୍ଟାରେ ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  ସେହିପରି ୨୬ ତାରିଖ(ବୁଧବାର, ସକାଳେ) ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ(ଅତି ଭୀଷଣ ବାତ୍ୟା)ର ରୂପ ନେଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପ୍ରବେଶ କରିବ।

Advertisment

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ସେଇ ଦିନ ମଧ୍ୟାହ୍ନ ସୁଦ୍ଧା ଉତ୍ତର ଓଡିଶା-ପଶ୍ଚିମବଙ୍ଗ ତଟ ଦେଇ ଅତିକ୍ରମ କରିବ। ୨୬ ତାରିଖ ଦିନ ୧୧ରୁ ଗୋଟାଏ ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା ରହିଛି। ବାତ୍ୟା ୟାସ୍ ବାଲେଶ୍ୱର ନିକଟରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବ। ୨୫ ତାରିଖ ସକାଳୁ ୨୬ ତାରିଖ ରାତି ଯାଏଁ ବର୍ଷା ଲାଗି ରହିବ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ପୂର୍ଣ୍ଣିମା ଥିବାରୁ ସମୁଦ୍ରରୁ ଜୁଆର ଉଠିବା ନେଇ କୁହାଯାଇଛି। ୨ରୁ ୪ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଉଠିବା ସମ୍ଭାବନା ରହିଛି।

Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ