Advertisment

୨୬ ତାରିଖ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ୟାସ’- IMD

ଭୁବନେଶ୍ୱର: ପଶ୍ଚିମରେ ସାମୁଦ୍ରିକ ବାତ୍ୟା ତାଉତେ ତାଣ୍ଡବ ରଚିବା ପରେ ଏବେ ପୂର୍ବ ଭାରତକୁ ଡରାଇଲାଣି ସମ୍ଭାବ୍ୟ ବାତ୍ୟା ‘ୟାସ’।  ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଏହି ସାମୁଦ୍ରିକ ଝଡ଼ ଆସନ୍ତା ୨୬ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବ ହେବ ବୋଲି ପୂର୍ବାନୁମାନ କରିଛି IMD । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତା ୨୨ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ସୃଷ୍ଚି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର […]

୨୬ ତାରିଖ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ୟାସ’- IMD

cyclone

Advertisment

ଭୁବନେଶ୍ୱର: ପଶ୍ଚିମରେ ସାମୁଦ୍ରିକ ବାତ୍ୟା ତାଉତେ ତାଣ୍ଡବ ରଚିବା ପରେ ଏବେ ପୂର୍ବ ଭାରତକୁ ଡରାଇଲାଣି ସମ୍ଭାବ୍ୟ ବାତ୍ୟା ‘ୟାସ’।  ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଏହି ସାମୁଦ୍ରିକ ଝଡ଼ ଆସନ୍ତା ୨୬ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବ ହେବ ବୋଲି ପୂର୍ବାନୁମାନ କରିଛି IMD ।

Advertisment

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତା ୨୨ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ସୃଷ୍ଚି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର । ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ସୁଦ୍ଧା ବାତ୍ୟାରେ ରୂପ ନେବା ଅନୁମାନ କରାଯାଉଛି । ପରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୬ ତାରିଖ ସକାଳେ ଉତ୍ତର ବଙ୍ଗୋପସାଗରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବ । ଏହାର ପ୍ରଭାବରେ ଆଣ୍ଡାମାନ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପାସଗରେ ପବନର ବେଗ ବଢ଼ିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମଦ୍ରକୁ ଯିବାକୁ ବାରଣ କରାଯାଇଛି। ସେହିଭଳି ୨୪ରୁ ୨୭ ଯାଏଁ ମତ୍ସ୍ୟଜୀବୀଙ୍କୁ ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରକୁ ନଯିବାକୁ ସତର୍କ କରିଛି ଆଇଏମଡ଼ି।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୫ରୁ ଉପକୂଳ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ବାତ୍ୟା ୟାସ୍ କେଉଁ ଅଞ୍ଚଳରେ ଏବଂ କେତେବେଳେ ଉପକୂଳ ଅତିକ୍ରମ କରିବ ତାହା ସ୍ପଷ୍ଟ ହୋଇନି। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାପରେ ୨୩ ତାରିଖ ବେଳକୁ ଏହାର ରୂପରେଖ ଓ ଗତିପଥ ସମ୍ପର୍କରେ ସଠିକ୍ ସୂଚନା ମିଳିବ ବୋଲି କହିଛନ୍ତି IMD DG।

Advertisment

ଏପଟେ ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ବିଭାଗ ସହ ବୈଠକ କରି ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

ଓଡ଼ିଶା ଉପକୂଳରେ ସମ୍ଭାବ୍ୟ ବାତ୍ୟା ଓ ଭୀଷଣ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ରବିଋତୁରେ ଧାନ, ଡାଲି ଓ ତୈଳବୀଜ ଫସଲ କରିଥିବା ଚାଷୀଙ୍କୁ ସେମାନଙ୍କ ଫସଲ ସଂଗ୍ରହ କରିବାକୁ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଖାଦ୍ୟ ସଂଗ୍ରହ କାର୍ଯ୍ୟରେ ସବୁ ପ୍ରକାର ସତର୍କତା ଅବଲମ୍ବନ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ସମବାୟ ସମିତି ପକ୍ଷରୁ ବିଭିନ୍ନ ମଣ୍ଡିରେ ଧାନ, ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ଚାଲୁ ରହିଛି । ମଣ୍ଡିକୁ ଆସୁଥିବା ବିଭିନ୍ନ ପ୍ରକାରର ଶସ୍ୟକୁ ସୁରକ୍ଷିତ ଭାବେ ରଖିବା ଲାଗି ସମସ୍ତ ପ୍ରକାର ବନ୍ଦୋବସ୍ତ କରିବାକୁ କୁହାଯାଇଛି । ଖରିଫ ଚାଷ ଲାଗି ସାର ଏବଂ ବିହନ ଯେପରି ସୁରକ୍ଷିତ ଭାବେ ଠିକଣା ସ୍ଥାନରେ ପହଞ୍ଚି ପାରିବ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଅନ୍ୟପକ୍ଷେ,  ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ୟାସ୍ ପାଇଁ ଅଶାନ୍ତ ହୋଇପାରେ ସମୁଦ୍ର। ଏଥିପାଇଁ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରିଯିବାକୁ ସତର୍କ କରୁଛି କୋଷ୍ଟ ଗାର୍ଡ ।ଭାରତୀୟ କୋଷ୍ଟ ଗାର୍ଡ ବାନମାନେ ବିମାନରେ ଗଭୀର ସମୁଦ୍ରକୁ ଯାଇ ମତ୍ସଜୀବୀମାନଙ୍କୁ ସଚେତନ କରୁଛନ୍ତି। ଆସନ୍ତା ୨୬ ତାରିଖ ସୁଦ୍ଧା ୟାସ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟତର ହେବାକୁ ଥିବାରୁ ତା ପୂର୍ବରୁ ମତ୍ସ୍ୟଜୀବୀଙ୍କ ସୁରକ୍ଷା ନେଇ କୋଷ୍ଟଗାର୍ଡ ବାହିନୀ ପକ୍ଷରୁ ସଚେତନତା ଅଭିଯାନ କରାଯାଇଛି।

Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ