Advertisment

୨୬ ମଧ୍ୟାହ୍ନରେ ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ !

ଭୁବନେଶ୍ୱର: ଏବେ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା ୟାସ୍। ବାତ୍ୟାର ବେଗ ସାମାନ୍ୟ ବଢ଼ିଛି, ଘଣ୍ଟାକୁ ୫ରୁ୭ କିମି ବେଗରେ ଆସୁଛି। ବାତ୍ୟା ଅପଡେଟ ନେଇ IMD ସାଇକ୍ଲୋନ ୱାର୍ଣ୍ଣିଂ ମୁଖ୍ୟ ମୁଖ୍ୟ ରାଜେନ୍ଦ୍ର ଜେନାମଣି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ବାତ୍ୟା ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଦକ୍ଷିଣ ଓ ଦକ୍ଷିଣ-ପୂର୍ବଠୁ ୪୩୦ କିମି ଦୂରରେ ରହିଛି। ବାଲେଶ୍ୱରଠୁ ୫୧୦ କିମି ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦୂରରେ […]

୨୬ ମଧ୍ୟାହ୍ନରେ ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ !

yaas

Advertisment

ଭୁବନେଶ୍ୱର: ଏବେ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା ୟାସ୍। ବାତ୍ୟାର ବେଗ ସାମାନ୍ୟ ବଢ଼ିଛି, ଘଣ୍ଟାକୁ ୫ରୁ୭ କିମି ବେଗରେ ଆସୁଛି। ବାତ୍ୟା ଅପଡେଟ ନେଇ IMD ସାଇକ୍ଲୋନ ୱାର୍ଣ୍ଣିଂ ମୁଖ୍ୟ ମୁଖ୍ୟ ରାଜେନ୍ଦ୍ର ଜେନାମଣି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ବାତ୍ୟା ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଦକ୍ଷିଣ ଓ ଦକ୍ଷିଣ-ପୂର୍ବଠୁ ୪୩୦ କିମି ଦୂରରେ ରହିଛି। ବାଲେଶ୍ୱରଠୁ ୫୧୦ କିମି ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦୂରରେ ରହିଛି। ଏବେ ଘଣ୍ଟା ପ୍ରତି ବେଗ ରହିଛି ୫ରୁ ୭କିମି ଆଗକୁ ବଢୁଛି। ଏହା କ୍ରମଶଃ ଉତ୍ତର ଓ ଉତ୍ତର ପଶ୍ଚିମ ଆଡକୁ ଯାଇ କାଲି ସକାଳେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ(ଭଷଣ ଝଡ)ର ରୂପ ନେବ।

Advertisment

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

https://twitter.com/Indiametdept/status/1396768336277512196?s=20

ସେହିପରି ୨୬ ତାରିଖ(ବୁଧବାର, ସକାଳେ) ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ(ଅତି ଭୀଷଣ ବାତ୍ୟା)ର ରୂପ ନେଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପ୍ରବେଶ କରିବ। ସେଇ ଦିନ ମଧ୍ୟାହ୍ନ ସୁଦ୍ଧା ଉତ୍ତର ଓଡିଶା-ପଶ୍ଚିମବଙ୍ଗ ତଟ ଦେଇ ଅତିକ୍ରମ କରିବ। ୨୬ ତାରିଖ ମଧ୍ୟାହ୍ନରେ ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଲ୍ କରିବ। ପୂର୍ଣ୍ଣିମା ଥିବାରୁ ସମୁଦ୍ରରୁ ଜୁଆର ଉଠିବା ନେଇ କୁହାଯାଇଛି। ୨ରୁ ୪ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଉଠିବା ସମ୍ଭାବନା ରହିଛି।

Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ