/odishatv-khabar/media/post_attachments/uploadimage/library/16_9/16_9_0/wrong-side_1626686555.jpg)
wrong side
ଭୁବନେଶ୍ୱର : କମିଶନରେଟ ପୁଲିସ ପାଇଁ ବଡ଼ ଚାଲେଞ୍ଜ ରଙ୍ଗ୍ ସାଇଡ ଡ୍ରାଇଭିଂ। ଟୁଇନ୍ ସିଟିର ୨୦୦ଟି ସ୍ଥାନ ଚିହ୍ନଟ କରିଛି ପୁଲିସ। ଯେଉଁଠାରେ ଅଧିକ ରଙ୍ଗ ସାଇଡ୍ ଡ୍ରାଇଭିଂ ଘଟଣା ଦେଖିବାକୁ ମିଳୁଛି। ତା ଭିତରୁ ୬୦ଟି ଅତି ସମ୍ବେଦନଶୀଳ ରଙ୍ଗ୍ ସାଇଡ ଡ୍ରାଇଭିଂ ପଏଣ୍ଟ ରହିଛି , ଯେଉଁଥିପାଇଁ ଦୁର୍ଘଟଣା ଘଟିବା ସହ ଅନେକ ଜୀବନ ଯାଉଛି। ଏହାକୁ ନଜରରେ ରଖି ସେହି ସବୁ ରଙ୍ଗ୍ ସାଇଡ ପଏଣ୍ଟ ଗୁଡିକରେ ଟ୍ରାଫିକର ସ୍ୱତନ୍ତ୍ର ଉଇଙ୍ଗ ପକ୍ଷରୁ କର୍ମଚାରୀ ନିୟୋଜିତ କରାଯିବାକୁ ଯୋଜନା କରାଯାଇଛି। ଭୁବନେଶ୍ୱର ସିଟି ଓମେନ୍ସ କଲେଜ ଛକ ନିକଟରେ ରଙ୍ଗ୍ ସାଇଡ ଡ୍ରାଇଭିଂ ଯାଞ୍ଚ କରିଥିଲେ ନିଜେ ଡିସିପି ଟ୍ରାଫିକ।
ଲୋକଙ୍କୁ ରଙ୍ଗ ଡ୍ରାଇଭିଂ ପାଇଁ ଫାଇନ କାଟିବା ସହ ପାଠବି ପଢାଇଛନ୍ତି। ରଙ୍ଗ୍ ସାଇଡରେ ଯାଉଥିବା ଜଣେ ମହିଳାଙ୍କୁ ଅଟକାଇ ପୁଅ ଜରିଆରେ ମାଆଙ୍କୁ ରଙ୍ଗ ସାଇଡ ଡ୍ରାଇଭ ନକରିବାକୁ ଟ୍ରାଫିକ ଡିସିପି ପରାମର୍ଶ ଦେଇଥିଲେ । ଚଳିତ ମାସ ପହିଲାରୁ ଟ୍ରାଫିକ ନିୟମ କଡ଼ାକଡ଼ି ହେବା ପରେ ଏଯାଏଁ ପ୍ରାୟ ୧୫୦୦ରୁ ଅଧିକ ନିୟମ ଉଲ୍ଲଂଘନ ପାଇଁ ଚାଲାଣ ପଠାଯାଇଥିବା ଡିସିପି ଟ୍ରାଫିକ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)