Advertisment

ବିଦେଶରେ ଦେଶର ନାଁ ରଖିଲେ ଓଡ଼ିଆ ଝିଅ

ପୁରୀ : ପୁରୀର କୁନି ଝିଅ ଦିବ୍ୟଶ୍ରୀ ଦେବାଶିଷ ବେହେରା ଜର୍ଜୀଆରେ ଦେଖାଇଲେ କମାଲ। ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରି ଜିତିଛନ୍ତି “ବେଷ୍ଟ ନ୍ୟାସନାଲ୍‌ କଷ୍ଟ୍ୟୁମ୍‌-୨୦୨୦” ଆଉ ଟପ୍‌ ମଡେଲ -୨୦୨୦। ୧୨ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଦେଶ ଓ ଓଡ଼ିଆଙ୍କ ଟେକ ରଖିଛନ୍ତି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତ ପ୍ରଥମ ଥର ଲାଗି ପାଇଛି ଏହି ଆନ୍ତର୍ଜାତୀୟ ପୁରସ୍କାର। ପୁରୀ ମାର୍କଣ୍ଡେଶ୍ୱର ସାହିର ଦେବାଶିଷ ବେହେରା ଓ ଦେବୀ ଗୁହାଙ୍କ […]

author-image
Pradesh Pratyush
ବିଦେଶରେ ଦେଶର ନାଁ ରଖିଲେ ଓଡ଼ିଆ ଝିଅ

dibyashri

ପୁରୀ : ପୁରୀର କୁନି ଝିଅ ଦିବ୍ୟଶ୍ରୀ ଦେବାଶିଷ ବେହେରା ଜର୍ଜୀଆରେ ଦେଖାଇଲେ କମାଲ। ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରି ଜିତିଛନ୍ତି “ବେଷ୍ଟ ନ୍ୟାସନାଲ୍‌ କଷ୍ଟ୍ୟୁମ୍‌-୨୦୨୦” ଆଉ ଟପ୍‌ ମଡେଲ -୨୦୨୦। ୧୨ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଦେଶ ଓ ଓଡ଼ିଆଙ୍କ ଟେକ ରଖିଛନ୍ତି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତ ପ୍ରଥମ ଥର ଲାଗି ପାଇଛି ଏହି ଆନ୍ତର୍ଜାତୀୟ ପୁରସ୍କାର।

Advertisment

publive-imageପୁରୀ ମାର୍କଣ୍ଡେଶ୍ୱର ସାହିର ଦେବାଶିଷ ବେହେରା ଓ ଦେବୀ ଗୁହାଙ୍କ ପାଞ୍ଚବର୍ଷର ଝିଅ ଦିବ୍ୟଶ୍ରୀ। ପ୍ରଚଣ୍ଡ ପ୍ରତିଭାର ଅଧିକାରୀ। ଫେସନ ଡିଜାଇନିଂ ପ୍ରତି ତାଙ୍କର ଦୁର୍ବଳତା ଥିଲା। ଆଉ ତାଙ୍କର ଇଚ୍ଛା ସହ ପରିବାର ମଧ୍ୟ ଫେସନ ଡିଜାଇନିଂ କରିବା ପାଇଁ ଯୋଗାଇ ଦେଇଥିଲେ ସମସ୍ତ ପ୍ରକାର ସହଯୋଗ। ଭାରତରେ ବିଭିନ୍ନ ଜାତୀୟ ଫେସନ ଡିଜାଇନିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବେଶ୍ ସଫଳତା ଅର୍ଜନ କରିଥିଲେ ଦିଦ୍ୟଶ୍ରୀ। ତା’ପରେ ବିଶାଖାପାଟନମ୍‌ ଓ ବେଙ୍ଗାଲୁରୁରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଫେସନ ଶୋ’ରେ ମଧ୍ୟ ଦିବ୍ୟଶ୍ରୀଙ୍କୁ ମିଳିଥିଲା ବିଶେଷ ସଫଳତା। ପରେ ଜର୍ଜୀଆ ପାଇଁ ବାଟ ଫିଟିଥିଲା। ଏହା ପରେ ଦିବ୍ୟଶ୍ରୀ ଜର୍ଜୀଆର ତିବିଲସେ (Tibilse) ସହରରେ ପହଞ୍ଚିଥିଲେ।

publive-imageଭାରତ ପକ୍ଷରୁ ୪ରୁ ୭ ବର୍ଷ ବୟସ ବିଭାଗରେ ସେ ପ୍ରତିନିଧିତ୍ଵ କରିଥିଲେ। ଜାନୁଆରୀ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ world rising stars-2020 ପ୍ରତିଯୋଗିତାରେ ଭାଗ ନେଇ ଦେଶପାଇଁ ଆଣିଥିଲେ ଗୌରବ। ୧୨ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ପୁରୀର ଦିବ୍ୟଶ୍ରୀ କ୍ରାଉନ ଜିତି ଏହି ଗୌରବ ଆଣିଛନ୍ତି। ଆଉ ସବୁଠୁଁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତ ପ୍ରଥମ ଥର ଲାଗି ପାଇଛି ଏହି ଆନ୍ତର୍ଜାତୀୟ ପୁରସ୍କାର। ମାତ୍ର ପାଞ୍ଚବର୍ଷ ବୟସରେ ଦିବ୍ୟଶ୍ରୀଙ୍କ ଏଭଳି ପ୍ରତିଭା  ଚୟନକର୍ତ୍ତାଙ୍କ ମନକୁ ଜିଣିନେଇଥିଲା। ଆଉ ଏବେ ରାମ୍ପ ଶୋ’ରେ ବିଶ୍ୱରେକର୍ଡ ପାଇଁ ପ୍ରସ୍ତୁତ ହେବେ ବୋଲି ପରିବାର ଆଶା ରଖିଛି।

Advertisment

ଏତେ କମ ବୟସରୁ  ଦିବ୍ୟଶ୍ରୀଙ୍କର ଫେସନଡିଜାଇନିଂ ପ୍ରତି ଆଗ୍ରହ ସମସ୍ତଙ୍କୁ ଚକିତ କରିଥିଲା। ଉଭୟ ବାପା ଓ ମାଆ ଆଇଟି ସେକ୍ଟରରେ ବାଙ୍ଗାଲୁରୁରେ କାମ କରୁଥିବାରୁ ଝିଅକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ। ଆଉ ଝିଅ ପଛରେ ସମୟ ଦେବାକୁ ଉଭୟ ଚିନ୍ତା କରିଥିଲେ। ତା’ପରେ ଫେସନ ଡିଜାଇନିଂ, କଷ୍ଟ୍ୟୁମ, ସିଙ୍ଗିଂ ଆଦି ନଲେଜ ଗେନ୍ କରିବା ପାଇଁ ୟୁଟ୍ୟୁବ୍‌ ମାଧ୍ୟମରେ ଶିଖାଇଥିଲେ ପରିବାର ଲୋକ।

Advertisment
Advertisment