Advertisment

ବିଶ୍ୱସ୍ତରୀୟ ହେବ ଏସ୍‌ସିବି ମେଡିକାଲ୍‌

ଭୁବନେଶ୍ୱର : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ (ଏସ୍‌ସିବି) ମେଡିକାଲ୍‌ର ନବକଳେବର ହେବ। ଏସ୍‌ସିବିକୁ ବିଶ୍ୱସ୍ତରୀୟ ମେଡିକାଲ୍‌ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମେଡିକାଲ ନିକଟରେ ଥିବା ଚତୁର୍ଥ ଶ୍ରେଣୀ କର୍ମଚରୀଙ୍କ କ୍ୱାର୍ଟର୍ସ ଓ ୧୩ ଜଣ ଡାକ୍ତରଙ୍କ କ୍ୱାର୍ଟର୍ସ ଭଙ୍ଗାଯିବ। ଏହା ଦ୍ୱାରା ପ୍ରାୟ ୨୫ ଏକର ଜମି ସରକାରଙ୍କ ହାତକୁ ଆସିବା ଆକଳନ କରାଯାଇଛି। ସେହିପରି ତାଳଦଣ୍ଡା କେନାଲ ବନ୍ଧରୁ ମେଡିକାଲ ସଂଯୋଗକାରୀ ରାସ୍ତା ୩ ଲେନ୍‌ ହେବ। ଏଥି ସହ ଯିବାଆସିବା ପାଇଁ […]

author-image
Pradesh Pratyush
ବିଶ୍ୱସ୍ତରୀୟ ହେବ ଏସ୍‌ସିବି ମେଡିକାଲ୍‌

scb

ଭୁବନେଶ୍ୱର : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ (ଏସ୍‌ସିବି) ମେଡିକାଲ୍‌ର ନବକଳେବର ହେବ। ଏସ୍‌ସିବିକୁ ବିଶ୍ୱସ୍ତରୀୟ ମେଡିକାଲ୍‌ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମେଡିକାଲ ନିକଟରେ ଥିବା ଚତୁର୍ଥ ଶ୍ରେଣୀ କର୍ମଚରୀଙ୍କ କ୍ୱାର୍ଟର୍ସ ଓ ୧୩ ଜଣ ଡାକ୍ତରଙ୍କ କ୍ୱାର୍ଟର୍ସ ଭଙ୍ଗାଯିବ। ଏହା ଦ୍ୱାରା ପ୍ରାୟ ୨୫ ଏକର ଜମି ସରକାରଙ୍କ ହାତକୁ ଆସିବା ଆକଳନ କରାଯାଇଛି।

Advertisment

ସେହିପରି ତାଳଦଣ୍ଡା କେନାଲ ବନ୍ଧରୁ ମେଡିକାଲ ସଂଯୋଗକାରୀ ରାସ୍ତା ୩ ଲେନ୍‌ ହେବ। ଏଥି ସହ ଯିବାଆସିବା ପାଇଁ ୨ଟି ଓଭରବ୍ରିଜ ମଧ୍ୟ ନିର୍ମାଣ କରାଯିବ। ଫେବ୍ରୁଆରୀ ୨୮ ତାରିଖ ସୁଦ୍ଧା ଅଧିଗ୍ରହଣ କାମ ସରିଲେ ମାର୍ଚ୍ଚ ପହିଲାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଆଜି ସଂଧ୍ୟା ସୁଦ୍ଧା ଜମି ଅଧିଗ୍ରହଣ ନେଇ ପ୍ରସ୍ତାବ ଦେବେ ଆରଡିସି ଓ କଟକ ଜିଲ୍ଲାପାଳ। ଆଜି 5T ସଚିବ ଭି.କେ ପାଣ୍ଡିଆନ୍‌ ଓ ତାଙ୍କ ଟିମ୍‌ ସଦସ୍ୟଙ୍କ ଗସ୍ତ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବଡ଼ ମେଡିକାଲ ଯାଇ ସମୀକ୍ଷା କରିବେ।

ଆଜି ଭୋର ୫ଟା ସମୟରେ ପାଣ୍ଡିଆନ୍‌ କଟକ ମେରିଟାଇମ ମ୍ୟୁଜିୟମଠାରେ ପହଞ୍ଚିଥିଲେ। ପରେ ବଡ଼ ମେଡ଼ିକାଲର ଦ୍ୱିତୀୟ କ୍ୟାମ୍ପସ ଆକ୍ସନ ପ୍ଲାନ୍‌ ଉପରେ ଆଲୋଚନା କରିଥିଲେ। ତା’ପରେ ପ୍ରସ୍ତାବିତ ଅଞ୍ଚଳ ବୁଲି ଦେଖିଥିଲେ। ପାଣ୍ଡିଆନ୍‌ ଓ ତାଙ୍କ ଟିମ୍‌ ପ୍ରଥମେ ମହାନଦୀର ହାଡିଆପଠା ଓ ପରେ ସିସୋର ପଠା ବୁଲି ଦେଖିଥିଲେ।

Advertisment

ମହାନଦୀ ପଠାରେ ଏବେ ଯୁଦ୍ଧ କାଳୀନ ଭିତ୍ତିରେ ବାଲି ପୋତାଯାଇ ସମତଳ କାମ ଚାଲୁ ରହିଛି। ଏସ୍‌ସିବି ମେଡିକାଲ କଲେଜର ଖେଳ ପଡିଆ, କ୍ୱାର୍ଟର୍ସ ଓ ହଷ୍ଟେଲ ଆଦି ନିର୍ମାଣ ପାଇଁ ୨୫ ଏକର ଜମି ଚିହ୍ନଟ ହୋଇଥିବା କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ସମୟରେ ପୂର୍ତ୍ତ ସଚିବ କ୍ରିଷନ କୁମାର, ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲଙ୍କ ଓ ଏସସିବି ମେଡିକାଲ କଲେଜ ଅଧ୍ୟକ୍ଷ ଓ ଅଧିକ୍ଷକଙ୍କ ସହ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisment
Advertisment