/odishatv-khabar/media/post_attachments/uploadimage/library/16_9/16_9_0/mahila_1625186478.jpg)
mahila
କଟକ: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ କୁ ନେଇ ଗତକାଲି ଡାକ୍ତରଙ୍କ ଚାମ୍ବର ଭଙ୍ଗାରୁଜା ଓ ପରେ ଗିରଫଦାରୀକୁ ନେଇ ଆଜି ଦେଖିବାକୁ ମିଳିଛି ପ୍ରତିବାଦ। ଆଜି ଅସ୍ତରଙ୍ଗ ଥାନା ଆଗରେ ଧାରଣା ଦେଇଛନ୍ତି ବହୁ ସଂଖ୍ୟାରେ ମହିଳା। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଝାଡ଼ଲିଙ୍ଗି ଗାଁର ଜଣେ ଯୁବକ ଗତକାଲି ରାସ୍ତା ଦୁର୍ଘଟଣାର ଶିକାର ହୋଇଥିଲେ। ପ୍ରଥମେ ତାଙ୍କୁ ଅସ୍ତରଙ୍ଗ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଚାରିଛକ ମେଡ଼ିକାଲରେ ଭର୍ତ୍ତିପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିରେ ଉତ୍ୟକ୍ତ ହୋଇ ଝାଡ଼ଲିଙ୍ଗ ଗ୍ରାମବାସୀ ଅସ୍ତରଙ୍ଗ ମେଡିକାଲ ଯାଇ ଡାକ୍ତରଙ୍କ ଚ୍ୟାମ୍ବର ଭଙ୍ଗାରୁଜା କରିଥିଲେ।
Advertisment
ଏହି ଘଟଣାରେ ପୋଲିସ ଶନିବାର ବିଳମ୍ବିତ ରାତିରେ ଗାଁର ୨୦ ଜଣଙ୍କୁ ଥାନାରେ ଅଟକ ରଖିଛି। ନିଜ ସଂପର୍କୀୟଙ୍କୁ ଛାଡ଼ିବା ପ୍ରତିବାଦରେ ଗାଁର ମହିଳା ମାନେ ଅସ୍ତରଙ୍ଗ ଥାନା ଆଗରେ ଧାରଣା ଦେଇଛନ୍ତି। ପୋଲିସ ଧରଣାରତ ମହିଳାଙ୍କୁ ବୁଝାଇବାକୁ ଚେଷ୍ଟା କଲେ ବି ସେମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)