Advertisment

କଙ୍କାଳର ପରିଚୟ ଜାଣିବାକୁ ଦ୍ୱିତୀୟ ଫର୍ମୁଲା ପକାଇଲା କମିଶନରେଟ୍ ପୋଲିସ୍

ଭୁବନେଶ୍ୱର: ଏବେ ବି ରହସ୍ୟ ଘେରରେ ଜବତ ଗାଡିରୁ ମିଳିଥିବା କଙ୍କାଳ ବାହାରିବା ଘଟଣା।  ଯାଆଁଳା ଫାଣ୍ଡି ପରିସରରେ ଘନ ଘନ ଯାଞ୍ଚ କରାଯାଇଛି। କଙ୍କାଳ ମିଳିଥିବା ଗାଡି ଚାରିପାଖରେ ପୋଲିସର ବରିଷ୍ଠ ଅଧିକାରୀ ତନାଘନା କରୁୁଛନ୍ତି। ଯାହା ବି ସନ୍ଦିଗ୍ଧ ଜିନିଷ ମିଳୁଛି ଜବତ କରାଯାଉଛି। କଙ୍କାଳ ମିଳିଥିବା ଗାଡି ପାଖରେ ତଦନ୍ତ ଦାୟିତ୍ୱରେ ଥିବା ମହିଳା ଇନ୍ସପେକ୍ଟର, ଜଟଣୀ ଥାନା ଅଧିକାରୀ ଓ ଭୁବନେଶ୍ୱର ଏସିପିଙ୍କ ମିଳିତ ଟିମ୍ ସୁରାକ ଖୋଜିଛନ୍ତି। ଜବତ ଗାଡିରୁ […]

author-image
Chandan Shishu
କଙ୍କାଳର ପରିଚୟ ଜାଣିବାକୁ ଦ୍ୱିତୀୟ ଫର୍ମୁଲା ପକାଇଲା କମିଶନରେଟ୍ ପୋଲିସ୍

kankala

ଭୁବନେଶ୍ୱର: ଏବେ ବି ରହସ୍ୟ ଘେରରେ ଜବତ ଗାଡିରୁ ମିଳିଥିବା କଙ୍କାଳ ବାହାରିବା ଘଟଣା।  ଯାଆଁଳା ଫାଣ୍ଡି ପରିସରରେ ଘନ ଘନ ଯାଞ୍ଚ କରାଯାଇଛି। କଙ୍କାଳ ମିଳିଥିବା ଗାଡି ଚାରିପାଖରେ ପୋଲିସର ବରିଷ୍ଠ ଅଧିକାରୀ ତନାଘନା କରୁୁଛନ୍ତି। ଯାହା ବି ସନ୍ଦିଗ୍ଧ ଜିନିଷ ମିଳୁଛି ଜବତ କରାଯାଉଛି। କଙ୍କାଳ ମିଳିଥିବା ଗାଡି ପାଖରେ ତଦନ୍ତ ଦାୟିତ୍ୱରେ ଥିବା ମହିଳା ଇନ୍ସପେକ୍ଟର, ଜଟଣୀ ଥାନା ଅଧିକାରୀ ଓ ଭୁବନେଶ୍ୱର ଏସିପିଙ୍କ ମିଳିତ ଟିମ୍ ସୁରାକ ଖୋଜିଛନ୍ତି।

Advertisment

ଜବତ ଗାଡିରୁ ମିଳିଥିବା କଙ୍କାଳ କାହାର? ମୃତ ମହିଳା ଜଣକ କିଏ? କେମିତି ଆଉ କେବେ ହୋଇଛି ମୃତ୍ୟୁ ? ଭୁବନେଶ୍ୱର ଏମ୍ସରୁ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଏବେ କଙ୍କାଳର ପରିଚୟ ଜାଣିବାକୁ ହାଇଦ୍ରାବାଦ ପଠାଯାଇଛି ନମୁନା। ଯେଉଁଠି ଖପୁରୀ ବା ସ୍କଲ୍ ମ୍ୟାପି ସହ ନଖ, ଚୁଟି ଓ ହାଡ଼ର ପରୀକ୍ଷା ହେବ। ଡିଏନ୍ଏ ବି ବାହାର କରାଯିବ। ଖାଲି ସେତିକି ନୁହେଁ, କଙ୍କାଳର ସ୍କେଚ୍ ବି କରାଯିବ। ଫଳରେ ମହିଳାଙ୍କ ପରିଚୟ ବାବଦରେ ୪୦ରୁ ୬୦ ପ୍ରତିଶତ ଯାଏ ସୂଚନା ମିଳିପାରିବ ଏବଂ ଚିହ୍ନଟ କରିବାକୁ ପୋଲିସକୁ ସହଜ ହେବ।

ମହିଳାଙ୍କ ବୟସ ଆମେ ୪୫ ବର୍ଷ ହେବ ବୋଲି ଭାବୁଛୁ। ସେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହାନ୍ତି। ଚିହ୍ନଟ ପାଇଁ ଆମେ ହାଇଦ୍ରାବାଦକୁ ଡିଏନ୍‌ଏ ମ୍ୟାପିଂ ପାଇଁ ପଠାଇଛୁ। କେମିତି ତାଙ୍କର ମୃତ୍ୟୁ ହୋଇଛି, ତାହା ଅଧିକ ତଦନ୍ତ କଲେ ଜଣାପଡ଼ିବ। 
-ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ପୋଲିସ୍ କମିଶନର
Advertisment

ଅଗଷ୍ଟରୁ ୨୦୧୯ରୁ ଫେବ୍ରୁଆରୀ ୧୨, ୨୦୨୧ ଦେଢ଼ ବର୍ଷ ଧରି ପୋଲିସ ଫାଣ୍ଡି ପରିସରରେ ଜବତ ଗାଡି ପଡିଥିଲା। ଆଉ ଗାଡି ଭିତରେ କିଛି ମାସ ହେଲା ସଢୁଥିଲା ମହିଳାଙ୍କ ମୃତଦେହ। ହେଲେ କେହି ଏହାର ଟେର୍ ପାଇପାରିନଥିଲେ କେମିତି? ଫାଣ୍ଡିରେ ସିଜ୍ ଗାଡି ରଖିବା ପୂର୍ବରୁ ତାର ଟିକନିଖି ଯାଂଚ କରାଯାଏ, ତେଣୁ ପରେ କେମିତି ଗାଡି ଭିତରକୁ ଆସିଲା ମୃତଦେହ? ସବୁଠୁ ଗୁରୁତ୍ୱପୂର୍ଣ୍ଣ, ମୃତଦେହରୁ କଙ୍କାଳ ବନିବା ଯାଏଁ କେହି ଜାଣିପାରିଲେନି କେମିତି? ଯଦି ଗାଡି ଭିତରେ କିଏ ମୃତଦେହ ରଖିଛି, ତେବେ ସେଥିରେ କୌଣସି ପୋଲିସର ସଂପୃକ୍ତି ରହିଛି କି? ଏହି ମାମଲା ଏବେ ପୋଲିସ୍‌ର ପାରିବାପଣିଆ ଉପରେ ପ୍ରଶ୍ନ ଠିଆ କରିଛି।

ପୋଲିସ କହୁଛି, ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ କଙ୍କାଳଟି ଜଣେ ୪୫ ବର୍ଷିୟ ମହିଳାଙ୍କର ଏବଂ ସେ ଯକ୍ଷ୍ମାରେ ପୀଡ଼ିତ ଥିଲେ। ତାଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିଲା। ତେବେ ଘଟଣାର ସତ ଜାଣିବାକୁ ହେଲେ ପ୍ରଥମେ କଙ୍କାଳର ପରିଚୟ ଜାଣିବାକୁ ହେବ, ଯାହା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ।

ରିପୋର୍ଟ: ବଳରାମ ଲେଙ୍କା, ଅତୁଲ୍ୟ ବାଉତ
Advertisment
Advertisment