Advertisment

Woman Seriously Injured in Bear Attack: ବିଲ ପାଖରେ ଭାଲୁ ଆତଙ୍କ, କାଠ ଆଣିବାକୁ ଯାଇ ମୃତ୍ୟୁମୁଖରୁ ଫେରିଲେ ଯୁବତୀ

ଭାଲୁ ଆକ୍ରମଣରେ ଯୁବତୀ ଗୁରୁତର। ମୟୂରଭଞ୍ଜ ଉଦଳା କଇଁସାରି ବାବୁସାହିର ଯୁବତୀ। ଚିକିତ୍ସା ନିମନ୍ତେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି। କାଠ ଆଣିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର।

author-image
Pramod Behera
Woman Seriously Injured in Bear Attack

ବିଲ ପାଖରେ ଭାଲୁ ଆତଙ୍କ Photograph: (OTV)

ଘର ପାଖ ବିଲକୁ କାଠ ଆଣିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ଯୁବତୀ। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ମୟୂରଭଞ୍ଜ ଉଦଳା ବନାଞ୍ଚଳ କଇଁସାରି ବାବୁସାହିରେ ଘଟିଛି ଏଭଳି ଘଟଣା। ଗାଁର ରାଇମାତ ସୋରେନ ଘର ପାଖ ବିଲ ନିକଟକୁ କାଠ ଆଣିବାକୁ ଯାଇଥିଲେ। ଏହି ସମୟରେ ଦୁଇଟି ଭାଲୁ ଅଚାନକ ତାଙ୍କୁ ଆକ୍ରମଣ କରିଥିଲେ। 

Advertisment

ଆକ୍ରମଣରେ ରାଇମାତ ଗୁରୁତର ହୋଇଥିବା ବେଳେ ତାଙ୍କ ବାମ ହାତରେ ଗଭୀର ଭାବେ କ୍ଷତ ହୋଇଥିଲା। ଭାଲୁ ଆକ୍ରମଣରେ ଗୁରୁତର ହୋଇ ସେ ଚିତ୍କାର କରିବାରୁ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଛନ୍ତି। ସେପଟେ ଭାଲୁ ଉପରେ ବନ ବିଭାଗ ନଜର ରଖିଛି।

Odisha News Bear Attack Injured
Advertisment
Advertisment