/odishatv-khabar/media/media_files/2025/12/25/patient-death-2025-12-25-18-57-15.jpg)
Patient-Death Photograph: (OTV)
କୁଆଁ କୁଆଁ କାନ୍ଦୁଛି ପୁଅ... ହେଲେ ମାଆ ଆଉ ଉଠୁନି କି ଆଖି ଖୋଲୁନି । ପୁଅକୁ କୋଳେଇ ନେଇ ଗେଲ ବି କରୁନି । ମେଡିକାଲ ବେଡ୍ରେ ପୁଅକୁ ଜନ୍ମଦେଇ ସବୁଦିନ ପାଇଁ ଆଖି ବୁଜିଦେଇଛି ସେ । ଘର ଲୋକ କହୁଛନ୍ତି, କୁଆଡେ ଦିଦିଙ୍କ ଭୁଲ୍ ଅପରେସନ୍ ପାଇଁ ତା' ମାଆ ଆଉ ଏ ଦୁନିଆରେ ନାହିଁ ।
କାନ୍ଦ ବୋବାଳିରେ ଫାଟିପଡୁଛି ମେଡିକାଲ । ଛାତି ଫଟାଇ ଭୋ ଭୋ ହୋଇ କାନ୍ଦୁଛନ୍ତି ପରିବାର ଲୋକେ । ଏ ହୃଦୟ ବିଦାରକ ଘଟଣା ହେଉଛି ଯାଜପୁର ଟାଉନ ଥାନା ଅନ୍ତର୍ଗତ ମେଡିକାଲ ଛକ ନିକଟରେ ଥିବା ଏକ ଘରୋଇ ମେଡିକାଲ ପରିସରର । ଏଠି ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ରାଗରେ ମେଡିକାଲ ଭିତରେ ଭଙ୍ଗାରୁଜା, ହୋହଲ୍ଲା କରିଛନ୍ତି ମୃତ ମହିଳାଙ୍କ ପରିବାର ଲୋକେ । ଆଉ ଏପଟେ ମାଆର ମମତା କଣ ଜାଣିବା ଆଗରୁ ମାଆ ଛେଉଣ୍ଡ ହୋଇଯାଇଛି ଏ ନିଷ୍ପାପ ନବଜାତ ଶିଶୁଟି ।
ଶିଶୁପୁତ୍ର ଜନ୍ମ ହେବା ପରେ...
ଅଭିଯୋଗ ଅନୁସାରେ, ବରୀ ରତ୍ନଗିରି ଅଞ୍ଚଳର ଜଣେ ମହିଳା ଯାଜପୁରର ଜଣେ ମହିଳା ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେଉଥିଲେ । ସନ୍ତାନ ପ୍ରସବ ଲାଗି ତାଙ୍କୁ ଡାକ୍ତର ଏହି ଘରୋଇ ମେଡିକାଲକୁ ଆସିବାକୁ କହିଥିଲେ । ଗତକାଲି ସନ୍ଧ୍ୟାରେ ସସ୍ମିତାଙ୍କ ସିଜରିଆନ ହୋଇ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ଏହାପରେ ଡାକ୍ତର ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିଲେ । ଏହି ଅସ୍ତ୍ରୋପଚାର ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ଓ ପରେ ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଭୁଲ୍ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏହାକୁ ନେଇ ମେଡିକାଲ ପରିସରରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି ।
ସେପଟେ ଅସ୍ତ୍ରୋପଚାରରେ କୌଣସି ତ୍ରୁଟି ନଥିବା କଥା କହିଛନ୍ତି ଚିକିତ୍ସା କରିଥିବା ଡାକ୍ତର । ମେଡିକାଲର ମାଲିକ ମଧ୍ୟ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଜନିତ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ହେଲେ ମୃତକଙ୍କ ପରିବାର ପକ୍ଷରୁ ମେଡିକାଲ ବିରୋଧରେ ଥାନାରେ ଏତଲା ଦିଆଯିବା ସହ ନ୍ୟାୟ ଦାବି କରାଯାଇଛି ।
Bhupinder Sounds Alarm: ଖଣ୍ଡ ଖଣ୍ଡ ହୋଇଯିବ କି ବିଜେଡି ? କାହିଁକି ଏମିତି କହିଲେ ଭୂପିନ୍ଦର

Gaping Drain Claims Victims: ଆଁ କରି ମୁଣ୍ଡ ଖାଉଛି ଡ୍ରେନ୍, ପୂର୍ତ୍ତ ବିଭାଗର ଧୂର୍ତ୍ତ କାମ

Explosions and Intrigue: ବିସ୍ଫୋରଣରେ ଥରିଲା ବାଂଲାଦେଶ, ନିର୍ବାଚନ ରୋକିବାକୁ କିଏ କରୁଛି ଷଡଯନ୍ତ୍ର ?

Twisted Threads of Humane Death Case Tighten: ହ୍ୟୁମାନଙ୍କ ମୃତ୍ୟୁର ଅଡ଼ୁଆ ସୂତା ଆହୁରି ଛନ୍ଦି ହେଉଛି, ବବୁଲ୍ ଦେଲେ ବଡ଼ ବୟାନ

Shikhandi’s True Identity Revealed: ପର୍ଶୁରାମ ଓ ଭୀଷ୍ମଙ୍କ ଯୁଦ୍ଧ ଏବଂ ଶ୍ରୀଖଣ୍ଡୀଙ୍କ ଅସଲ ପରିଚୟ କଥା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)