/odishatv-khabar/media/post_attachments/uploadimage/library/16_9/16_9_0/bus-1_1626690376.jpg)
bus
ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ଅଭିରାମ ପରମ ହଂସଙ୍କ ଶାନ୍ତି ଆନନ୍ଦ ଆଶ୍ରମରେ ଜଗଦଗୁରୁ ଠାକୁର ଅଭିରାମ ପରମହଂସଙ୍କ ଆଶୀର୍ବାଦ ନେବାକୁ ଯାଇଥିଲେ ଦୁଇ ସମୁଦୁଣୀ। ହେଲେ ଠାକୁରଙ୍କୁ ଦର୍ଶନ କରିବା ପୂର୍ବରୁ ବସ୍ ଧକ୍କାରେ ଚାଲି ଗଲା ଜଣଙ୍କ ଜୀବନ। ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି। ଆଜି ଏମିତି ଦୁର୍ଘଟଣା ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଘଟିଛି।
କେନ୍ଦ୍ରାପଡ଼ା ଜିଲ୍ଲା ରତାତିରା ଗାଁର କେତେକ ଅଭିରାମ ଭକ୍ତ ପୁରୀ ଜିଲ୍ଲା କଣାସ ବ୍ଲକ ଅଭିରାମ ପରମ ହଂସଙ୍କ ଶାନ୍ତି ଆନନ୍ଦ ଆଶ୍ରମକୁ ବୁଲିବା ପାଇଁ ଯାଇଥିଲେ। ସମସ୍ତେ ଆଶ୍ରମ ଭିତରେ ବାବା ଅଭିରାମଙ୍କୁ ଦର୍ଶନ କରୁଥିଲେ। ତେବେ ନୟନା ସାହୁ ଓ ତାଙ୍କ ସମୁଦୁଣୀ ଚାଲି ଚାଲି ଯାଉଥିଲେ। ଠିକ୍ ଏତିକି ବେଳେ ‘ଶ୍ରୀ କ୍ରିଷ୍ଣା’ ନାମକ ଏକ ପର୍ଯ୍ୟଟନ ବସ୍ ପଛକୁ ଫେରୁଥିବା ବେଳେ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ନୟନା ଗୁରୁତର ଆହତ ହୋଇଥିଲା ବେଳେ ତାଙ୍କ ସମୁଦୁଣୀଙ୍କ ମୃତ୍ୟୁ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଗୁରୁତର ଆହତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)