Advertisment

ମୃତ ଛାତ୍ରୀଙ୍କୁ ରାସ୍ତାରେ ଫିଙ୍ଗି ଦେଲେ; ସିସିଟିଭିରେ କଏଦ୍ ହେଲା ଭିଡିଓ

ଯାଜପୁର: କୁଆଖିଆ ମୂଳାପାଳ ଛକ ନିକଟ ରାସ୍ତା କଡ଼ରୁ ଉଦ୍ଧାର ହୋଇଥିବା ମୃତ ଛାତ୍ରୀଙ୍କ ପରିଚୟ ମିଳିଛି। ମୃତ ଛାତ୍ରୀଙ୍କ ନାଁ ଝରାଫୁଲ ନାଏକ।  ସେ ଭୁବନେଶ୍ୱର ରମାଦେବୀର  +୩ ଛାତ୍ରୀ ବୋଲି ଜଣାପଡ଼ିଛି। ଛାତ୍ରୀ ଜଣଙ୍କୁ କେହି ହତ୍ୟା କରି ସେଠାରେ ଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାର ଖୋଳତାଡ଼ କରିବା ପରେ ପୋଲିସ ହାତରେ କିଛି ସିସି ଟିଭି ଫୁଟେଜ  ଲାଗିଛି। ଏହି ଫୁଟେଜ୍‌ରୁ ଯୁବତୀଙ୍କୁ କିଏ ଓ କେମିତି ଆଣି ଏଠାରେ […]

ମୃତ ଛାତ୍ରୀଙ୍କୁ ରାସ୍ତାରେ ଫିଙ୍ଗି ଦେଲେ; ସିସିଟିଭିରେ କଏଦ୍ ହେଲା ଭିଡିଓ

kki

Advertisment

ଯାଜପୁର: କୁଆଖିଆ ମୂଳାପାଳ ଛକ ନିକଟ ରାସ୍ତା କଡ଼ରୁ ଉଦ୍ଧାର ହୋଇଥିବା ମୃତ ଛାତ୍ରୀଙ୍କ ପରିଚୟ ମିଳିଛି। ମୃତ ଛାତ୍ରୀଙ୍କ ନାଁ ଝରାଫୁଲ ନାଏକ।  ସେ ଭୁବନେଶ୍ୱର ରମାଦେବୀର  +୩ ଛାତ୍ରୀ ବୋଲି ଜଣାପଡ଼ିଛି। ଛାତ୍ରୀ ଜଣଙ୍କୁ କେହି ହତ୍ୟା କରି ସେଠାରେ ଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାର ଖୋଳତାଡ଼ କରିବା ପରେ ପୋଲିସ ହାତରେ କିଛି ସିସି ଟିଭି ଫୁଟେଜ  ଲାଗିଛି। ଏହି ଫୁଟେଜ୍‌ରୁ ଯୁବତୀଙ୍କୁ କିଏ ଓ କେମିତି ଆଣି ଏଠାରେ ଫିଙ୍ଗିଲେ ତାହା ଜଣାପଡ଼ିଛି।

Advertisment

ସିସିଟିଭି ଫୁଟେଜର ଦୃଶ୍ୟ ଅନୁଯାୟୀ,  ଆଜି ସକାଳ ପ୍ରାୟ ୮ଟାରେ ଦୁଇ ଜଣ ଯୁବକ ସ୍କୁଟିରେ ଛାତ୍ରୀଙ୍କ ମୃତଦେହ ଆଣି ଏଠାରେ ଫିଙ୍ଗି ଦେଇଥିବା କିଛି ଲୋକ ଦେଖିଥିଲେ। କୁଆଖିଆ ପୋଲିସ ଓ ଯାଜପୁରରୋଡ଼ ଏସଡିପିଓ ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଛନ୍ତି।

ତେବେ ଝରାଫୁଲଙ୍କ ବାପାଙ୍କ କହିବାନୁସାରେ ,୨୫ ତାରିଖ ଭଉଣୀ ଜନ୍ମଦିନ ପାଳନ ପାଇଁ ଘରକୁ ଆସିଥିଲେ ଝରାଫୁଲ। ଏହାପରେ ୨୬ ତାରିଖ ସକାଳୁ ଝିଅକୁ ବସ୍‌ରେ ଚଢ଼ାଇଥିଲେ ସେ। ଦିନ ପ୍ରାୟ ୧୧ ଟା ପରେ ହେବ ଝିଅକୁ ଫୋନ୍ କରିବାରୁ ଶୌଚ ପାଇଁ ବାଣୀବିହାର ଓହ୍ଲାଇଥିଲି । ଫ୍ରେସ୍‌ ହେଇ ବସ୍‌ରେ ପଳାଇବି ବୋଲି ବାପାଙ୍କ କହିଥିଲେ ଝରାଫୁଲ। ଏହାପରେ କିଛି ସମୟ ପରେ ଝିଅର ମୋବାଇଲ୍ ସ୍ୱିଚ୍‌ ଅଫ୍‌ ହୋଇଯାଇଥିଲା ବୋଲି ତାଙ୍କ ବାପା କହିଛନ୍ତି।

Advertisment

publive-image

ପୁଣି ଅପରାହ୍ନ ୪ଟା ବେଳେ ଫୋନ୍ କରିବାରୁ ଝିଅ ଫୋନ୍‌ ଉଠାଇ କହିଲା ଯେ ବାପା ମୋତେ ଝାଡ଼ା ବାନ୍ତି ହେଉଥିବାରୁ ମୋତେ ଦୁର୍ବଳ ଲାଗୁଛି। ମୁଁ ମୋ ସାଙ୍ଗ ସୋନାଲି ଘରେ ରହିଯାଇଛି। ଭଲ ଲାଗିଲେ ମୁଁ ଫୋନ୍ କରିବି। ଏହା ପରଠାରୁ ଝିଅ ମୋବାଇଲ୍ ବନ୍ଦ ହୋଇଯାଇଥିଲା। ଆଜି ସକାଳୁ କୁଆଖିଆ ପୋଲିସ ଝିଅର ମୃତ୍ୟୁ ଖବର ଦେଇଥିଲା ବୋଲି ଝିଅର ବାପା କହିଛନ୍ତି। ତେବେ ଝିଅକୁ ହତ୍ୟା କରି ଫିଙ୍ଗି ଦିଆଯାଇଛି ବୋଲି ବାପା ଅଭିଯୋଗ କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅନ୍ୟପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀ। ସେ କହିଛନ୍ତି ଯେ କୋଭିଡ୍-୧୯ ଯୋଗୁ ମାର୍ଚ୍ଚ ମାସରୁ କଲେଜ୍‌ର ସମସ୍ତ ହଷ୍ଟେଲ ବନ୍ଦ ଥିଲା। ତେବେ ନିକଟରେ ଫାଇନାଲ ବର୍ଷ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିଥିଲା। ଛାତ୍ରଜଣକ ଘରୁ ମିଛ କହି ଆସି ଥାଇ ପାରନ୍ତି ବୋଲି ଅପରାଜିତା ଚୌଧୁରୀ କହିଛନ୍ତି। ତା ସହିତ ଏହି ଘଟଣାର ତଦନ୍ତ ଦାବି କରିବା ସହିତ ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବୁ ବୋଲି ସେ କହିଛନ୍ତି।

Advertisment

ଆହୁରି ପଢନ୍ତୁ : ୫ ସାଇବର ଠକଙ୍କୁ ଧରିଲା ପୋଲିସ

RD University Girl Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ