/odishatv-khabar/media/post_attachments/uploadimage/library/16_9/16_9_0/face-cream_1624714098.jpg)
face-cream
ସୁବର୍ଣ୍ଣପୁର: ନିଜ ମୁହଁକୁ ସୁନ୍ଦର କରିବା ପାଇଁ କିଏ ବା ନ ଚାହେଁ ! ମହିଳାମାନେ ସୁନ୍ଦର ଦେଖାଯିବା ଅନେକ ମେକ୍ଅପ ଶୈଳୀକୁ ଆପଣାଉଛନ୍ତି। କିନ୍ତୁ ମେକ୍ଅପ୍ ସମୟରେ ସତର୍କ ରହିବା ନିହାତି ଜରୁରୀ। ନହେଲେ ସୁନ୍ଦରୀ ହେବାକୁ ଯାଇ ଅସୁନ୍ଦରତାର ଚରମ ସୀମାରେ ପହଞ୍ଚିପାରନ୍ତି। ସେମିତି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ। ଫେସ୍ ପ୍ୟାକ୍ ଲଗାଇ ଜଣେ ମହିଳା ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଗୁଲପଡ଼ାରେ ଦେଖିବାକୁ ମିଳିଛି। ଏଭଳି ଘଟଣା।
ସୁମିତ୍ରା ସେବକ ନାମକ ମହିଳା ଗତ ୧୫ ଦିନ ହେଲା ଗୋରା ହେବା ପାଇଁ ଏକ ଫେସ୍ ପ୍ୟାକ୍ ଲଗାଉଥିଲେ। ହେଲେ ଏହା ଲଗାଇବା ପରେ ଧୀରେଧୀରେ ତାଙ୍କ ମୁହଁ ଫୁଲିବା ସହ ଆଖିକୁ ଦେଖାଯାଉନାହିଁ।
ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ପ୍ରଥମେ ବିନିକାରେ ପ୍ରାଥମିକ ଚିକିତ୍ସା କରିଥିଲେ। ତେବେ ସ୍ଥିତିରେ କୌଣସି ସୁଧାର ନଆସିବାରୁ ତାଙ୍କୁ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ମାଟିରେ ତିଆରି ହୋଇ ଫେସ୍ କ୍ରିମ୍ ଆସିଥିବା ମୋ ସ୍ତ୍ରୀ ଜାଣିବାକୁ ପାଇଥିଲେ। ସେଥିପାଇଁ ସେ ସ୍ଥାନୀୟ ଦୋକାନରୁ ଯାଇ କିଣିଥିଲେ। ମୁହଁରେ ଲଗେଇବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିଲା। ମୁହଁ ଫୁଲିଗଲା, ଚର୍ମ ଉତୁରିଗଲା। ଧିରେ ଧିରେ ମୁହଁ ପର୍ଯ୍ୟନ୍ତ ମାଡ଼ିଯାଇଥିଲା। ଏପରିକି ଆଖି ବି ବନ୍ଦ ହୋଇଯାଇଛି।
ଶ୍ରବଣ ସେବକ, ଅସୁସ୍ଥ ମହିଳାଙ୍କ ସ୍ୱାମୀ
" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)