/odishatv-khabar/media/post_attachments/uploadimage/library/16_9/16_9_0/bb-up_1626417283.jpg)
bb-up
ବ୍ରହ୍ମଗିରି : ଶୀତର ସ୍ପର୍ଶ ସହ ଚିଲିକାରେ ଏବେ ଦେଖିବାକୁ ମିଳିଛି ବିଦେଶୀ ପକ୍ଷୀଙ୍କ ଭିଡ଼। କାର୍ତ୍ତିକ ପୂର୍ଣ୍ଣିମା ପର ଠାରୁ ଶୀତ ବଢିଥିବାରୁ ପକ୍ଷୀଙ୍କ ଅାଗମନ ବି ବଢିଛି। ଏଥର ବିଳମ୍ବ ହେଲେ ବି ବଢିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା। ପିଣ୍ଟେଲ, ବଡୱେଲ, ବ୍ରାହ୍ମଣୀସିଡଗ୍ ଓ ଫ୍ଲେମିଗୋ ଭଳି ବିଦେଶୀ ପକ୍ଷୀ ଚିଲିକାର ନୀଳ ଜଳ ରାଶିରେ ଭାସିଲେଣି। ପକ୍ଷୀଙ୍କୁ ଦେଖିବାକୁ ଏବେ ଚିଲିକାରେ ବି ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ଼।
ପକ୍ଷୀ ସଂଖ୍ୟା ବଢୁ ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପକ୍ଷୀ ଶିକାର ଭୟ ଥିବାରୁ ପାଟ୍ରୋଲିଂ ବଢାଇ ଦିଅାଯାଇଛି। ଚିଲିକା ଓ୍ୱାଇଲ୍ଡ ଲାଇଫ୍ ଡିଭିଜନରେ ୨୦ଟି ସ୍କ୍ୱାଡ ଗଠନ କରାଯାଇଛି। ନୂଅାପଡ଼ା ରେଞ୍ଜର ଗୁରୁବାଇରେ ମଧ୍ୟ କ୍ୟାଂପ କରି ପକ୍ଷୀଙ୍କୁ ସୁରକ୍ଷା ଦେଉଛି ବନ ବିଭାଗ।
ପର୍ଯ୍ୟଟକମାନେ ପକ୍ଷୀଙ୍କ ସମାଗମକୁ ବେଶ୍ ଉପଭୋଗ କରୁଛନ୍ତି। ଅାଗକୁ ଶୀତ ବଢିବା ସହିତ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢିବ ବୋଲି ଅାଶା କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)