Advertisment

ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିଯିବ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ

ପୁରୀ: ଝଲସିବେ ମହାବାହୁ, ଝଲସିବ ରତ୍ନ ସିଂହାସନ। ରାତି ପାହିଲା ବେଳକୁ ରତ୍ନ ସିଂହାସନରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜେଇ ହୋଇ ସାରିଥିବେ ମହାପ୍ରଭୁ। ଜଗନ୍ନାଥ-ବଳଭଦ୍ରଙ୍କୁ ଯୋଦ୍ଧା ବେଶରେ ସଜ୍ଜିତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବେଶ ପରିପାଟି ସହ ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ର ଯାହା ମଧ୍ୟରେ ରହିଛି ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଓ ମସ୍ତକରେ ଶୋଭିତ ହାଣ୍ଡିଆ। ବେଶ ସତ୍ତ୍ୱାଧିକାରୀ ହରଚଣ୍ଡୀ ସାହି ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ଘରୁ ଆଜି ରାତି ଦୁଇଟାରୁ […]

author-image
Chandan Shishu
ଅଦ୍ୟତନ ହୋଇଛି
ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିଯିବ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ

mahabahu

ପୁରୀ: ଝଲସିବେ ମହାବାହୁ, ଝଲସିବ ରତ୍ନ ସିଂହାସନ। ରାତି ପାହିଲା ବେଳକୁ ରତ୍ନ ସିଂହାସନରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜେଇ ହୋଇ ସାରିଥିବେ ମହାପ୍ରଭୁ। ଜଗନ୍ନାଥ-ବଳଭଦ୍ରଙ୍କୁ ଯୋଦ୍ଧା ବେଶରେ ସଜ୍ଜିତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

Advertisment

ବେଶ ପରିପାଟି ସହ ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ର ଯାହା ମଧ୍ୟରେ ରହିଛି ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଓ ମସ୍ତକରେ ଶୋଭିତ ହାଣ୍ଡିଆ। ବେଶ ସତ୍ତ୍ୱାଧିକାରୀ ହରଚଣ୍ଡୀ ସାହି ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ଘରୁ ଆଜି ରାତି ଦୁଇଟାରୁ ତିନିଟା ଭିତରେ ପାଟ ପଟୁଆରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବ ଏସବୁ ବେଶ ସରଞ୍ଜାମ।

ଏପଟେ ରାତି ଦୁଇଟାରେ ଶ୍ରୀମନ୍ଦିର ଖୋଲାଯାଇ ଠାକୁରଙ୍କ ଦୈନ୍ୟଦିନ ନୀତିକାନ୍ତି ସହ ଅବକାଶ ନୀତିି ବଢ଼ିବା ପରେ ଭୋର ୪ଟାରୁ ସକାଳ ୭ଟା ଭିତରେ ନାଗାର୍ଜୁନ ବେଶ ସମ୍ପନ୍ନ ଲାଗି ନୀତି ନିର୍ଘଣ୍ଟ ହୋଇଛି।

Advertisment

ପଢ଼ନ୍ତୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ତେବେ କୋଭିଡ୍ କଟକଣା ଯୋଗୁଁ କମ୍ ସଂଖ୍ୟକ ସେବାୟତ ବେଶ ଲାଗିବେଳେ ରହିବେ। ମନ୍ଦିର ଭିତରକୁ ଅଣସେବାୟତଙ୍କ ପ୍ରବେଶ ରୋକିବାକୁ ଜେଟିପି ଓ ପ୍ରତିହାରୀ ସେବକଙ୍କୁ ନିୟୋଜିତ କରାଯିବ। ମନ୍ଦିର ଚାରିପାଖେ ସ୍ନାନ ପୂର୍ଣ୍ଣମୀ ଭଳି ଏସଓପି ଜାରି କରାଯିବ। କୌଣସି ସେବାୟତ ମନ୍ଦିର ଭିତରକୁ ମୋବାଇଲ୍ ନେଇ ଯାଇପାରିବେ ନାହିଁ।

ଯେଉଁ ଦୁର୍ଲଭ ନାଗାର୍ଜୁନ ବେଶକୁ ଚର୍ମ ଚକ୍ଷୁରେ ଦର୍ଶନ ଲାଗି ଦୀର୍ଘ ବର୍ଷ ଧରି ପ୍ରତୀକ୍ଷା କରି ରହିଥିଲେ ଭକ୍ତ, ଏଥର କିନ୍ତୁ ସେ ସୁଯୋଗ ହାତ ପାଆନ୍ତାରୁ ଛଡ଼ାଇ ନେଇଛି ମହାମାରୀ କରୋନା। ତେବେ ଯେଉଁମାନେ ଗତ ୧୯୯୩ -୯୪ ମସିହାରେ ଠାକୁରଙ୍କ ଏହି ମନୋରମ ବେଶକୁ ଚର୍ମଚକ୍ଷୁରେ ଦେଖିବାର ସୌଭାଗ୍ୟ ପାଇଥିଲେ। ସେମାନଙ୍କ ଆଖି ଆଗରେ ଆଜି ବି ଝଲସି ଯାଉଛି ସେହି ଅଭୂଲା ଦିବ୍ୟ ବେଶର ଅନୁଭବ।

ତେବେ ଏହା ସତ୍ୟ ବିନା ଭକ୍ତରେ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ, ସବୁ ଦିନ ପାଇଁ ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିବ।

Nagarjuna Vesha 2020
Advertisment
Advertisment