/odishatv-khabar/media/post_attachments/uploadimage/library/16_9/16_9_0/assembly_1626686355.jpg)
assembly
ଭୁବନେଶ୍ୱର : ୧୯ ଦିନ ଆଗରୁ ସରିଲା ଶୀତ ଅଧିବେଶନ। ଗତକାଲି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ନଭେମ୍ବର ୧୩ରେ ଆରମ୍ଭ ହୋଇଥିବା ଶୀତକାଳୀନ ଅଧିବେଶନ ଡିସେମ୍ବର ୧୯ ଯାଏଁ ଚାଲିବାକୁ ଥିବା ବେଳେ, ୧୯ ଦିନ ଆଗରୁ ମୁଲତବି କରିଦେଇଛନ୍ତି ବାଚସ୍ପତି। ଏଥିରେ ୧୭ଟି କାର୍ଯ୍ୟଦିବସ ଥିଲା । ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ।
ରାଜ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ସମସ୍ୟା ଥିବା ବେଳେ ବିଧାନସଭାରେ ଏହାକୁ ଆଲୋଚନା କରାନଯାଇ ଆଗୁଆ କାହିଁକି ମୁଲତବି ଘୋଷଣା କରାଗଲା ବୋଲି ପ୍ରଶ୍ନ କରିଛି ବିଜେପି ଏହାର ଜବାବ ନ ମିଳିବାରୁ କକ୍ଷ ତ୍ୟାଗ କରିଥିଲେ ଦଳର ବିଧାୟକମାନେ ବିରୋଧୀଙ୍କ ପ୍ରଶ୍ନର ଜବାବ ନ ଦେବା ପାଇଁ ଆଗୁଆ ଅଧିବେଶନ ସାରିଥିବା ଅଭିଯୋଗ କରିଛି କଂଗ୍ରେସ । ଏହାର ଜବାବରେ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି, ସମସ୍ତ ପ୍ରସଙ୍ଗରେ ଆଲୋଚନା ହୋଇଛି।
ଅନ୍ୟ ସରକାରୀ କାର୍ଯ୍ୟ ନଥିବାରୁ ବିଧାନସଭାକୁ ମୁଲତବି ଘୋଷଣା କରାଯାଇଛି। ଚଳିତ ଶୀତ ଅଧିବେଶନରେ ମୁଖ୍ୟତଃ ଧାନ କିଣା ପାଇଁ ଟୋକନ୍ ବ୍ୟବସ୍ଥା, ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ, ନାଉଁଗା ଯୁବତୀଙ୍କ ଆତ୍ମହତ୍ୟା ଏବଂ ପ୍ରଦୀପ ମହାରଥୀଙ୍କ ବିରୋଧରେ ଜମି ଦୁର୍ନୀତି ପ୍ରସଙ୍ଗରେ ଶାସକ ଦଳକୁ ଅକଳରେ ପକାଇଥିଲେ ବିରୋଧୀ।
ଚଳିତ ଶୀତ ଅଧିବେଶନରେ ମୋଟ ୫ଟି ବିଲ୍ ପାରିତ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)