Advertisment

ରାତି ଗୋଟାଏ ପର୍ଯ୍ୟନ୍ତ ମଦ ବିକ୍ରି ହେବ

ଭୁବନେଶ୍ୱର : ସରିସରି ଆସୁଛି ୨୦୧୯। ଶୁଭିଲାଣି ୨୦୨୦ର ପଦଧ୍ୱନି। ଆସନ୍ତାକାଲି ରାତିରେ ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ ବିଭିନ୍ନ ସହରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ସେଥିପାଇଁ ହୋଟେଲ୍‌, ରେଷ୍ଟୁରାଣ୍ଟ ଓ କ୍ଲବ ପକ୍ଷରୁ ହାଇଫାଇ ଆୟୋଜନ କରାଯାଇଛି। ନୂଆବର୍ଷ ସେଲିବ୍ରେସନ୍‌କୁ ଟିକେ ରଙ୍ଗୀନ କରିବା ପାଇଁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଖୋଲା ରହିବ ମଦ ଦୋକାନ। ଏହି ନିୟମ କେବଳ ରାଜ୍ୟର ୩ଟି ସହରରେ ଲାଗୁ ହେବ। ଏଥିପାଇଁ ଅବକାରୀ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। […]

author-image
Pradesh Pratyush
ରାତି ଗୋଟାଏ ପର୍ଯ୍ୟନ୍ତ ମଦ ବିକ୍ରି ହେବ

Alcohol

ଭୁବନେଶ୍ୱର : ସରିସରି ଆସୁଛି ୨୦୧୯। ଶୁଭିଲାଣି ୨୦୨୦ର ପଦଧ୍ୱନି। ଆସନ୍ତାକାଲି ରାତିରେ ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ ବିଭିନ୍ନ ସହରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ସେଥିପାଇଁ ହୋଟେଲ୍‌, ରେଷ୍ଟୁରାଣ୍ଟ ଓ କ୍ଲବ ପକ୍ଷରୁ ହାଇଫାଇ ଆୟୋଜନ କରାଯାଇଛି। ନୂଆବର୍ଷ ସେଲିବ୍ରେସନ୍‌କୁ ଟିକେ ରଙ୍ଗୀନ କରିବା ପାଇଁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଖୋଲା ରହିବ ମଦ ଦୋକାନ। ଏହି ନିୟମ କେବଳ ରାଜ୍ୟର ୩ଟି ସହରରେ ଲାଗୁ ହେବ। ଏଥିପାଇଁ ଅବକାରୀ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି।

Advertisment

publive-imageରାଜଧାନୀ ଭୁବନେଶ୍ୱର ଓ କଟକ ମହାନଗର ନିଗମ ସହ ପୁରୀ ପୌରାଞ୍ଚଳରେ ମଦ ଦୋକାନ ଗୁଡ଼ିକ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଖୋଲା ରହିବ। ଡିସେମ୍ବର ୩୧ ତାରିଖରେ ରାତି ଗୋଟାଏ ପର୍ଯ୍ୟନ୍ତ ମଦ ବିକ୍ରି ହୋଇପାରିବ। ମଦ ଦୋକାନ ଓ ବାରରେ ମିଳିବ ବିଦେଶୀ ମଦ। ଏଥିପାଇଁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରିଛି।

Advertisment
Advertisment