Advertisment

ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ କାହିଁକି ବ୍ରେକ୍ ଲାଗୁନି? ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବେସ ଲାଇନ ଇନଫେକ୍ସନ କମୁଛି। ଟେଷ୍ଟ ପଜେଟିଭିଟି ରେଟ ବି କମୁଛି। ଆଉ ୭ ରୁ ୮ ଦିନ ଭିତରେ ଆମେ ଗୋଟିଏ ଭଲ ସ୍ଥିତିରେ ପହଞ୍ଚିବାର ସମ୍ଭାବନା ବହୁତ ରହିଛି ଓ ସଂକ୍ରମଣ ହାର ୫ପ୍ରତିଶତ ତଳକୁ…

author-image
Chandan Shishu
ଅଦ୍ୟତନ ହୋଇଛି
ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ କାହିଁକି ବ୍ରେକ୍ ଲାଗୁନି? ଜାଣନ୍ତୁ

corona death

ଭୁବନେଶ୍ୱର: ରାଜ୍ୟରେ ବେସ ଲାଇନ ଇନଫେକ୍ସନ କମୁଛି। ଟେଷ୍ଟ ପଜେଟିଭିଟି ରେଟ ବି କମୁଛି। ଆଉ ୭ ରୁ ୮ ଦିନ ଭିତରେ ଆମେ ଗୋଟିଏ ଭଲ ସ୍ଥିତିରେ ପହଞ୍ଚିବାର ସମ୍ଭାବନା ବହୁତ ରହିଛି ଓ ସଂକ୍ରମଣ ହାର ୫ପ୍ରତିଶତ ତଳକୁ ଆସି ଯାଇ ପାରେ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ରାଜ୍ୟରେ ବର୍ତ୍ତମାନ ୬୩ ପ୍ରତିଶତ ଆଇସିୟୁ ଓ ୬୨ ପ୍ରତିଶତ ଭେଣ୍ଟିଲେଟର ଫିଲଫ ଅଛି। ମାତ୍ର ଜେନେରାଲ ବେଡ଼ ଖାଲି ରହିଛି। ପୂର୍ବ କେସ ଯୋଗୁ କମ୍ପିଲେକେସି ବଢ଼ୁଛି, ଯେଉଁଥି ପାଇଁ ଆଉ କିଛି ଦିନ ଏମିତି ମୃତ୍ୟୁ ସଂଖ୍ୟା ରହିବ ବୋଲି ସେ ସୂଚନା ଦେଇଛନ୍ତି।

Advertisment

ଆମେ ପୂର୍ବରୁ ୨ ଲକ୍ଷ ୮୦ ହଜାର ପର୍ଯ୍ୟନ୍ତ ଟିକା ଦେଇଥିଲୁ। ତେଣୁ ଟିକା କରଣ ପାଇଁ ବେସ ଲାଇନ ପର୍ଯ୍ୟନ୍ତ ଆମର ଭିତ୍ତିଭୂମି ରହିଛି। ଗାଇଡ଼ ଲାଇନ ଓ ଟିକା ଯୋଗାଣ ଅନୁସାରେ ଆମେ ଟିକାକରଣ କରିବୁ। ଆମର ସେସନ ସାଇଟ ଓ ଲୋକ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଗାଇଡ଼ ଲାଇନ ଆସିବା ପରେ ପ୍ଲାନିଂ କରିବୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ଟିକାର ପ୍ରଭାବ ସଂପର୍କରେ ସେ କହିଛନ୍ତି ସମସ୍ତ ଟିକା ଜୀବନ ରକ୍ଷାକାରୀ। ୯୦ ପ୍ରତିଶତ, ୮୦ ପ୍ରତିଶତର ମାନେ କିଛି ନାହିଁ। ଟିକା ନେବା ମାନେ ହିଁ କୋଭିଡ ସହ ଲଢ଼େଇ କରିବା ପାଇଁ ଆମେ ସକ୍ଷମ। ଏହାକୁ ନେଇ ଲୋକମାନେ ଅଧିକ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି। ଗ୍ଲୋବାଲ ଟେଣ୍ଡର ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ଦୁଇଟି କମିଟି ଗଠନ କରାଯାଇଛି। ସେମାନେ ନିଷ୍ପତ୍ତି ନେବେ କଣ କରାଯିବ ବର୍ତ୍ତମାନ ସୁଦ୍ଧା ବାତିଲ କରାଯାଇ ନାହିଁ ବୋଲି ସେ କହିଛନ୍ତି।

Advertisment

ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମି କମି ୬ ହଜାର ତଳେ ପହଞ୍ଚିଛି। ହେଲେ ଚିନ୍ତା ବଢାଇଛି ମୃତ୍ୟୁ ସଂଖ୍ୟା। ଦିନକୁ  ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଆଜି ରାଜ୍ୟରେ ଆଜି ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି।

Corona Cases In India
Advertisment
Advertisment