/odishatv-khabar/media/post_attachments/uploadimage/library/16_9/16_9_0/cyclone-6_1626241560.jpg)
cyclone
ଭୁବନେଶ୍ୱର: ଆଉ କେବଳ ଅକ୍ଟୋବର ନୁହେଁ, ଏଣିକି ମେ' ମାସ ଆସିଲେ ବି ଓଡ଼ିଶାବାସୀଙ୍କ ମନରେ ପଶୁଛି ବାତ୍ୟା ଛନକା। କାରଣ ଲଗାତାର ୩ ବର୍ଷ ହେଲାଣି ରାଜ୍ୟକୁ ମେ' ମାସରେ ବାତ୍ୟା ବିପତ୍ତିର ସାମ୍ନା କରିବାକୁ ପଡ଼ୁଛି। ତେବେ IMD ଡିଜି କହିଛନ୍ତି, ଏହା କିଛି ନୂଆ କଥା ନୁହେଁ। ବଙ୍ଗୋପସାଗର ଓ ଆରବସାଗରରେ ପ୍ରତିବର୍ଷ ୨ଟି ଋତୁରେ ବାତ୍ୟା ସୃଷ୍ଟି ହୁଏ। ଗୋଟିଏ ଏପ୍ରିଲରୁ ଜୁନ୍ ଓ ଅନ୍ୟଟି ଅକ୍ଟୋବରରୁ ଡିସେମ୍ବରରେ।
୨୦୧୯ ମେ ୩ରେ ବାତ୍ୟା 'ଫନି' ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ଖିନଭିନ କରି ଦେଇଥିଲା। ୧୯୯୯ ମହାବାତ୍ୟା ପରେ ଏହା ଥିଲା ଓଡ଼ିଶା ପାଇଁ ଦ୍ୱିତୀୟ ଶକ୍ତିଶାଳୀ ବାତ୍ୟା। ମେ ୨୦, ୨୦୨୦ ବାତ୍ୟା ଅମ୍ପନ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିଥିଲେ ବି, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା।
ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ
ଚଳିତ ବର୍ଷ ବି ମେ' ୧୭ରେ ବାତ୍ୟା 'ତାଉତେ', ଆଉ ଏବେ ମେ' ଶେଷ ସପ୍ତାହରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା 'ୟାସ୍' ସୃଷ୍ଟ ହୋଇଛି। ପୂର୍ବରୁ କେବଳ ଅକ୍ଟୋବର ପାଖାପାଖି ଓଡ଼ିଶାକୁ ବାତ୍ୟା ବିପଦ ଘନଉଥିବା ବେଳେ, ଲଗାତାର ୩ ବର୍ଷର ରେକର୍ଡକୁ ଯଦି ଆମେ ଦେଖିବା, ଏବେ ମେ' ଆସୁଆସୁ ବି ଲୋକଙ୍କ ମନରେ ଛନକା ପଶୁଛି। ତେବେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବଙ୍ଗୋପସାଗର ଓ ଆରବ ସାଗରରେ ମୌସୁମୀ ପୂର୍ବରୁ ଗୋଟିଏରୁ ୨ଟି ଏବଂ ମୌସୁମୀ ପରେ ୩-୪ଟି ବାତ୍ୟା ସୃଷ୍ଟି ହେଉଥିବା ଦେଖାଯାଉଛି। ପୂର୍ବରୁ ମଧ୍ୟ ମେ-ଜୁନରେ ଓଡ଼ିଶା ଉପକୂଳକୁ ବାତ୍ୟା ଆସିବାର ନଜିର ରହିଛି।
style="text-align: justify;">୧୯୯୯ ମସିହା ଅକ୍ଟୋବର ୨୯ ଓଡ଼ିଶାବାସୀଙ୍କ ମନରେ ଅଲିଭା ଦାଗ ସୃଷ୍ଟି କରିଥିବା ଏହି ମହାପ୍ରଳୟଙ୍କରୀ ମହାବାତ୍ୟା, ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ରଣନୀତିରେ ବି ଆଣିଥିଲା। ବିରାଟ ପରିବର୍ତ୍ତନ ପୂର୍ବରୁ ରାଜ୍ୟରେ କେବଳ ପ୍ରାକ୍-ବିପର୍ଯ୍ୟୟ ରିଲିଫ୍ ବ୍ୟବସ୍ଥା ଉପରେ ଜୋର୍ ଦିଆଯାଉଥିବା ବେଳେ, ମହାବାତ୍ୟାର ବିଭିଷୀକା ଦେଖି ବିପର୍ଯ୍ୟୟ ପୂର୍ବରୁ କ୍ଷୟକ୍ଷତି ଟାଳିବାକୁ ଲକ୍ଷ୍ୟ ରଖାଗଲା। ସେଇଠୁ ହିଁ ଗଠନହୋଇଥିଲା OSDMA(Odisha State Disaster Management Authority)। OSDMA ଗଠନ ପଛରେ ପ୍ରମୁଖ ଭୂମିକା ଥିବା ପୂର୍ବତନ ପ୍ରଶାସନ ଅରବିନ୍ଦ ବେହେରା କହିଛନ୍ତି। ସେ କହିଛନ୍ତି, ଏବେ କେବଳ ବାତ୍ୟା ଋତୁରେ ନୁହେଁ, ବର୍ଷସାରା ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶିକ୍ଷଣ ଓ ଅଭ୍ୟାସ କାର୍ଯ୍ୟକ୍ରମ ଆଦି ଜାରି ରହିଛି। ସେପଟେ NDRF ଡିଜି କହିଛନ୍ତି, ବାରମ୍ବାର ବାତ୍ୟାର ସାମ୍ନା କରୁଥିବାରୁ ଏହାର ମୁକାବିଲା ପାଇଁ ପୂର୍ବତଟବର୍ତ୍ତୀ ରାଜ୍ୟମାନେ ବେଶୀ ପ୍ରସ୍ତୁତ।
ବାତ୍ୟା ମୁକାବିଲା ଲାଗି ତୃଣମୂଳସ୍ତରରେ ଲୋକଙ୍କ ସାହସ ବଢ଼ିଛି। ପ୍ରଶାସନର ଅନୁଭୂତି ବି ତେବେ ତା'ଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି। ଗଭୀର ସମୁଦ୍ରରେ ବାତ୍ୟା ସୃଷ୍ଟି ନ ହେଉଣୁ ଉପଗ୍ରହ ମାଧ୍ୟମରେ ଓ ବାତ୍ୟା ସୃଷ୍ଟି ହୋଇ ସ୍ଥଳଭାଗକୁ ମାଡ଼ି ଆସିବା ବେଳକୁ ରାଡାର ମାଧ୍ୟମରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ, IMDର ପୂର୍ବାନୁମାନ, ଗତିପଥ ନିରୀକ୍ଷଣ ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ଧନଜୀବନ ବଞ୍ଚାଇବାରେ ବେଶ୍ ଉପାଦେୟ ହୋଇପାରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)