Advertisment

କୋଭିଡ୍ ମୁକାବିଲାରେ ଖର୍ଚ୍ଚ ତଥ୍ୟ ଦେବାକୁ କାହିଁକି ଡରୁଛନ୍ତି ରାଜ୍ୟ ସରକାର ?

ଭୁବନେଶ୍ୱର: କୋଭିଡ୍ ମୁକାବିଲା କ୍ଷେତ୍ରରେ ପ୍ରକୃତରେ କେତେ ଖର୍ଚ୍ଚ ହୋଇଛି ? କେଉଁଠୁ କେତେ ଟଙ୍କା ଆସୁଛି ଏବଂ କେଉଁ କେଉଁ କ୍ଷେତ୍ରରେ ବିନିଯୋଗ ହୋଇଛି ? ତାହାର ତଥ୍ୟ ମାଗିଲେ ନା ତ ଗଣମାଧ୍ୟମକୁ ମିଳୁଛି ନା ସୂଚନା ଅଧିକାର କର୍ମୀଙ୍କୁ ସୂଚନା ଦିଆଯାଉଛି। ତେଣୁ ସନ୍ଦେହ ହେଉଛି, କରୋନା ମହାମାରୀକୁ ଏକ ଜରୁରୀକାଳୀନ ପରିସ୍ଥିତି ବୋଲି ଆଳ କରି ତଥ୍ୟକୁ ଲୁଚାଇ ରଖୁଛନ୍ତି କି ରାଜ୍ୟ ସରକାର ? ଫଳରେ ଗଣମାଧ୍ୟମ କି RTI […]

କୋଭିଡ୍ ମୁକାବିଲାରେ ଖର୍ଚ୍ଚ ତଥ୍ୟ ଦେବାକୁ କାହିଁକି ଡରୁଛନ୍ତି ରାଜ୍ୟ ସରକାର ?

hosiptal

Advertisment

ଭୁବନେଶ୍ୱର: କୋଭିଡ୍ ମୁକାବିଲା କ୍ଷେତ୍ରରେ ପ୍ରକୃତରେ କେତେ ଖର୍ଚ୍ଚ ହୋଇଛି ? କେଉଁଠୁ କେତେ ଟଙ୍କା ଆସୁଛି ଏବଂ କେଉଁ କେଉଁ କ୍ଷେତ୍ରରେ ବିନିଯୋଗ ହୋଇଛି ? ତାହାର ତଥ୍ୟ ମାଗିଲେ ନା ତ ଗଣମାଧ୍ୟମକୁ ମିଳୁଛି ନା ସୂଚନା ଅଧିକାର କର୍ମୀଙ୍କୁ ସୂଚନା ଦିଆଯାଉଛି। ତେଣୁ ସନ୍ଦେହ ହେଉଛି, କରୋନା ମହାମାରୀକୁ ଏକ ଜରୁରୀକାଳୀନ ପରିସ୍ଥିତି ବୋଲି ଆଳ କରି ତଥ୍ୟକୁ ଲୁଚାଇ ରଖୁଛନ୍ତି କି ରାଜ୍ୟ ସରକାର ? ଫଳରେ ଗଣମାଧ୍ୟମ କି RTI କର୍ମୀ ନୁହଁନ୍ତି, ବରଂ ସାରା ରାଜ୍ୟବାସୀ ଜାଣିପାରୁନାହାଁନ୍ତି, ସେମାନଙ୍କ ଅର୍ଥ ଯାଉଛି କୁଆଡ଼େ ? ତେବେ ତଥ୍ୟ ଦେବାକୁ କାହିଁକି ଭୟ ? ତାକୁ ନେଇ ଏବେ ସବୁଠି ଚର୍ଚ୍ଚା।

Advertisment

କରୋନା ରୋଗୀଙ୍କୁ ଚିକିତ୍ସା ପାଇଁ କେତେ ବିଲ୍ କରି ସରକାରଙ୍କଠୁ ଟଙ୍କା ନେଉଛନ୍ତି କୋଭିଡ୍ ହସ୍ପିଟାଲ୍ ? ଘରୋଇ କୋଭିଡ୍ ହସ୍ପିଟାଲ୍ ଗୁଡ଼ିକ ସହ ସରକାର କି କି ଚୁକ୍ତି କରିଛନ୍ତି ? ଓଡ଼ିଶାବାସୀ କଣ ଜାଣିବା ଦରକାର ନାହିଁ ? ଲୋକଙ୍କ କଣ ଜାଣିବା ଅଧିକାର ନାହିଁ, କେତେ ଟଙ୍କାରେ ମାସ୍କ କିଣିଛନ୍ତି ରାଜ୍ୟ ସରକାର ? ଯଦି ଅଧିକାର ଅଛି, ତେବେ କାହିଁକି ସୂଚନା ଦେବାରେ ପଛଘୁଞ୍ଚା ସରକାର ?

କରୋନା ସୂଚନା ଦେବାକୁ ରାଜ୍ୟ ସରକାରଙ୍କ ଔଷଧ ନିଗମ ଜଣେ ସୂଚନା ଅଧିକାର କର୍ମୀଙ୍କୁ ସିଧା ସିଧା ମନା କରିଦେଇଛି। କରୋନା ମହାମାରୀକୁ ଜରୁରୀକାଳୀନ ପରିସ୍ଥିତି ଦର୍ଶାଇ ତଥ୍ୟ ଦେବାକୁ ଆଦୌ ରାଜି ହେଉନି ଔଷଧ ନିଗମ। ଅବଶ୍ୟ ୩୦ ଦିନର ସମୟ ମାଗିଥିଲା। କିନ୍ତୁ, ମେ ମାସରେ ଆବେଦନ ହୋଇଥିଲେ ବି ୩୦ ଦିନ ତ ଦୂରର କଥା ପ୍ରାୟ ୩ ମାସ ହୋଇଗଲାଣି ତଥ୍ୟ ପାଇନାହାଁନ୍ତି ସଂପୃକ୍ତ ଆବେଦନକାରୀ।

Advertisment

ଏଠି ପ୍ରଶ୍ନ, ଔଷଧ ନିଗମର ଆକାଉଣ୍ଟସ୍ ଏବଂ ଷ୍ଟୋର ବିଭାଗ ସତରେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ନା ଉପରୁ ନିର୍ଦ୍ଦେଶ ଯୋଗୁଁ ତଥ୍ୟ ଲୁଚାଉଛନ୍ତି ?

କେବଳ ଔଷଧ ନିଗମ ନୁହେଁ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କରୋନା ସଂପର୍କିତ କୌଣସି ବି ତଥ୍ୟ ଦେଉନଥିବା ଅଭିଯୋଗ ଆସିଛି। ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ରାଜ୍ୟର ଘରୋଇ କୋଭିଡ୍ ହସ୍ପିଟାଲ୍ ଗୁଡ଼ିକକୁ ରାଜ୍ୟ ସରକାର ସ୍ଥିରିକୃତ ଭଡ଼ା ବାବଦକୁ ୩ ମାସର ୫୦ ପ୍ରତିଶତ ଅଗ୍ରୀମ ଦେବେ। କିନ୍ତୁ କେଉଁ କୋଭିଡ୍ ହସ୍ପିଟାଲ୍କୁ ଭଡ଼ା ବାବଦକୁ ଅଗ୍ରୀମ କେତେ ଦିଆଯାଇଛି, ତାହାର ବି ତଥ୍ୟ ଦେଉନଥିବା ଅଭିଯୋଗ ହୋଇଛି।

Advertisment

ଠିକ୍ ସେହିପରି ରାଜ୍ୟ ସରକାର ଏବଂ କୋଭିଡ୍ ହସ୍ପିଟାଲଗୁଡ଼ିକ ମଧ୍ୟରେ ନିର୍ଦ୍ଦିଷ୍ଟ କଣ ତ୍ରିପାକ୍ଷିକ ଚୁକ୍ତି ହୋଇଛି ତାହାର ବି ନକଲ ମିଳୁନି। ତେବେ ସରକାର ଯେଉଁଠି ଭାଇରାଲ ଅଡିଓ ପ୍ରସଙ୍ଗରେ ଦୁଇ ଘଣ୍ଟା ଭିତରେ ମାମଲା ରୁଜ୍ଜୁ କରି ରାତି ଅଧିଆ ନୋଟିସ୍ କରିପାରୁଛନ୍ତି ସେଠି ତଥ୍ୟ ଦେବାରେ ମାସ ମାସ ବିଳମ୍ବ କାହିଁକି ? ଭାଇରାଲ୍ ଅଡିଓରେ ଯେଉଁ ପ୍ରସଙ୍ଗ ଉଠିଥିଲା, ତାହାର ଉତ୍ତର ନଦେଇ ଦୁଇ ସାଧାରଣ ଲୋକଙ୍କୁ ଗିରଫ କରିବା ଯୁକ୍ତିଯୁକ୍ତ କି ?

ଖାଲି ଏତିକି ନୁହେଁ, ରାଜ୍ୟ ସରକାରଙ୍କ ଲୋକସେବା ଭବନର ଆରଟିଆଇ ସେଣ୍ଟ୍ରାଲ ସେଲକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ସରକାରଙ୍କର ଅନେକ ବିଭାଗ ତଥ୍ୟ ଆବେଦନର ଉତ୍ତର ବି ଦେଉନାହଁନ୍ତି। ଯେଉଁଥିପାଇଁ ଅନେକ ଅପିଲ କରାଯାଇଛି। ତେବେ ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ