Advertisment

Sonepur Collector Turns Singer: ମଞ୍ଚକୁ ଆସିଲେ ଅଫିସର; ଜିଲ୍ଲାପାଳରୁ ହେଲେ ସିଙ୍ଗର, ସମସ୍ତେ ଆଶ୍ଚର୍ଯ୍ୟ

ସୁବର୍ଣ୍ଣପୁରର ମହିମା ସୁବର୍ଣ୍ଣ ଲୋକ ମହୋତ୍ସବରେ ଯେତେବେଳେ ସଙ୍ଗୀତର ସୁର ଓ ଲୋକସଂସ୍କୃତିର ରଙ୍ଗ ମିଶି ଏକ ଉତ୍ସାହର ପରିବେଶ ସୃଷ୍ଟି କରୁଥିଲା, ସେହି ମହାମୁହୂର୍ତ୍ତରେ ମଞ୍ଚ ଉପରେ ଆବିର୍ଭାବ ହେଲେ ଜଣେ ଅଫିସର, ଯିଏ କେବଳ ଫାଇଲ୍ ଓ ଫର୍ମ ନୁହେଁ, ବରଂ ହୃଦୟରେ ରହିଛି ସଙ୍ଗୀତର ଝରଣା।

author-image
Pramod Behera
Sonepur Collector Turns Singer

ମଞ୍ଚକୁ ଆସିଲେ ଅଫିସର; ଜିଲ୍ଲାପାଳରୁ ହେଲେ ସିଙ୍ଗର Photograph: (OTV)

ସୁବର୍ଣ୍ଣପୁରର ମହିମା ସୁବର୍ଣ୍ଣ ଲୋକ ମହୋତ୍ସବରେ ଯେତେବେଳେ ସଙ୍ଗୀତର ସୁର ଓ ଲୋକସଂସ୍କୃତିର ରଙ୍ଗ ମିଶି ଏକ ଉତ୍ସାହର ପରିବେଶ ସୃଷ୍ଟି କରୁଥିଲା, ସେହି ମହାମୁହୂର୍ତ୍ତରେ ମଞ୍ଚ ଉପରେ ଆବିର୍ଭାବ ହେଲେ ଜଣେ ଅଫିସର, ଯିଏ କେବଳ ଫାଇଲ୍ ଓ ଫର୍ମ ନୁହେଁ, ବରଂ ହୃଦୟରେ ସଙ୍ଗୀତର ଝରଣା ଓ ଲୋକଙ୍କ ପାଇଁ ଅନନ୍ୟ ଦାୟିତ୍ୱବୋଧ ରଖନ୍ତି।

Advertisment

ହଁ, ଆମେ କହୁଛୁ ସୁବର୍ଣ୍ଣପୁରର ପ୍ରିୟ ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ କଥା! ସେ ସବୁବେଳେ ଭିନ୍ନ କିଛି କରି ଚର୍ଚ୍ଚାରେ ରହିଥାଆନ୍ତି। ଲୋକଙ୍କ ସମସ୍ୟା ହେଉ କି ଅସହାୟ ବ୍ୟକ୍ତିଙ୍କ ସୁବିଧା, ତୁରନ୍ତ ତାଙ୍କ ପାଖରେ ପହଞ୍ଚି ସମାଧାନ କରିଦିଅନ୍ତି। ପ୍ରଶାସନିକ କାର୍ଯ୍ୟ ସହିତ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ପାରଦର୍ଶିତା ଅତୁଳନୀୟ। କିନ୍ତୁ ଏଥର ସେ ପୁଣିଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ଉତ୍ସବରେ!

ମଞ୍ଚ ଉପରେ ସଂଗୀତର ତାଳେ ତାଳେ ଡ. ସାହୁ ଜଣେ ପୋଖତ କଂଠଶିଳ୍ପୀଙ୍କ ଭଳି ଗୀତ ଗାଇଲେ। ତାଙ୍କର ମଧୁର କଣ୍ଠ ଓ ତାଳ ଦର୍ଶକଙ୍କ ମନ ଜିଣିନେଲା। ଏକ ପ୍ରଶାସକ ଯିଏ ଦିନକୁ ଦିନ ଜିଲ୍ଲାର ବିକାଶ ଓ ଲୋକଙ୍କ ସେବାରେ ବ୍ୟସ୍ତ ରହନ୍ତି, ସେ ରାତିରେ ମଞ୍ଚରେ ଏପରି ସଙ୍ଗୀତମୟ ରୂପ ଦେଖାଇଲେ ଯେ ସମସ୍ତେ ତାଳିରେ ତାଳି ମିଶାଇ ପାଗଳ ହୋଇଗଲେ।

Advertisment

ଏହି ଅଭୂତପୂର୍ବ ପ୍ରଦର୍ଶନ ପାଇଁ ଆମ ସୁବର୍ଣ୍ଣପୁର ପ୍ରତିନିଧି ରବୀନ୍ଦ୍ର ହୋତା ଡ. ନୃପରାଜ ସାହୁଙ୍କ ସହ ବିଶେଷ ଆଲୋଚନା କରିଛନ୍ତି। ତାଙ୍କ କଥାରେ ଝଲସି ଉଠିଛି ଜଣେ ବହୁମୁଖୀ ବ୍ୟକ୍ତିତ୍ୱର ଚିତ୍ର — ଯିଏ ପ୍ରଶାସନ, ସାହିତ୍ୟ ଓ ସଙ୍ଗୀତକୁ ଏକାଠି କରି ଲୋକଙ୍କ ମନରେ ଏକ ସ୍ଥାୟୀ ଜାଗା କିଣିନେଇଛନ୍ତି।

ଡ. ନୃପରାଜ ସାହୁ ପ୍ରମାଣ କରିଦେଇଛନ୍ତି, ଏକ ଆଦର୍ଶ ଅଫିସର କେବଳ କାର୍ଯ୍ୟାଳୟରେ ନୁହେଁ, ସେ ସମାଜର ପ୍ରତ୍ୟେକ ପ୍ରାଙ୍ଗଣରେ ରଙ୍ଗ ଭରି ଦିଅନ୍ତି। ସୁବର୍ଣ୍ଣପୁରର ଏହି ସଙ୍ଗୀତପ୍ରେମୀ ଜିଲ୍ଲାପାଳଙ୍କୁ ସମସ୍ତେ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି।

Sonepur Collector Odisha Culture
Advertisment
Advertisment