/odishatv-khabar/media/post_attachments/uploadimage/library/16_9/16_9_0/lockdown-2_1625119954.jpg)
lockdown
ଭୁବନେଶ୍ୱର: ଆଜି ଲକଡାଉନ୍ ଅବଧିର ଶେଷ ଦିନ । ଆସନ୍ତାକାଲି ସକାଳ ୬ଟାରେ ଶେଷ ହେଉଛି ଲକଡାଉନ୍ ଅବଧି । ତେବେ ଲକଡାଉନ୍ ଅବଧି ବଢିବ ନା ସରକାର କୋହଳ କରିବେ ଏହାର ସମୟସୀମା ? ପ୍ରାୟ ଦୁଇ ମାସର ଲକଡାଉନ୍, ସପ୍ତାହାନ୍ତ ସଟ୍ ଡାଉନ୍ ଓ ପୁଣି ଆଂଶିକ ଲକଡାଉନ ପରେ ଏବେ ସମସ୍ତଙ୍କ ନଜର ଜୁଲାଇ ଗାଇଡ୍ ଲାଇନ୍ ଉପରେ।
ଏ ନେଇ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ସମ୍ବୋଧନ କରିବେ। ଆଂଶିକ ଲକଡାଉନ ସରୁଥିବାରୁ ନୂଆ ଘୋଷଣା କରିପାରନ୍ତି। ଜୁଲାଇ ଗାଇଡଲାଇନ ନେଇ ସୂଚନା ଦେଇପାରନ୍ତି ମୁଖ୍ୟ ସଚିବ।
ସୂଚନାଥାଉ କି, ଆସନ୍ତାକାଲି ଆଂଶିକ ଲକଡାଉନ ଅବଧି ଶେଷ ହେଉଥିବାରୁ କେଉଁ ଜିଲ୍ଲାରେ କଟକଣା ଅଧିକ କୋହଳ ହେବ, ନୂଆ ନିୟମାବଳୀ କଣ ହେବ, ତା ଉପରେ ବିଚାର ବିମର୍ଷ ଚଳାଇଛି ସ୍ୱାସ୍ଥ୍ୟ ବିଭାଗ। ଏବେ ବି ୧୦ଟି ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ୫ ପ୍ରତିଶତ ଉପରେ ରହିଛି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲାକୁ କାଟାଗୋରୀ ‘ଏ’ରେ ରଖି ସକାଳୁ ୬ରୁ ସଂଧ୍ୟା ୫ ଯାଏଁ ସବୁ ଦୋକାନ ଖୋଲିବାକୁ ଯେପରି ଅନୁମତି ଦିଆ ଯାଇଥିଲା। ସେହି ଫର୍ମୁଲା ଉପକୂଳ ଓଡ଼ିଶାରେ ଲାଗୁ ହେବାର ସମ୍ଭାବନା ରହିଛି।
ବିଭିନ୍ନ ରାଜ୍ୟରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ଜିମ୍, ମଲ୍ ଓ ବସ୍ ସେବାକୁ ଅନୁମତି ମିଳିିଥିବାରୁ ଜୀବୀକାକୁ ଆଖି ଆଗରେ ରଖି ଆମ ରାଜ୍ୟରେ ବି ସେହି ଲାଇନ୍ରେ ନିଷ୍ପତ୍ତି ନିଆ ଯାଇପାରେ । ତେବେ ପଜିଟିଭିଟି ରେଟ୍ ଅଧିକ ରହୁଥିବା ଜିଲ୍ଲାଗୁଡ଼ିକରେ ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ୍ ଜାରି ରହିପାରେ। କିମ୍ବା ସମସ୍ତ ଜିଲ୍ଲାକୁ ହାଇରିସ୍କ, ମୋଡେରେଟ୍ ରିସ୍କ ଓ ଲୋ ରିସ୍କରେ ବିଭକ୍ତ କରି ଅଲଗା ଅଲଗା ନିୟମାବଳୀ ଲାଗୁ କରାଯାଇପାରେ॥
ବିଶେଷକରି ଯେଉଁ ଜିଲ୍ଲାଗୁଡ଼ିକରେ ପଜିଟିଭିଟି ରେଟ୍ ବହୁତ କମ୍ ରହିଛି ସେଠାରେ ନିୟମ ଅଧିକ କୋହଳ କରାଯିବାର ସମ୍ଭାବନା ରହିଛି । ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କିନ୍ତୁ ଚେତାଇ ଦେଇଛନ୍ତି ସଂକ୍ରମଣ କମୁଥିଲେ ବି ଆଶଙ୍କା ଦୂର ହୋଇନି। ନିୟମ ନମାନିଲେ ପଜିଟିଭ୍ ସଂଖ୍ୟା ବଢିବ।
ଏଠି କହିରଖିବୁ, ଗତକାଲି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ତଳେ ଥିଲା। ହେଲେ ଆଜି ପୁଣି ଏହା ୩ ହଜାର ଅତିକ୍ରମ କରିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ଗତକାଲି ତୁଳନାରେ ଆଜି ଅଧିକ ରହିଛି। ଗତକାଲି ୨,୬୪୦ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ୩,୩୭୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହପରି ଗତକାଲି ୪୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ୪୮ ଜଣଙ୍କ ମୃତ୍ୟୁ ଘଟିଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୦୧୮ରେ ପହଞ୍ଚିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)