Advertisment

ନାଗାର୍ଜ୍ଜୁନ ବେଶରେ କେଉଁ ଆୟୂଧରେ ସଜ୍ଜିତ ହୁଅନ୍ତି ମା’ ସୁଭଦ୍ରା ?

ପୁରୀ:  ଆଜି ମହାପ୍ରଭୁ ନାଗାର୍ଜ୍ଜୁନ ବେଶରେ ସଜ୍ଜିତ ହୋଇ ରତ୍ନ ସିଂହାସନରେ ବିରାଜମାନ । ଭକ୍ତଙ୍କ କୋଳାହଳରେ ଆଜି କମ୍ପୁଥାନ୍ତା ଶ୍ରୀମନ୍ଦିର। ହେଲେ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ନାହିଁ। ପରମ୍ପରା ଅନୁଯାୟୀ ତିନି ଠାକୁର ଯୋଦ୍ଧାବେଶରେ ସଜ୍ଜିତ ହୋଇ ବସିଛନ୍ତି ମହାପ୍ରଭୁ। ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଛନ୍ତି ପ୍ରଭୁ। ଯାହା ମଧ୍ୟରେ ରହିଛି ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଓ ମସ୍ତକରେ ଶୋଭିତ ହାଣ୍ଡିଆ। ବେଶ ସତ୍ତ୍ୱାଧିକାରୀ ହରଚଣ୍ଡୀ ସାହି ଚକ୍ରକୋଟ […]

author-image
Minati Mishra
ଅଦ୍ୟତନ ହୋଇଛି
ନାଗାର୍ଜ୍ଜୁନ ବେଶରେ କେଉଁ ଆୟୂଧରେ ସଜ୍ଜିତ ହୁଅନ୍ତି ମା’ ସୁଭଦ୍ରା ?

j13

ପୁରୀ:  ଆଜି ମହାପ୍ରଭୁ ନାଗାର୍ଜ୍ଜୁନ ବେଶରେ ସଜ୍ଜିତ ହୋଇ ରତ୍ନ ସିଂହାସନରେ ବିରାଜମାନ । ଭକ୍ତଙ୍କ କୋଳାହଳରେ ଆଜି କମ୍ପୁଥାନ୍ତା ଶ୍ରୀମନ୍ଦିର। ହେଲେ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ନାହିଁ।

Advertisment

ପରମ୍ପରା ଅନୁଯାୟୀ ତିନି ଠାକୁର ଯୋଦ୍ଧାବେଶରେ ସଜ୍ଜିତ ହୋଇ ବସିଛନ୍ତି ମହାପ୍ରଭୁ। ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଛନ୍ତି ପ୍ରଭୁ। ଯାହା ମଧ୍ୟରେ ରହିଛି ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଓ ମସ୍ତକରେ ଶୋଭିତ ହାଣ୍ଡିଆ। ବେଶ ସତ୍ତ୍ୱାଧିକାରୀ ହରଚଣ୍ଡୀ ସାହି ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ଘରୁ ରାତି ଦୁଇଟାରୁ ତିନିଟା ଭିତରେ ପାଟ ପଟୁଆରରେ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲା ଏସବୁ ବେଶ ସରଞ୍ଜାମ।

ଏହି ବେଶରେ ମହାବାହୁ ଜଗନ୍ନାଥଙ୍କୁ ଯେମିତି ବେଶରେ ସଜା ଯାଇଥାଏ ଠିକ୍‌ ସେମିତି ବଶରେ ସଜ ହୋଇଥାନ୍ତି ପ୍ରଭୁ ବଳରାମ। ହେଲେ ମନରେ ପ୍ରଶ୍ନ ଉଠେ, ମା’ ସୁଭଦ୍ରାଙ୍କ ବେଶ କେମିତି ହୁଏ ? କେଉଁ ବେଶରେ ମା’ ଭଦ୍ରା ବେଶ ହୋଇଥାନ୍ତି ?

Advertisment

ଏହ ନାଗାର୍ଜ୍ଜନ ବେଶରେ ଦୁଇ ଠାକୁର ପରିଧାନ କରନ୍ତି ବାଘଛାଲ ସମ ପୋଷାକ। ସୋଲ, ଜରି, କନା ଓ ବେତରେ ତିଆରି ହୁଏ ଅସ୍ତ୍ର । ଶ୍ରୀଭୁଜ,ଶ୍ରୀପୟର, ନାକୁଆସି, ଓଳମାଳ ଆଦି ଲାଗି ହୁଅନ୍ତି ଦୁଇ ଭାଇ। ଏଥିସହିତ ବାଘନଖ ମାଳି, ହରିଡ଼ା ମାଳି, ପଦ୍ମ ମାଳି, ଘାଗଡା ମାଳି ଲାଗି ହୁଏ। ଦୁଇ ଭାଇଙ୍କ ମୁହଁରେ ଲାଗେ ନିଶ ଓ ଦାଢି।

ଦୁଇ ଭାଇ ସମାନ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ହେଲେ ମା’ କାମ୍ପିଲ୍ୟବାସିନୀ  ଭଦ୍ରା କେଉଁ ଆଭୂଷଣରେ ସଜ୍ଜିତ ହୁଅନ୍ତି ଜାଣନ୍ତି ? ମା’ ସୁଭଦ୍ରାଙ୍କ ବିନା ରତ୍ନ ସିଂହାସନ ପୂର୍ଣ୍ଣ ନୁହେଁ। ସେ ସ୍ୱୟଂସମ୍ପୂର୍ଣ୍ଣ..ପରପୂର୍ଣ୍ଣ।  ତାତ୍ତ୍ୱିକ ଅର୍ଥରେ ଯିଏ ପୂର୍ଣ୍ଣ ଦୃଶ୍ୟମାନ ହୁଏ ସେ ଅଧା ଗ୍ରହଣ କରେ। ଏକଥା ମଧ୍ୟ କୁହାଯାଏ, ‘ସୁଭଦ୍ରା ଭାବନ୍ତି, ମୋର ଦୁଇ ଭାଇ ଯଦି ମୋର ବଳ, ତେବେ ତାଙ୍କର ଅଳଙ୍କାର ତ ମୋର ଅଳଙ୍କାର। ତାଙ୍କର ସୌନ୍ଦର୍ଯ୍ୟ ତ ମୋର ସୌନ୍ଦର୍ଯ୍ୟ।

ତେଣୁ କୁହାଯାଏ, ଏହି ପବିତ୍ର ନାଗାର୍ଜ୍ଜୁନ ବେଶରେ ମା’ ସୁଭଦ୍ରା କିଛି ବି ଆଭୂଷଣ ପିନ୍ଧନ୍ତି ନାହିଁ।  ମା’ ପିନ୍ଧଥାନ୍ତି କେବଳ ସୁନା କିରିଟି ଏବଂ ମଥା ଉପରେ ଗୋଟିଏ  ପଗଡ଼ିଟିଏ ଲାଗିଥିବ।

ଅଧିକ ଜାଣିବା ପାଇଁ ପଢନ୍ତୁ- ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ଜାଣିବା ପାଇଁ ପଢନ୍ତୁ- ରତ୍ନ ସିଂହାସନରେ ନାଗାର୍ଜୁନ ବେଶରେ ଝଲସୁଛନ୍ତି ମହାପ୍ରଭୁ

Nagarjuna Vesha 2020
Advertisment
Advertisment