Advertisment

ଅବପାତ ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ୱେଲ୍‌ମାର୍କଡ୍‌ ରୂପ ନେଇଛି। ଏହା ବର୍ତ୍ତମାନ ଉତ୍ତର- ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ହୋଇଛି। ଏହା ଆଗକୁ ଅବପାତର ରୂପ ନେଇ ପାରେ। ଏହାର ପ୍ରଭାବରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବର୍ଷାର ପ୍ରଭାବ ଅଧିକ ରହିବ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା,ବଲାଙ୍ଗିର, ବରଗଡ଼, ସୋନପୁର, ଅନୁଗୁଳ, ସମ୍ବଲପୁର, ଦେବଗ଼ଡ଼, ସୁନ୍ଦରଗଡ, କେନ୍ଦୁଝରରେ ଅତି ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଏହିସବୁ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଅବପାତ ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

heavy rainfall

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ୱେଲ୍‌ମାର୍କଡ୍‌ ରୂପ ନେଇଛି। ଏହା ବର୍ତ୍ତମାନ ଉତ୍ତର- ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ହୋଇଛି। ଏହା ଆଗକୁ ଅବପାତର ରୂପ ନେଇ ପାରେ। ଏହାର ପ୍ରଭାବରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବର୍ଷାର ପ୍ରଭାବ ଅଧିକ ରହିବ।

Advertisment

କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା,ବଲାଙ୍ଗିର, ବରଗଡ଼, ସୋନପୁର, ଅନୁଗୁଳ, ସମ୍ବଲପୁର, ଦେବଗ଼ଡ଼, ସୁନ୍ଦରଗଡ, କେନ୍ଦୁଝରରେ ଅତି ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଏହିସବୁ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ବୌଦ୍ଧରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Advertisment

ଜୁନ ୧ରୁ ଅଗଷ୍ଟ ୧୯ ମଧ୍ୟରେ ୭୩୯.୭ ମି.ମି. ବର୍ଷା ହୋଇଛି। ସ୍ୱାଭାବିକ ଠାରୁ ୭% ବର୍ଷା କମିଛି। ୪ଟି ଜିଲ୍ଲାରେ ବର୍ଷା କମ୍ ରହିଛି। ୨୪ ଘଣ୍ଟାରେ କଟକ ସାଲେପୁରରେ ସର୍ବାଧିକ ୩୦୦ ମି.ମି. ବର୍ଷା ହୋଇଛି। ନିଶ୍ଚିନ୍ତକୋଇଲିରେ ୨୯୭.୫ ମି.ମି., ନବରଙ୍ଗପୁରରେ ୨୪୩ ମି.ମି. , ନିଶ୍ଚିନ୍ତକୋଇଲିରେ ୨୯୭.୫ ମି.ମି. ବର୍ଷା ରେକର୍ଡ ହୋଇଛି।

Weather Updates In Odisha
Advertisment
Advertisment