Advertisment

ସପ୍ତାହରେ ୨ ଦିନ ସଟ୍‌ଡାଉନ୍‌ ହେବ ରାଉରକେଲା ସହର

ରାଉରକେଲା: କରୋନା ସଂକ୍ରମଣକୁ ରୋକିବା ଲାଗି ରାଉରକେଲା ସହରକୁ ସପ୍ତାହରେ ୨ ଦିନ ଅର୍ଥାତ୍‌ ଶନିବାର ଏବଂ ରବିବାର ସଟ୍‌ଡାଉନ୍‌ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଘୋଷଣା କରିଛନ୍ତି। ଏହା ଆସନ୍ତାକାଲିଠୁ ଆରମ୍ଭ ହୋଇ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ। ରାଉରକେଲା ସହର ସହ କଲୁଙ୍ଗା ଶିଳ୍ପାଞ୍ଚଳରେ ମଧ୍ୟ ସଟ୍‌ଡାଉନ୍‌ କଟକଣା ଲାଗୁ ହେବ। ସଟ୍‌ଡାଉନ୍‌ ବେଳେ ଔଷଧ ଦୋକାନ, ମେଡିକାଲ ସେବା ଆଦି ଜାରି ରହିବ। ଗ୍ରୋସରୀ ଏବଂ କ୍ଷୀର କାଉଣ୍ଟର ସକାଳ […]

author-image
Rajalaxmi Sahoo
ସପ୍ତାହରେ ୨ ଦିନ ସଟ୍‌ଡାଉନ୍‌ ହେବ ରାଉରକେଲା ସହର

shutdown

ରାଉରକେଲା: କରୋନା ସଂକ୍ରମଣକୁ ରୋକିବା ଲାଗି ରାଉରକେଲା ସହରକୁ ସପ୍ତାହରେ ୨ ଦିନ ଅର୍ଥାତ୍‌ ଶନିବାର ଏବଂ ରବିବାର ସଟ୍‌ଡାଉନ୍‌ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଘୋଷଣା କରିଛନ୍ତି। ଏହା ଆସନ୍ତାକାଲିଠୁ ଆରମ୍ଭ ହୋଇ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ।

Advertisment

ରାଉରକେଲା ସହର ସହ କଲୁଙ୍ଗା ଶିଳ୍ପାଞ୍ଚଳରେ ମଧ୍ୟ ସଟ୍‌ଡାଉନ୍‌ କଟକଣା ଲାଗୁ ହେବ। ସଟ୍‌ଡାଉନ୍‌ ବେଳେ ଔଷଧ ଦୋକାନ, ମେଡିକାଲ ସେବା ଆଦି ଜାରି ରହିବ। ଗ୍ରୋସରୀ ଏବଂ କ୍ଷୀର କାଉଣ୍ଟର ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି। ୬୫ବର୍ଷରୁ ଅଧିକ ବୟସର ବ୍ୟକ୍ତି, ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ, ଗର୍ଭବତୀ ଓ ୧୦ବର୍ଷରୁ କମ୍ ବୟସର ଶିଶୁମାନେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫୪ରେ ପହଞ୍ଚିଛି। ରାଉରକେଲା ସହରରେ ବି ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ରୋକିବାକୁ ରାଉରକେଲା ସହରକୁ ସପ୍ତାହରେ ୨ ଦିନ ଶଟ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି ହୋଇଛି।

Advertisment
Rourkela Shutdown Corona Update In Odia Rourkela Corona Update
Advertisment
Advertisment