Advertisment

ମୌସୁମୀ ପରଠୁ ଏପର୍ଯ୍ୟନ୍ତ ୭ଟି ଲଘୁଚାପ ହେଲାଣି; କେବଳ ଅଗଷ୍ଟରେ ୫, ତଥାପି ବର୍ଷା କମ୍

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛି। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି।  ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ବର୍ଷା ଜାରି ରହିଛି। ସେହିପରି ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ଦେବଗଡ଼, ସୁନ୍ଦରଗଡ଼, ସୁବର୍ଣ୍ଣପୁରରେ ମଧ୍ୟ ବର୍ଷା ହୋଇଛି। ରାଜ୍ୟରେ […]

ଅଦ୍ୟତନ ହୋଇଛି
ମୌସୁମୀ ପରଠୁ ଏପର୍ଯ୍ୟନ୍ତ ୭ଟି ଲଘୁଚାପ ହେଲାଣି; କେବଳ ଅଗଷ୍ଟରେ ୫, ତଥାପି ବର୍ଷା କମ୍

rain

Advertisment

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛି। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି।  ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ବର୍ଷା ଜାରି ରହିଛି।

Advertisment

ସେହିପରି ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ଦେବଗଡ଼, ସୁନ୍ଦରଗଡ଼, ସୁବର୍ଣ୍ଣପୁରରେ ମଧ୍ୟ ବର୍ଷା ହୋଇଛି।

Photos: The 21st Bull Race in India

ରାଜ୍ୟରେ ବର୍ଷା ସ୍ଥିତି ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକା ପାଣିପାଗ ବିଭାଗ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୨ ପ୍ରତିଶତ କମ୍ ବର୍ଷା ହୋଇଛି। ଗତକାଲି ସୁଦ୍ଧା ରାଜ୍ୟରେ ବର୍ଷାର ପରିମାଣ ୮୩୩.୯ ମିଲିମିଟର ଥିଲା। ଖୋର୍ଦ୍ଧା, ପୁରୀ, ବାଲେଶ୍ୱର ଓ ଗଜପତିରେ କମ୍ ବର୍ଷା, ମାଲକାନଗିରିରେ ୧୪୩୯.୮ ମିମି ବର୍ଷା, ସ୍ୱାଭାବିକ ଠାରୁ ୫୩% ଅଧିକ ହୋଇଥିବା ପାଣିପାଗ ବିଭାଗ କହିଛି। ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧାରେ ସର୍ବାଧିକ ୨୭ ପ୍ରତିଶତ କମ୍  ବର୍ଷା ରେକର୍ଡ ହୋଇଛି।

Advertisment

Rain-fed farms are common, but India is unique in letting bad ...

ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ସହରର ତଳିଆ ଅଞ୍ଚଳରେ ପାଣି ପଶିଯାଇଛି। ଲୋକେ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଛନ୍ତି। ଟାଉନ ପ୍ଲାନିଂ, ଦକ୍ଷିଣକାଳୀ, ହାଟରୋଡ ବାସିନ୍ଦାଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗାୟତ୍ରୀ ନଗର ଓ ଟାଉନପ୍ଲାନିଂ ଅଞ୍ଚଳରେ ୩ ଫୁଟର ପାଣି ଚାଲିଛି। ଜଳ ନିଷ୍କାସନ ପାଇଁ ପଦକ୍ଷେପ ନିଆଯାଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଫଳରେ ଆଜି ରାଜ୍ୟରେ ୧୧ଟି ଜିଲ୍ଲାକୁ ରେଡ୍  ୱାର୍ଣ୍ଣିଂ ଏବଂ ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, କଟକ, ମୟୂରଭଞ୍ଜ, ଢେଙ୍କାନାଳ, ଦେବଗଡ ଓ ଅନୁଗୁଳ। ଏସବୁ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି।

Advertisment

A good monsoon is little comfort for despairing Indian farmers

ଗତକାଲିଠୁ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର ଓ କଟକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି। କିଛି ଜିଲ୍ଲାରେ ଭୂସ୍ଖଳନ ମଧ୍ୟ ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆଜି ସର୍ବାଧିକ ବର୍ଷା ହେବ। ହେଲେ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ତାପରଠୁ ଲଘୁଚାପ ପ୍ରଭାବ ବର୍ଷା କମିଯିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

This is when to expect rain in Sunderland this week as Met Office ...

ଏପଟେ ମୌସୁମୀ ବାୟୁ ଆସିବା ପରଠୁ ଏପର୍ଯ୍ୟନ୍ତ ବଙ୍ଗୋପସାଗରରେ ମୋଟ ୭ଟି ଲଘୁଚାପ ସୃଷ୍ଟି ହୋଇସାରିଲାଣି। ଜୁନ୍  ୧୧, ଜୁଲାଇ ୭ରେ ଲଘୁଚାପ ସୃଷ୍ଟି ହୋଇଥିଲା। ହେଲେ କେବଳ ଅଗଷ୍ଟ ମାସରେ ଏଯାଁଏ ୫ଟି ଲଘୁଚାପ ସୃଷ୍ଟି ହୋଇସାରିଲାଣି। ତା ସତ୍ତ୍ୱେ ରାଜ୍ୟରେ ସ୍ୱାଭାବିକ ବର୍ଷାଠାରୁ ୨ ପ୍ରତିଶତ ବର୍ଷା କମ୍ ହୋଇଛି।

Unseasonal rains ahead for Odisha, Gangetic West Bengal and ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ