Advertisment

୯ରେ ଆଉ ଏକ ଲଘୁଚାପ; ବର୍ଷାରେ ବେହାଲ୍ ଓଡ଼ିଶାର ଏହି ଅଞ୍ଚଳ

ଭୁବନେଶ୍ୱର: ଓଡ଼ିଶାରେ ସକ୍ରିୟ ଅଛି ଲଘୁଚାପ। ପ୍ରଭାବରେ ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ଜୀବନଯାତ୍ରା ବ୍ୟାହତ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାତର ବର୍ଷା ଜାରି ରହିଥିବା ବେଳେ କେଉଁଠି ଜଳ ନିଷ୍କାସନ ହୋଇପାରୁ ନାହିଁ ତ ଆଉ କେଉଁଠି ଏଥିପାଇଁ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି। ମୁହାଁଣ ବନ୍ଦ ଯୋଗୁ ବର୍ଷାଜଳ ନିଷ୍କାସନ ହୋଇନପାରି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା।ଫଳରେ ଏହି ପଞ୍ଚାୟତର ୫ଟି ଗାଁର […]

୯ରେ ଆଉ ଏକ ଲଘୁଚାପ; ବର୍ଷାରେ ବେହାଲ୍ ଓଡ଼ିଶାର ଏହି ଅଞ୍ଚଳ

rain

Advertisment

ଭୁବନେଶ୍ୱର: ଓଡ଼ିଶାରେ ସକ୍ରିୟ ଅଛି ଲଘୁଚାପ। ପ୍ରଭାବରେ ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ଜୀବନଯାତ୍ରା ବ୍ୟାହତ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାତର ବର୍ଷା ଜାରି ରହିଥିବା ବେଳେ କେଉଁଠି ଜଳ ନିଷ୍କାସନ ହୋଇପାରୁ ନାହିଁ ତ ଆଉ କେଉଁଠି ଏଥିପାଇଁ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି।

Advertisment

ମୁହାଁଣ ବନ୍ଦ ଯୋଗୁ ବର୍ଷାଜଳ ନିଷ୍କାସନ ହୋଇନପାରି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା।ଫଳରେ ଏହି ପଞ୍ଚାୟତର ୫ଟି ଗାଁର ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଯାଇଛି। କିଛି ଅଞ୍ଚଳ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି। ସେହିଭଳି କଟକ ଜିଲ୍ଲା ସାଲେପୁର ବ୍ଲକ ଆନ୍ଦପୁର ପଞ୍ଚାୟତ ବରଦିଆ ସାଇଫନ୍ ନିକଟରେ ନିର୍ମିତ ଏକ ଗାର୍ଡୱାଲ୍ ବର୍ଷାରେ ଭାଙ୍ଗିଯାଇଛି। ନିମ୍ନମାନର କାମ ଯୋଗୁ ଏହା ଭୁଶୁଡ଼ିଥିବା ଅଭିଯୋଗ ହୋଇଛି। ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା-ବାବୁପାଲି ରାସ୍ତା ମଝିରେ ଥିବା ପୋଲ ଉପରେ ବୋହୁଛି ଆଣ୍ଠୁଏ ଉଚ୍ଚର ପାଣି I ଫଳରେ ଏହି ରାସ୍ତା ଦେଇ ଯାତାୟାତ ପ୍ରଭାବିତ ହୋଇଛି।

ଅନ୍ୟପଟେ ଆସନ୍ତା ୯ ତାରିଖରୁ ଆଉ ଏକ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଅନ୍ୟ ୧୧ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି। ଏଥିପାଇଁ ସଂପୃକ୍ତ ଜିଲ୍ଳାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ