/odishatv-khabar/media/post_attachments/uploadimage/library/16_9/16_9_0/11-A_1626693085.jpg)
11-A
ଭୁବନେଶ୍ୱର: ଓଡ଼ିଶାରେ ପ୍ରାକ୍ ମୈାସୁମୀ ବର୍ଷା କିଛି ଦିନର ପ୍ରବଳ ଗରମ ଓ ଗୁଳିଗୁଳି ପରେ ଗତକାଲି ସଂଧ୍ୟାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିଛି । ଫଳରେ ତାପମାତ୍ରାରେ ପରିବର୍ତ୍ତନ ଘଟିଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାକୁ ଆହୁରି ୭ ଦିନ ଲାଗିବ ଅର୍ଥାତ୍ ୨୩ ତାରିଖ ବେଳକୁ ରାଜ୍ୟକୁ ମୌସୁମୀ ପ୍ରବେଶ କରିପାରେ। ମୌସୁମୀ ଆସିବା ପର୍ଯ୍ୟନ୍ତ ରାଜ୍ୟରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)