Advertisment

ପାଣିପାଗ ଅପ୍‌ଡେଟ୍‌: ଆଜିଠାରୁ କମିବ ବର୍ଷା

ଭୁବନେଶ୍ୱର:  ୪ ଦିନ ଧରି ଲଘୁଚାପ ବର୍ଷାରେ ବେହାଲ୍ ଓଡ଼ିଶା। ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ, ଅସ୍ତବ୍ୟସ୍ତ ହୋଇପଡ଼ିଛି ଅଧିକାଂଶ ଜିଲ୍ଲା। ବିଶେଷ କରି ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ଥିତି ସାଂଘାତିକ ହେବା ସହ ଗମନାଗମନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଚାଷବାସ ଉଜୁଡ଼ିଯାଇଛି। କେବଳ ମାଲକାନଗିରି ନୁହେଁ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ ଆଦି ଜିଲ୍ଲାର ଅଧିକାଂଶ ସ୍ଥାନରେ ଜଳସ୍ତର ବଢ଼ିଥିବାରୁ ସମସ୍ୟା ବଢ଼ିଛି। ଭଦ୍ରକ ଜିଲ୍ଲାର ଅନେକ ତଳି ଅଞ୍ଚଳ ଜଳମଗ୍ନ ହୋଇରହିଛି। ସେପଟେ ରାଜ୍ୟରେ ବନ୍ୟା […]

ପାଣିପାଗ ଅପ୍‌ଡେଟ୍‌: ଆଜିଠାରୁ କମିବ ବର୍ଷା

rain in odisha

Advertisment

ଭୁବନେଶ୍ୱର:  ୪ ଦିନ ଧରି ଲଘୁଚାପ ବର୍ଷାରେ ବେହାଲ୍ ଓଡ଼ିଶା। ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ, ଅସ୍ତବ୍ୟସ୍ତ ହୋଇପଡ଼ିଛି ଅଧିକାଂଶ ଜିଲ୍ଲା। ବିଶେଷ କରି ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ଥିତି ସାଂଘାତିକ ହେବା ସହ ଗମନାଗମନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଚାଷବାସ ଉଜୁଡ଼ିଯାଇଛି। କେବଳ ମାଲକାନଗିରି ନୁହେଁ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ ଆଦି ଜିଲ୍ଲାର ଅଧିକାଂଶ ସ୍ଥାନରେ ଜଳସ୍ତର ବଢ଼ିଥିବାରୁ ସମସ୍ୟା ବଢ଼ିଛି।

Advertisment

ଭଦ୍ରକ ଜିଲ୍ଲାର ଅନେକ ତଳି ଅଞ୍ଚଳ ଜଳମଗ୍ନ ହୋଇରହିଛି। ସେପଟେ ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ୨୪ ଘଣ୍ଟା ଆଲର୍ଟ ରହିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି

publive-image

ସେପଟେ ଆଜିଠାରୁ ବର୍ଷାର ପରିମାଣ କମିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଝାଡ଼ଖଣ୍ଡ ମୁହାଁ ହୋଇଥିବାରୁ ଓଡ଼ିଶାରେ ବର୍ଷାର ପରିମାଣ କମିବ। ତଥାପି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ ସୂଚନା ଦେଇଛନ୍ତି। ଉତ୍ତର-ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟ ବର୍ଷା ହେବ ବୋଲି ଆକଳନ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ