/odishatv-khabar/media/post_attachments/uploadimage/library/16_9/16_9_0/weather2_1626254753.jpg)
weather2
ଭୁବନେଶ୍ୱର: ବର୍ଷା ଓ ବଜ୍ରପାତ ନେଇ ୧୭ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ବଜ୍ରପାତ ସହ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ବହିବାର ବି ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ନୟାଗଡ଼, ମାଲକାନଗିରି କୋରାପୁଟ, ଗଜପତି, ନୂାଆପଡ଼ା, ରାୟଗଡ଼ା, ନବରଂଗପୁର, ବରଗଡ଼ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଯାଜପୁର ଓ ଦେବଗଡ଼କୁ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି।
ତେବେ ବର୍ତ୍ତମାନ ସମୟରେ ରାଜ୍ୟରେ ପାଣିପାଗରେ ଏତେଟା ପରିବର୍ତ୍ତନ ଆସିନାହିଁ। ଖରାର ମାତ୍ରା ମଧ୍ୟ ଅନେକ ସ୍ଥାନରେ ଅଧିକ ରହୁଛି। ଆଉ ତାହାରି ମଧ୍ୟରେ ୧୭ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି।
#୧୭_ଜିଲ୍ଲାକୁ_ୟେଲୋ_ୱାର୍ଣ୍ଣିଂ
ବର୍ଷା ଓ ବଜ୍ରପାତ ନେଇ ୧୭ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି।
ବଜ୍ରପାତ ସହ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ବହିପାରେ। pic.twitter.com/duNOom1PC7— ଓଟିଭି (@otvkhabar) April 11, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)