/odishatv-khabar/media/post_attachments/uploadimage/library/16_9/16_9_0/rain-6_1620561457.jpg)
rain
ଭୁବନେଶ୍ଵର: ଘଡଘଡି ଆବାଜରେ କମ୍ପିବ ଅଧା ଓଡିଶା । ଏପରିକି ଘଣ୍ଟା ପ୍ରତି ୪୦ କିମି ବେଗରେ ବହିବ ପବନା ୧୯ଟି ଜିଲ୍ଲାକୁ ଏ ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ । ସୂଚନା ଅନୁସାରେ ଓଡିଶାର ୧୯ଟି ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ପବନ ହେବାର ସମ୍ଭାବନା ରହିଛି । ଏପରିକି ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛିା ସେଥିପାଇଁ ରାଜ୍ୟର ୧୯ ଜିଲ୍ଲାକୁ ଆଲର୍ଟ ରହିବାକୁ କୁହାଯାଇଛି ।
ସେହି ଜିଲ୍ଲାଗୁଡିକ ହେଲା- ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା , କଟକ, ଜଗତସିଂହପୁର, ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, କେଉଁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବରଗଡ, ସମ୍ବଲପୁର, କୋରାପୁଟ, ମାଲକାନାଗିରି, ରାୟଗଡା ଓ କନ୍ଧମାଳ । ଏସବୁ ଜିଲ୍ଲାରେ ଆଜି ଅପରାହ୍ନରୁ ଆସନ୍ତାକାଲି (ମେ ୧୦) ସକାଳ ୮.୩୦ ଯାଏ ସତର୍କ ରହିବାକୁ କୁହାଯାଇଛି ।
ଉତ୍ତର ଓଡିଶା ସମେତ କୋରାପୁଟ, ରାୟଗଡା, କନ୍ଧମାଳ ଓ ଅନ୍ୟ ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡଘଡି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛିା ଆସନ୍ତା ୨ ଦିନ ମଧ୍ୟରେ ଦିନ ତାପମାତ୍ରାରେ ସେଭଳି କିଛି ପରିବର୍ତ୍ତନ ହେବନି । କିନ୍ତୁ ଆଭ୍ୟନ୍ତରୀଣ ଓଡିଶାରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)