Advertisment

ପାନୀୟ ଜଳ ପ୍ରକଳ୍ପ ଥାଇବି ଏଠି ଆସୁନି ପାଣି

ତେଲକୋଇ(ଚିନ୍ମୟ କୁମାର ସାହୁ): ପାନୀୟ ଜଳ ପ୍ରକଳ୍ପ ଅଛି। ହେଲେ ପାଣି ମିଳୁନି। ଅନେକ ସ୍ଥାନରେ ନଳକୂଅ ଭାଙ୍ଗିରୁଜି ଯାଇଥିଲେ ବି ମରାମତି ହେଉନି। ଆଉ କେଉଁଠି ଅଧପନ୍ତରିଆ କାମ କରି ଠିକାଦାର ଛୁ ମାରିଛି। ତେଣୁ ଦୂଷିତ ଚୁଆ ପାଣି ହିଁ ଏକମାତ୍ର ଭରସା। ଏହି ପାଣି ପିଇ ରୋଗାକ୍ରାନ୍ତ ହେଉଥିଲେ ବି ଜାଣିଶୁଣି ଲୋକେ ଏଇ ଦୂଷିତ ପାଣି ପିଉଛନ୍ତି। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରୁ। ଏହି ବ୍ଲକ୍‌ର ଶିବନାରାୟଣପୁର […]

author-image
Jyotsnamayee Pradhan
ପାନୀୟ ଜଳ ପ୍ରକଳ୍ପ ଥାଇବି ଏଠି ଆସୁନି ପାଣି

water

ତେଲକୋଇ(ଚିନ୍ମୟ କୁମାର ସାହୁ): ପାନୀୟ ଜଳ ପ୍ରକଳ୍ପ ଅଛି। ହେଲେ ପାଣି ମିଳୁନି। ଅନେକ ସ୍ଥାନରେ ନଳକୂଅ ଭାଙ୍ଗିରୁଜି ଯାଇଥିଲେ ବି ମରାମତି ହେଉନି। ଆଉ କେଉଁଠି ଅଧପନ୍ତରିଆ କାମ କରି ଠିକାଦାର ଛୁ ମାରିଛି। ତେଣୁ ଦୂଷିତ ଚୁଆ ପାଣି ହିଁ ଏକମାତ୍ର ଭରସା। ଏହି ପାଣି ପିଇ ରୋଗାକ୍ରାନ୍ତ ହେଉଥିଲେ ବି ଜାଣିଶୁଣି ଲୋକେ ଏଇ ଦୂଷିତ ପାଣି ପିଉଛନ୍ତି। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରୁ।

Advertisment

water

ଏହି ବ୍ଲକ୍‌ର ଶିବନାରାୟଣପୁର ଗୋଡ଼ା ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ କରାଯାଇଛି। ଏମିତି କି ଓଭରହେଡ୍ ଟାଙ୍କି ନିର୍ମାଣ ହୋଇଥିଲେ ବି ଗୋଟିଏ ଦିନ ମଧ୍ୟ ଗାଁ ଲୋକେ ପାଣି ପାଇ ନଥିବା କହିଛନ୍ତି। ଏଠାରେ ଷ୍ଟାଣ୍ଡପୋଷ୍ଟ ଅଚଳ ହୋଇ ପଡ଼ିଛି। ଟ୍ୟାପ୍‌ରୁ ପାଣି ଆସୁନି। ଅଧିକାଂଶ ନଳକୂଅ ଅଚଳ ହୋଇ ପଡ଼ିଥିବା ବେଳେ ଯେଉଁ କେତୋଟି ନଳକୂଅ ଅଛି, ସେଥିରୁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ବାହାରୁନି। ପାନୀୟ ଜଳ ପ୍ରକଳ୍ପ ପଞ୍ଚାୟତକୁ ହସ୍ତାନ୍ତର ହୋଇ ନଥିବାରୁ ମରାମତି କରାଯାଇ ପାରୁ ନଥିବା ସରପଞ୍ଚ ଶିରପାଣି ପ୍ରଧାନ କହିଛନ୍ତି।water

ସେହିପରି ଶିବନାରାୟଣପୁର ଗୋଡ଼ା ପଞ୍ଚାୟତର ଗୋଳାବନ୍ଧ ଗାଁରେ ବି ଜଳକଷ୍ଟ ଦେଖିବାକୁ ମିଳିଛି। ୨୦୧୨ ମସିହାରେ ଏଠାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲା। ହେଲେ ପ୍ରକଳ୍ପ ଅଚଳ ହେବାରୁ ୬ ଲକ୍ଷ ଟଙ୍କା ବ୍ୟୟରେ ମରାମତି କାମ ହେବା ସହ ଗାଁକୁ ପାଇପ୍ ସଂଯୋଗ ହୋଇଥିଲା।  ତେବେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗ ପାଣି ମିଳୁ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।water

Advertisment

ଅନ୍ୟପକ୍ଷରେ ପଡ଼ାଙ୍ଗ ପଞ୍ଚାୟତ ରାଙ୍କି ଜୁଆଙ୍ଗ ସାହିରେ ବି ସମାନ ସମସ୍ୟା।  ଦୁଇ ବର୍ଷ ତଳେ ନଳକୂଅ ବସାଇବାକୁ ବୋରିଂ ଖୋଳା ଯାଇଥିଲା। ହେଲେ କେବଳ ପାଇପ୍ ଖଣ୍ଡେ ପୋତି ଦାୟିତ୍ୱ ସାରି ଦେଇଛନ୍ତି ଅଧିକାରୀ। ତେଣୁ ଗାଁ ମୁଣ୍ଡରେ ଥିବା ପୋଖରୀ ନିକଟରେ ଚୁଆ ଖୋଳି ଦୂଷିତ ପାଣି ନେଉଛନ୍ତି ଲୋକେ।

water

ତେବେ ପାଣି ସମସ୍ୟା ସମ୍ପର୍କରେ ତେଲକୋଇ ବିଡିଓ ଦିଲ୍ଲୀପ କୁମାର ବାରାଙ୍କୁ ପଚାରିବାରୁ ତୁରନ୍ତ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Advertisment
Advertisment