Advertisment

ଓଡ଼ିଶା ଭିତରେ ପୁଣି ପାଣି ପାଇଁ କଳି

କେନ୍ଦ୍ରାପଡ଼ା: ଓଡ଼ିଶା ଭିତରେ ପୁଣି ପାଣି ପାଇଁ କଳି। କେନ୍ଦ୍ରାପଡ଼ାରେ ଘଟିଛି କାନ ଶୁଣି ନଥିବା କଥା। ସେହି ପାଣି କଳିର ଇଏ ଦୁଇଟି ଚିତ୍ର। ଗୋଟିଏ ଗତ ୧୦ ତାରିଖର ତ ଅନ୍ୟଟି ଗଲାକାଲିର ନଦୀ ରୂପୀ ମାଆ, ଖରସ୍ରୋତାର ସୁରକ୍ଷା ପାଇଁ ସ୍ଲୋଗାନ ଦେଇ ଦୁଇ କିଲୋମିଟର ଲମ୍ବର ଏ ବିଶାଳ ମାନବ ଶୃଙ୍ଖଳ ଗତକାଲି ଦେଖିବାକୁ ମିଳିଥିଲା କଟକ-ଚାନ୍ଦବାଲି ରାସ୍ତାର ଗଡ଼ଗଡ଼ି ଘାଟରୁ ଅଚ୍ୟୁତପୁର ଯାଏଁ। ଦୁଇ ହଜାରରୁ ଅଧିକ ପିଲାଠୁ ବୁଢ଼ା […]

author-image
Chandan Shishu
ଅଦ୍ୟତନ ହୋଇଛି
ଓଡ଼ିଶା ଭିତରେ ପୁଣି ପାଣି ପାଇଁ କଳି

water-project

କେନ୍ଦ୍ରାପଡ଼ା: ଓଡ଼ିଶା ଭିତରେ ପୁଣି ପାଣି ପାଇଁ କଳି। କେନ୍ଦ୍ରାପଡ଼ାରେ ଘଟିଛି କାନ ଶୁଣି ନଥିବା କଥା। ସେହି ପାଣି କଳିର ଇଏ ଦୁଇଟି ଚିତ୍ର। ଗୋଟିଏ ଗତ ୧୦ ତାରିଖର ତ ଅନ୍ୟଟି ଗଲାକାଲିର ନଦୀ ରୂପୀ ମାଆ, ଖରସ୍ରୋତାର ସୁରକ୍ଷା ପାଇଁ ସ୍ଲୋଗାନ ଦେଇ ଦୁଇ କିଲୋମିଟର ଲମ୍ବର ଏ ବିଶାଳ ମାନବ ଶୃଙ୍ଖଳ ଗତକାଲି ଦେଖିବାକୁ ମିଳିଥିଲା କଟକ-ଚାନ୍ଦବାଲି ରାସ୍ତାର ଗଡ଼ଗଡ଼ି ଘାଟରୁ ଅଚ୍ୟୁତପୁର ଯାଏଁ। ଦୁଇ ହଜାରରୁ ଅଧିକ ପିଲାଠୁ ବୁଢ଼ା କରିଥିଲେ ଶାନ୍ତିପୂର୍ଣ୍ଣ ଲଢ଼େଇ।

Advertisment

publive-imageକେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଭାରିଗଦାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପକୁ ନେଇ କରିଥିଲେ ନୀରବ ବିଦ୍ରୋହ, ସରକାରଙ୍କୁ ଦେଖାଇଥିଲେ ସେମାନଙ୍କ ଏକତାର ବଳ। କହିଥିଲେ, ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଆଳି-ରାଜକନିକାର ଚାଷବାସ ଉଜୁଡିବ। ପଡ଼ୋଶୀ ଜିଲ୍ଲାରେ ଥିବା ବିଦେଶୀ କମ୍ପାନୀ ନଦୀରୁ ପାଣି ଟାଣି ନେଲେ ଖରସ୍ରୋତାକୁ ଲୁଣା ମାଡ଼ି ଆସିବ। ଜୈବ ବିବିଧତା ନଷ୍ଟ ହୋଇ ସେମାନଙ୍କ ଜୀବନ ଓ ଜୀବିକା ଦୁର୍ବିସହ ହୋଇ ପଡ଼ିବ। ତେଣେ ଅଞ୍ଚଳବାସୀଙ୍କ ଦାବିକୁ ସମର୍ଥନ କରି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ବି ପ୍ରକଳ୍ପ ସ୍ଥଳରେ ଗତ ଏକ ମାସ ଧରି ଜାରି ରହିଛି ଆନ୍ଦୋଳନ ଓ ଗର୍ଜନ।

publive-image ତେବେ ବଡ଼ କଥା ହେଲା, ଏହି ମେଗା ପାନୀୟ ଜଳ ପ୍ରକଳ୍ପକୁ ସଫଳ କରାଇବା ଦାବିରେ ପୂର୍ବରୁ ଗତ ୧୦ ତାରିଖରେ ସ୍ଥାନୀୟ ବିଧାୟକ ପ୍ରତାପ ଦେବଙ୍କ ନେତୃତ୍ୱରେ ଭାରିଗଦାରେ ବି ହୋଇଥିଲା ଏକ ସପକ୍ଷ ସମାବେଶ।

Advertisment

ବିଧାୟକ କହିଥିଲେ, ଖରସ୍ରୋତାରେ ପ୍ରକଳ୍ପ ହେବା ନିଶ୍ଚିତ ପୂର୍ବରୁ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ୮୬୮ କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜକନିକା ପାଇଁ ବି ବସୁଧା ଯୋଜନାରେ ୨୬୮ କୋଟି ବ୍ୟୟରେ ପିଇବା ପାଣି ପ୍ରକଳ୍ପ ହେବ। ଏଠୁ କୌଣସି ଶିଳ୍ପ ସଂସ୍ଥାକୁ ଜଳ ଯୋଗାଣ ହେବ ନାହିଁ କି ଜୀବନ ଜୀବିକା ନଷ୍ଟ ହେବନି। ପ୍ରକଳ୍ପ ବିରୋଧରେ ଏନଜିଟିରେ ବି ମାମଲା କାଟ୍ ଖାଇଛି।

publive-imageତେଣେ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା କହିଛନ୍ତି ଅଞ୍ଚଳବାସୀଙ୍କ ଅଧିକାର ରକ୍ଷା ପାଇଁ ଲଢ଼େଇ ଜାରି ରହିବ। ଆସନ୍ତା ୨୨ ତାରିଖରେ ଏକ ଜନ ସମାବେଶ କରାଯିବ। ସେପଟେ କେନ୍ଦ୍ରାପଡ଼ା ଜିଲ୍ଲାପାଳ କହିଛନ୍ତି, ସ୍ଥାନୀୟ ଲୋକଙ୍କ ମନରେ ପ୍ରକଳ୍ପକୁ ନେଇ ଥିବା ସନ୍ଦେହର ସମାଧାନ କରି କାମ ଶୀଘ୍ର ଆରମ୍ଭ ହେବ।

ଏବେ ଦେଖିବାର କଥା କଳି ଓ ବିବାଦ ଭିତରେ କେଉଁ ମୋଡ ନେଉଛି କେନ୍ଦ୍ରାପଡ଼ାର ମେଗା ପାନୀୟ ଜଳ ପ୍ରକଳ୍ପର ଭାଗ୍ୟ ?

ଆହୁରି ପଢ଼ନ୍ତୁ:ଡିସେମ୍ବର ୫ରେ ମହାନଦୀ ଜଳ ବିବାଦ ଶୁଣାଣି

Advertisment
Advertisment