/odishatv-khabar/media/post_attachments/uploadimage/library/16_9/16_9_0/late-123_1626760649.jpg)
late
ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ତେବେ ଇଭିଏମ୍ରେ ତ୍ରୁଟି ଯୋଗୁ ବିଭିନ୍ନ କେନ୍ଦ୍ରରେ ମତଦାନ ବିଳମ୍ବ ହୋଇଛି। ଜୟପୁରର ପାରାବେଡ଼ା ହାଇସ୍କୁଲର ୧୬୨ ନମ୍ବର ବୁଥରେ ୪୫ ମିନିଟ୍ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। ଚିତ୍ରକୋଣ୍ଡା ୟୁପି ସ୍କୁଲର ୨୧୧ ନମ୍ବର ବୁଥ୍ରେ ମଧ୍ୟ ମତଦାନ ବିଳମ୍ବ ହୋଇଛି।
ସେହିପରି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ୩ଟି ବୁଥ୍ରେ ମଧ୍ୟ ମତଦାନ ବିଳମ୍ବ ହୋଇଛି। ଲମତାପୁଟ ହାଇସ୍କୁଲର ୭୭, ହନୁମାଳ ଏମ୍ଇ ସ୍କୁଲର ୬୮ ନମ୍ବର ବୁଥ୍, ଅନକାଡ଼େଲି ୟୁପି ସ୍କୁଲର ୬୯ ନମ୍ବର ବୁଥ୍ରେ ମଧ୍ୟ ମତଦାନ ବିଳମ୍ବ ହୋଇଛି।
ମାଲକାନଗିରି ଜିଲ୍ଲାର ୧୦ଟି ବୁଥ୍ର ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ MV- ୧୧, ୩୭, କୋରକୋଣ୍ଡା, ମୁଦୁଲିଗୁଡ଼ା, ବିବିଗୁଡ଼ା, ଶିଖପାଲିରେ ମତଦାନ ବିଳମ୍ବ ହୋଇଛି। ଫଳରେ ଭୋଟରମାନେ ଧାଡ଼ିରେ ଠିଆ ହୋଇଛନ୍ତି।
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ବ୍ଲକ୍ରେ ସାମାନ୍ୟ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। ଏହି ବ୍ଲକ୍ ରେ ୫୫ଟି ମତଦାନ କେନ୍ଦ୍ର ରହିଛି। ତେବେ ମାଓବାଦୀଙ୍କ ଭୋଟ୍ ବର୍ଜନ ଏବଂ ବନ୍ଦ ଡାକରା ସତ୍ତ୍ୱେ ଲୋକେ ଭୋଟ୍ ଦେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)