nadan-kanan
ଭୁବନେଶ୍ୱର: ପାଣି ଟବ୍ରେ ଭାଲୁ ଛୁଆ ଖରା ଗରମରେ କିଏ ପାଣିରେ ବୁଡ଼ି ମଜା ନେଉଛି ତ ଆଉ କିଏ ଗଛ ଡାଳରେ ଝୁଲି ମସ୍ତି କରୁଛି। ସେପଟେ ମା ପାଖରେ କଉତୁକିଆ ବାଘଛୁଆଙ୍କ ଖେଳ ସମସ୍ତଙ୍କ ମନ ମୋହୁଛି। ଖାଲି ଏତିକି ନୁହେଁ, ଧଳାବାଘର ଚାହାଁଣି ହେଉ କିମ୍ବା ହରିଣପଲଙ୍କ ଧାଁ ଦୌଡ଼, ଘଡ଼ଇାଳ କୁମ୍ଭୀରଙ୍କ ଗୋଷ୍ଠୀ ହେଉ ଅବା ବିଭିନ୍ନ ପ୍ରକାର ଚଢ଼େଇ। ସମସ୍ତଙ୍କୁ ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ଆଣିବାକୁ ଉଦ୍ୟମ କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।
ପଶୁପକ୍ଷୀଙ୍କର ଛୋଟ ଛୋଟ ମଜାଳିଆ ଭିଡ଼ିଓ ସବୁକୁ ସୋସିଆଲ୍ ମିଡିଆରେ ଛାଡ଼ି ଚିଡିଆଖାନା ବୁଲା ମଉଜକୁ ଘରେ ଅନୁଭବର ଅବସର ଆଣିଛନ୍ତି। କେବଳ ସେତିକି ନୁହେଁ ନନ୍ଦନକାନନ ୱେବସାଇଟ୍ରେ ମଧ୍ୟ ଚିଡ଼ିଆଖାନାରେ ଥିବା ସବୁ ଜୀବଜନ୍ତୁଙ୍କ କାର୍ଯ୍ୟକଳାପ, ଆତଯାତ ସଂପର୍କିତ ଏକ ଭିଡିଓ ଅପଲୋଡ୍ ହୋଇଛି।
ରିପୋର୍ଟ: ଅରିନ୍ଦମ ଦାସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/nadan-kanan_1626334516.jpg)