Advertisment

ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ନନ୍ଦନକାନନ ! ଘରେ ବସି ଚିଡିଆଖାନାର ମଜା ନେଉଛନ୍ତି ଦର୍ଶକ

ଭୁବନେଶ୍ୱର: ପାଣି ଟବ୍‌ରେ ଭାଲୁ ଛୁଆ ଖରା ଗରମରେ କିଏ ପାଣିରେ ବୁଡ଼ି ମଜା ନେଉଛି ତ ଆଉ କିଏ ଗଛ ଡାଳରେ ଝୁଲି ମସ୍ତି କରୁଛି। ସେପଟେ ମା ପାଖରେ କଉତୁକିଆ ବାଘଛୁଆଙ୍କ ଖେଳ ସମସ୍ତଙ୍କ ମନ ମୋହୁଛି। ଖାଲି ଏତିକି ନୁହେଁ, ଧଳାବାଘର ଚାହାଁଣି ହେଉ କିମ୍ବା ହରିଣପଲଙ୍କ ଧାଁ ଦୌଡ଼, ଘଡ଼ଇାଳ କୁମ୍ଭୀରଙ୍କ ଗୋଷ୍ଠୀ ହେଉ ଅବା ବିଭିନ୍ନ ପ୍ରକାର ଚଢ଼େଇ। ସମସ୍ତଙ୍କୁ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଆଣିବାକୁ ଉଦ୍ୟମ କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। […]

ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ନନ୍ଦନକାନନ ! ଘରେ ବସି ଚିଡିଆଖାନାର ମଜା ନେଉଛନ୍ତି ଦର୍ଶକ

nadan-kanan

Advertisment

ଭୁବନେଶ୍ୱର: ପାଣି ଟବ୍‌ରେ ଭାଲୁ ଛୁଆ ଖରା ଗରମରେ କିଏ ପାଣିରେ ବୁଡ଼ି ମଜା ନେଉଛି ତ ଆଉ କିଏ ଗଛ ଡାଳରେ ଝୁଲି ମସ୍ତି କରୁଛି। ସେପଟେ ମା ପାଖରେ କଉତୁକିଆ ବାଘଛୁଆଙ୍କ ଖେଳ ସମସ୍ତଙ୍କ ମନ ମୋହୁଛି। ଖାଲି ଏତିକି ନୁହେଁ, ଧଳାବାଘର ଚାହାଁଣି ହେଉ କିମ୍ବା ହରିଣପଲଙ୍କ ଧାଁ ଦୌଡ଼, ଘଡ଼ଇାଳ କୁମ୍ଭୀରଙ୍କ ଗୋଷ୍ଠୀ ହେଉ ଅବା ବିଭିନ୍ନ ପ୍ରକାର ଚଢ଼େଇ। ସମସ୍ତଙ୍କୁ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଆଣିବାକୁ ଉଦ୍ୟମ କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।

Advertisment

ପଶୁପକ୍ଷୀଙ୍କର ଛୋଟ ଛୋଟ ମଜାଳିଆ ଭିଡ଼ିଓ ସବୁକୁ ସୋସିଆଲ୍ ମିଡିଆରେ ଛାଡ଼ି ଚିଡିଆଖାନା ବୁଲା ମଉଜକୁ ଘରେ ଅନୁଭବର ଅବସର ଆଣିଛନ୍ତି। କେବଳ ସେତିକି ନୁହେଁ ନନ୍ଦନକାନନ ୱେବସାଇଟ୍‌ରେ ମଧ୍ୟ ଚିଡ଼ିଆଖାନାରେ ଥିବା ସବୁ ଜୀବଜନ୍ତୁଙ୍କ କାର୍ଯ୍ୟକଳାପ, ଆତଯାତ ସଂପର୍କିତ ଏକ ଭିଡିଓ ଅପଲୋଡ୍ ହୋଇଛି।

ନନ୍ଦନକାନନ ନୁହେଁ, ଆଗାମୀ ଦିନରେ ରାଜ୍ୟର ଅନ୍ୟ ଚିଡ଼ିଆଖାନା ତଥା ପ୍ରାଣୀଉଦ୍ୟାନ ଓ ଅଭୟାରଣ୍ୟର ଭଲ ଭିଡ଼ିଓ ଉତ୍ତୋଳନ କରି ପର୍ଯ୍ୟଟକମାନଙ୍କ ପାଇଁ ୱେବସାଇଟ୍‌ରେ ଉପଲବ୍ଧ କରାଇବା ସାଙ୍ଗକୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଛାଡ଼ିବାର ଉଦ୍ୟମ ହେଉଛି। ଏହାଦ୍ୱାରା ଚିଡିଆଖାନାକୁ ଆସି ପାରୁ ନ ଥିବା ବ୍ୟକ୍ତି ବି ଘରେ ବସି ଜୀବଜନ୍ତୁଙ୍କୁ ଦେଖିବାର ମଜା ନେଇ ପାରିବେ। କଥାରେ ଅଛି, ନାଇଁ ମାମୁଁ ଠାରୁ କଣା ମାମୁଁ ଭଲ। ଏହି ନ୍ୟାୟରେ ଲକଡାଉନ୍ ବେଳେ ନନ୍ଦନକାନନ ଭ୍ରମଣରେ ସିନା ବ୍ରେକ୍ ଲାଗିଛି, ଘରେ ବସି ଏଇସବୁ ଭିଡ଼ିଓ ମାଧ୍ୟମରେ ପ୍ରିୟ ଜୀବଜନ୍ତୁଙ୍କ ଦର୍ଶନର ମଜା ତ ନେଇ ହେବ।

Advertisment

ରିପୋର୍ଟ: ଅରିନ୍ଦମ ଦାସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ