Advertisment

Cuttack Medical Campus: ଦୁର୍ନାମ ମୁଣ୍ଡାଉଛି କଟକ ବଡ଼ ମେଡିକାଲ, ସିକ୍ୟୁରିଟି ଗାର୍ଡକୁ ଛୁରୀ ଦେଖାଇ ଅପହରଣ ଅଭିଯୋଗ

ପୁଣି ଚର୍ଚ୍ଚାରେ ଏସସିବି ମେଡିକାଲ । ଠିକା ସଂସ୍ଥା ମଞ୍ଜୁଶ୍ରୀ ଆଉଟସୋର୍ସିଂ କର୍ମଚାରୀଙ୍କ ଦବଙ୍ଗଗିରି। ଜଣେ ସିକ୍ୟୁରିଟି ଗାର୍ଡକୁ ମେଡିକାଲରୁ ଅପହରଣ କରି ମରଣାନ୍ତକ ଆକ୍ରମଣ କରିବା ସହ କଟକରୁ ୫୦ କିଲୋମିଟର ଦୂରରେ ଛାଡ଼ି ପଳେଇ ଆସିଲେ ସମ୍ପୃକ୍ତ କର୍ମଚାରୀ ।

author-image
Manas Ranjan Mohanty
SCB_ATTACK

SCB_ATTACK Photograph: (OTV)

ପୁଣି ଚର୍ଚ୍ଚାରେ ଏସସିବି ମେଡିକାଲ । ଠିକା ସଂସ୍ଥା ମଞ୍ଜୁଶ୍ରୀ ଆଉଟସୋର୍ସିଂ କର୍ମଚାରୀଙ୍କ ଦବଙ୍ଗଗିରି। ଜଣେ ସିକ୍ୟୁରିଟି ଗାର୍ଡକୁ ମେଡିକାଲରୁ ଅପହରଣ କରି ମରଣାନ୍ତକ ଆକ୍ରମଣ କରିବା ସହ କଟକରୁ ୫୦ କିଲୋମିଟର ଦୂରରେ ଛାଡ଼ି ପଳେଇ ଆସିଲେ ସମ୍ପୃକ୍ତ କର୍ମଚାରୀ । ଏନେଇ ମେଡିକାଲ ଫାଣ୍ଡିରେ ଏତଲା ହେବା ପରେ ଆହତ ସିକ୍ୟୁରିଟିଙ୍କୁ ମେଡିକାଲରେ ଭର୍ତି କରାଯାଇଛି । 

Advertisment

ଦୁଇ ଦିନ ତଳେ ଠିକା ସଂସ୍ଥା ମଞ୍ଜୁଶ୍ରୀର ଜଣେ ଆଟେନାଣ୍ଟଙ୍କ ବିରୁଦ୍ଧରେ ଜଣେ ମହିଳା ରୋଗୀଙ୍କୁ ଅସଦାଚରଣର ଅଭିଯୋଗ ଆସିବା ପରେ ଆଜି ଆଉ ଗୋଟିଏ ଘଟଣା ସମସ୍ତଙ୍କୁ ଚକିତ କରିଛି। ସିକ୍ୟୁରୀଟି ଗାର୍ଡକୁ ଛୁରୀ ଦେଖେଇ ଅପହରଣ ଓ ଏହାପରେ ଜୀବନରୁ ମାରିଦେବାକୁ ଚେଷ୍ଟା କରିବା ଅଭିଯୋଗ ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଅଭିଯୋଗ ଅନୁଯାୟୀ ଠିକା ସଂସ୍ଥା ମଞ୍ଜୁଶ୍ରୀ ଆଉଟ ସୋରସିଂ  କର୍ମଚାରୀ ସଂଗ୍ରାମ ସିଂ ଏବଂ ତାଙ୍କର ଦୁଇ ସହଯୋଗୀ ନିରାକର ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଚିତରଞ୍ଜନ ବରାଳଙ୍କୁ ପ୍ରଥମେ ଛୁରୀ ଏବଂ ବନ୍ଧୁକ ଦେଖାଇ ଅପହରଣ ଓ ପରେ କଟକଠୁ ୫୦ କିଲୋମିଟର ଦୂର ଏକ ଜଙ୍ଗଲକୁ ନେଇ ମରଣାତ୍ମକ ଆକ୍ରମଣ କରି ପୋଖରୀକୁ ଫୋପାଡ଼ି ଦେଇଥିଲେ । ଆଉ ସୌଭାଗ୍ୟ ବଶତଃ ସିକ୍ୟୁରିଟି କର୍ମଚାରୀ ଜଣକ ପୋଖରୀରୁ ଉଠି ଏକ ସିମେଣ୍ଟ ଗାଡ଼ି ଯୋଗେ କଟକରେ ପହଞ୍ଚିଥିଲେ ।

Advertisment

ଆଜି ଏସସିବିରେ ଚିକିତ୍ସା ହେବା ସହ ମଙ୍ଗଳାବାଗ ଫାଣ୍ଡିରେ ଏତଲା ଦେଇଛନ୍ତି ପୀଡିତ। ଏହି ଘଟଣାରେ ବ୍ୟକ୍ତିଗତ ଶତ୍ରୁତା କାରଣ ହୋଇପାରେ ବୋଲି ଅନୁମାନ କରୁଛି ପୋଲିସ । କିନ୍ତୁ ଆଗାମୀ ଦିନମାନଙ୍କରେ ଏପରି ଘଟଣାର ଯେପରି ପୁନରାବୃତ୍ତି ନଘଟେ ତାହା ଉପରେ ନଜର ରହିବ ବୋଲି କହିଛନ୍ତି ଏସସିବି ମେଡିକାଲର ଅତିରିକ୍ତ ଅଧିକ୍ଷକ ଡାକ୍ତର ଜ୍ୟୋତିର୍ମୟ ନାୟକ ।



Advertisment
Related Articles
Advertisment